Advertisment

ହୀରାକୁଦରେ ଖୋଲିଲାଣି ୧୪ ଗେଟ୍, ୧୦ ଜିଲ୍ଲାରେ ବନ୍ୟାସ୍ଥିତି !

ମହାନଦୀର ବ୍ୟାକ୍ ୱାଟର ଯୋଗୁଁ ଚାଷ ଜମି ଜଳମଗ୍ନ । ୧୦ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ SRCଙ୍କ ନିର୍ଦ୍ଦେଶ ।

Mahanadi Flood Water

Mahanadi Flood Water

Advertisment

ତଳମୁଣ୍ଡରେ ଲଗାଣ ବର୍ଷା ଆଉ ଉପରମୁଣ୍ଡରେ ହୀରାକୁଦର ୧୪ଟି ଗେଟ୍ ଖୋଲିବା ପରେ ଫୁଲିଛି ମହାନଦୀ ଓ ଏହାର ଶାଖା ନଦୀ। ଫଳରେ କଟକ, ପୁରୀ, ଖୋର୍ଦ୍ଧା ଓ ଜଗତସିଂପୁର ଜିଲ୍ଲାର କିଛି ଅଞ୍ଚଳରେ ସୃଷ୍ଟି ହୋଇଛି ବନ୍ୟା ସ୍ଥିତି। ବିଶେଷକରି ମହାନଦୀର ବ୍ୟାକ୍ ୱାଟର ଯୋଗୁଁ ବୁଡି ଯାଇଛି ଶହ ଶହ ହେକ୍ଟର ଚାଷ ଜମି। କିଛି ସ୍ଥାନରେ ରାସ୍ତା ଓ ପୋଲ ବୁଡ଼ିବା ସହ ସାମାନ୍ୟ ଜଳବନ୍ଦୀ ହୋଇଛନ୍ତି ଲୋକେ।

Advertisment

ସେପଟେ ରାଜ୍ୟରେ ଏବେ ସେଭଳି ବନ୍ୟା ସ୍ଥିତି ନଥିବା ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି। ସମ୍ବଲପୁର, ସୋନପୁର, ନୟାଗଡ଼, ଅନୁଗୋଳ, ବୌଦ୍ଧ, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଭଳି ୧୦ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର।

ତେବେ ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରଭାବରେ ମହାନଦୀରୁ ବନ୍ୟା ଜଳ ଆସିବା ଦ୍ୱାରା ନୟାଗଡ଼ ଭାପୁର ବ୍ଲକର କାଳିଗିରି ବ୍ରିଜ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି। ଖଣ୍ଡପଡାରୁ ବାଘମାରୀ ରାସ୍ତା ସମ୍ପୂର୍ଣ ଯୋଗାଯୋଗ ବିଛିନ୍ନ ହୋଇଯାଇଛି। ଫଳରେ ଲୋକମାନେ ଯାତାୟାତ କରିବାରେ ବହୁତ ଅସୁବିଧା ସମ୍ମୁଖୀନ ହୋଇଛନ୍ତି। ବନ୍ୟା ଜଳ ପ୍ରଭାବରେ ସ୍ଥାନୀୟ ଅଞ୍ଚଳର ଶହଶହ ହେକ୍ଟର ଚାଷ ଜମି ବୁଡି ଫସଲ ନଷ୍ଟ ହୋଇଛି। ଭାପୁର ବ୍ଲକର ୧୫ରୁ ଅଧିକ ଗାଁ ଜଳମଗ୍ନ ଅବସ୍ଥାରେ ରହିଛି। ଜଳସ୍ତର ବୃଦ୍ଧି ପାଉଥିବାରୁ ଲୋକମାନେ ଭୟଭୀତ ହୋଇପଡିଛନ୍ତି। 

Advertisment

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆହୁରି ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଲାଗି ରହିବ ବର୍ଷା। ତେବେ ବର୍ଷାର ପରିମାଣ କମ୍ ରହିବ ବୋଲି ପୂର୍ବାନୁମାନ କରାଯାଇଛି । ଏବେ ପଶ୍ଚିମ ଝାଡ଼ଖଣ୍ଡ ଓ ପାଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାସହ ମୌସୁମୀ ଟ୍ରଫ୍ ଲାଇନ ସକ୍ରିୟ ରହିଛି। ଏହା ପ୍ରଭାବରେ ଆଗାମୀ ୫ ଦିନଯାଏଁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ।

Mahanadi Flood Water
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ