Low-pressure alert
ଆଜି ପଶ୍ଚିମ କେନ୍ଦ୍ରୀୟ ଓ ତାର ପାର୍ଶ୍ବବର୍ତ୍ତୀ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଲଘୁଚାପ ସୃଷ୍ଟି ହେବାର ୨ଦିନ ଭିତରେ ଏହା ଅଧିକ ଘନୀଭୂତ ହୋଇ ରାଜ୍ୟରେ ପ୍ରବଳ ବର୍ଷା କରାଇବ ନେଇ ପୂର୍ବାନୁମାନ କରିଛି ବିଭାଗ ।
ଏହାସହ ଏକ ଟ୍ରପ ଲାଇନ ମଧ୍ୟ ସକ୍ରିୟ ରହିବାର ସମ୍ଭାବନା ରହିଛି । ଏହାରି ପ୍ରଭାବରେ ମେ ୨୯ରୁ ଜୁନ ୧ ତାରିଖ ଯାଏ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏହି ବର୍ଷା ମୌସୁମୀ ଅଗ୍ରସରକୁ ଆହୁରି ସକ୍ରିୟ କରିବ। ସକ୍ରିୟ ରହିଲେ ଓଡ଼ିଶାରେ ମୌସୁମୀ ଆଗମନ ନେଇ ସ୍ଥିତି ଅନୁକୂଳ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
ଏପଟେ ରାଜ୍ୟରେ କାଳବୈଶାଖୀ ସହ ପ୍ରାକ ମୌସୁମୀ ବର୍ଷା ବିଭିନ୍ନ ସ୍ଥାନରେ ହେଉଥିବାବେଳେ ଆଗାମୀ ୫ଦିନ ଯାଏ ବର୍ଷା ଲାଗିରହିବ । କାଳବୈଶାଖୀ ନେଇ ଆଜି ପାଇଁ ୧୫ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି।
ଅଧିକ ପଢ଼ନ୍ତୁ: ଦାନା ବାନ୍ଧୁଛି ଲଘୁଚାପ; ୩୦ ପର୍ଯ୍ୟନ୍ତ ପ୍ରବଳ ଛେଚିବ
ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ବୌଦ୍ଧ, ସୋନପୁର, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି ଏବଂ ନବରଙ୍ଗପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହିସବୁ ଜିଲ୍ଲାରେ ୩୦ ରୁ ୪୦ କିମି ଝଟକା ପବନ ବହିବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି । ତେଣୁ ଓଡିଶା ଉପକୂଳ ଓ ବାହାରେ ଗଭୀର ସମୁଦ୍ର ମଧ୍ୟକୁ ନ ଯିବାକୁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି।
ସେହିପରି ପ୍ରାକ୍ ମୌସୁମୀ ବର୍ଷା ପ୍ରଭାବରେ ଉତ୍ତର ଉପକୂଳ ଓଡିଶାର କିଛି ସ୍ଥାନରେ ସର୍ବାଧିକ ତାପମାତ୍ରା ୩ରୁ ୪ ଡିଗ୍ରୀ ହ୍ରାସ ପାଇଥିବା ବେଳେ ଆଭ୍ୟନ୍ତରୀଣ ଓଡିଶାର ଗୋଟିଏ ଦୁଇଟି ସ୍ଥାନରେ ୩ରୁ ୪ ଡିଗ୍ରୀ ତାପମାତ୍ରା ବୃଦ୍ଧି ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748314492.jpg)