Advertisment

୬ ଜିଲ୍ଲାକୁ ବେହାଲ୍ କଲା ଲଘୁଚାପ ବର୍ଷା; ଉଜୁଡ଼ିଗଲା ଚାଷବାସ, ଭାଙ୍ଗିଗଲା ଘରଦ୍ବାର...

ଛେଚିଲା ଅହରହ। ବୁଡ଼ିଗଲା ରାସ୍ତା ଘାଟ । ବିଛିନ୍ନ ହୋଇଗଲା ବହୁ ଇଲାକା । ଲଘୁଚାପଜନିତ ଲଗାଣ ବର୍ଷା ପରେ ମାଲକାନଗିରି ଜିଲ୍ଲାର ଅବସ୍ଥା ଭୟଙ୍କର ।

ଅଦ୍ୟତନ ହୋଇଛି
undefined

Heavy Rain

Advertisment

ଲଘୁଚାପଜନିତ ଲଗାଣ ବର୍ଷା ବେହାଲ୍ କରିଦେଲା ରାଜ୍ୟର ପ୍ରାୟ ୬ ଜିଲ୍ଲାକୁ। ଉଜୁଡ଼ିଗଲା ଚାଷବାସ, ଭାଙ୍ଗିଗଲା ଘରଦ୍ବାର। ଭୁଶୁଡ଼ା କାନ୍ଥତଳେ ଚାଲିଗଲା ଏକାଧିକ ଜୀବନ। ସବୁଠୁ ଅଧିକ କ୍ଷତି ସହିଛି ମାଲକାନଗିରି ଜିଲ୍ଲା। ବହୁସ୍ଥାନରେ ପୋଲ ଭାଙ୍ଗିବା ସହ ଅନେକ ଅଞ୍ଚଳ ବିଚ୍ଛିନ୍ନ ହୋଇଯାଇଛି। ସାଂଘାତିକ ପ୍ରଭାବିତ ହୋଇଛି ଜନଜୀବନ। ବର୍ଷାର ପ୍ରକୋପ କମିବା ପରେ ସ୍ପଷ୍ଟ ହୋଇଛି ବିଭିନ୍ନ ଜିଲ୍ଲାର କିଛି ଉଜୁଡ଼ା ଚିତ୍ର।

Advertisment

ଛେଚିଲା ଅହରହ...ବୁଡ଼ିଗଲା ରାସ୍ତା ଘାଟ...ଭାଙ୍ଗିଗଲା ଘରଦ୍ବାର...ବିଛିନ୍ନ ହୋଇଗଲା ବହୁ ଇଲାକା...ଲଘୁଚାପଜନିତ ଲଗାଣ ବର୍ଷା ପରେ ମାଲକାନଗିରି ଜିଲ୍ଲାର ଅବସ୍ଥା ଭୟଙ୍କର । ଆଜି ସାମାନ୍ୟ ବର୍ଷା କମିଛି। ଯେଉଁ ପୋଟେରୁ ବ୍ରିଜ ଉପରେ ଚାଲୁଥିଲା ଆଣ୍ଠୁଏ ଉଚ୍ଚର ପାଣି, ଆଜି ତଳକୁ ଖସିଛି । ଏଣେ ଆଖପାଖ ଅଞ୍ଚଳର ଚାଷଜମି କିନ୍ତୁ ଉବୁଟୁବୁ। କାହା ଝାଟି ମାଟି ଘର ବତୁରି ଯାଇଛି ତ ଆଉ କାହା ଘରକାନ୍ଥ ଭୁଶୁଡି଼ ପଡ଼ିଛି । ସେପଟେ ଖଇରପୁଟ ବ୍ଲକ୍ ଗୁମ୍ମା ଝରଣ ନିକଟ ଏବଂ ମାଲକାନଗିରି ବ୍ଲକ୍ ରଙ୍ଗମାଟି ଗୁଡ଼ା ନିକଟ ପୋଲ ଭୁଶୁଡ଼ିବାରୁ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି କିଛି ଗାଁ।

ଚିତ୍ରକୋଣ୍ଡା ଯୋଡ଼ାମ୍ବ ସ୍ବାସ୍ଥ୍ୟ କେନ୍ଦ୍ରରେ ଯେଉଁଠି ସୁଅ କାଟି ଭିତରେ ପଶିଥିଲା ବର୍ଷା ପାଣି। SRCଙ୍କ କାର୍ଯ୍ୟାଳୟର ତଥ୍ୟ କହୁଛି, ମାଲକାନଗିରି ଜିଲ୍ଲାରେ ୧୧ଟି ପୋଲ ଭାସିଯାଇଥିବାବେଳେ ୧୧୧ଟି ପଞ୍ଚାୟତର ହଜାରେରୁ ଅଧିକ ଗାଁ ପ୍ରଭାବିତ ହୋଇଛି। ସେମାନଙ୍କ ମଧ୍ୟରୁ ୧୨୧ ଜଣଙ୍କୁ ବିଭିନ୍ନ ଆଶ୍ରୟ ସ୍ଥଳୀରେ ରଖାଯାଇ ରନ୍ଧା ଖାଦ୍ୟ ଦେବା ସହ ପ୍ରଶାସନ ସଜାଗ ଥିବା କହିଛନ୍ତି ମାଲକାନଗିରି ଜିଲ୍ଲାପାଳ।

Advertisment

ପଡ଼ୋଶୀ କୋରାପୁଟ ଜିଲ୍ଲାରେ ଆଜି ବି ହୋଇଛି ଝିପି ଝିପି ବର୍ଷା । ଏଭଳି ସ୍ଥିତିରେ ଉପରମୁଣ୍ଡରେ ବର୍ଷା ଯୋଗୁଁ ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପର ଡି.ଡ୍ୟାମର ୨ଟି ଗେଟରୁ ଜଳ ନିଷ୍କାସନ କରାଯାଉଛି । ଫଳରେ ତଳମୁଣ୍ଡରେ ଜଳସ୍ତର ବଢ଼ିବାର ଆଶଙ୍କା ରହିଥିବାବେଳେ ଉଜୁଡ଼ା ପରିବା କ୍ଷେତକୁ ଦେଖି ଚିନ୍ତାରେ ଚାଷୀ। ଏପରିକି ଧୋଇଯାଇଛି ରୁ୍ଆ ଧାନ, ଜମିରେ ବାଲିଚର ମାଡ଼ିଯାଇଛି। କେବଳ କୋରାପୁଟ ନୁହଁ, ଲଗାଣ ବର୍ଷା ଯୋଗୁ ଗଞ୍ଜାମ ସାନଖେମୁଣ୍ଡି ଅଞ୍ଚଳରେ ଧାନ ତଳିରେ ପାଣି ପଶି ନଷ୍ଟ ହେବାକୁ ବସିଛି।

ଉଛୁଳା ନଈରେ ମରଣ ମୁହଁରୁ ଜୀବନ ବଞ୍ଚାଇ ଦୁଇ ଦୁଇ ଜଣ ବ୍ୟକ୍ତି ଫେରିଆସିବାର ଘଟଣା ବି ସାମ୍ନାକୁ ଆସିଛି। ଗୋଟିଏ ହେଉଛି, ମୟୁରଭଞ୍ଜ କଇଁସାରି ଜାମୁଘାଟ ପୋଲ ନିକଟର ଏବଂ ଅନ୍ୟଟି ହେଉଛି, ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଉଦନ୍ତୀ ନଦୀର। ମୟୁରଭଞ୍ଜ ଉଦଳାର ଦେଓନଦୀରେ ଭାସିଯାଉଥିବାବେଳେ ଜାମୁଘାଟ ପୋଲ ନିକଟରୁ ଉଦ୍ଧାର କରାଯାଇଥିଲା ଜଣେ ଅଜଣା ଯୁବକଙ୍କୁ। ସେହିପରି ସିନାପାଲି ଉଦନ୍ତୀ ନଦୀରୁ ଗଡ଼ରାମାଲ୍ ଗାଁର ଜଣେ ଯୁବତୀଙ୍କୁ ଉଦ୍ଧାର କରାଯାଇଛି । ମାଲକାନଗିରି ଓ କୋରାପୁଟ ବ୍ୟତୀତ ନବରଙ୍ଗପୁର, ବଲାଙ୍ଗିର, ରାୟଗଡ଼ା, ଗଜପତି, ଆଦି ପ୍ରାୟ ୬ଟି ଜିଲ୍ଲାର ଜନଜୀବନକୁ ପ୍ରଭାବିତ କରିଛି ଲଘୁଚାପ ବର୍ଷା। 

Advertisment

Weather Heavy Rainfall
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ