Advertisment

୩ ଦିନ ଛେଚିବ ! କାଲି ସକାଳ ଯାଏଁ ୧୫ ଜିଲ୍ଲାକୁ ସତର୍କବାଣୀ

ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛିଛି। ଏହା ପ୍ରଭାବରେ ୩ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ।

undefined

Low Pressure over Bay of Bengal

Advertisment

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଆରମ୍ଭ ହୋଇଯାଇଛି ବର୍ଷା। ଏହାର ପ୍ରଭାବରେ ଆସନ୍ତା ୩ ଦିନ ରାଜ୍ୟରେ ବଡ଼ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ସେପଟେ ମାତ୍ର ଅଧଘଣ୍ଟାର ବର୍ଷାରେ ରାଜଧାନୀର ହାଲ୍ ବେହାଲ ହୋଇଯାଇଛି। ଅନେକ ସ୍ଥାନରେ ଜମିଛି ପାଣି। ଆଉ ପଦାରେ ପଡ଼ିଛି ସ୍ମାର୍ଟ ସିଟିର ଅସଲ ଚେହେରା।

Advertisment

ଅସରାଏ ବର୍ଷାରେ ଉବୁଟୁବୁ ସ୍ମାର୍ଟ ସିଟି। ରାଜଧାନୀ ବାସିନ୍ଦାଙ୍କ ଜଳ ଯନ୍ତ୍ରଣା। ସ୍ଥାନ- ନୀଳାଦ୍ରି ବିହାର। ରାଜଧାନୀର  ଉଚ୍ଚା ଜାଗାରେ ତିଆରି ଏହି ହାଇସୋସାଇଟି ଅଂଚଳକୁ ଘେରି ରହିଛି ବର୍ଷା ପାଣି। ଆଣ୍ଠୁଏ ପାଣିରେ ବୁଡିଛି ମୁଖ୍ୟ ରାସ୍ତା। ଅପରାହ୍ଣରେ ଅଧ ଘଣ୍ଟାର ବର୍ଷା ହେଲା, ଆଉ ସେଥିରେ ହାଲ୍ ବେହାଲ ହୋଇଯାଇଛି ଭୁବନେଶ୍ୱରର ଏହି ପ୍ରମୁଖ ଅଂଚଳର। ରାସ୍ତା ଘାଟ-ଡ୍ରେନ୍ ସବୁ ଏକାକାର। 

ଗାଡି ମୋଟର ବୁଡିଲା, ହଇରାଣ ହରକତ ହେଲେ ସ୍ଥାନୀୟ ବାସିନ୍ଦା। ଶୈଳଶ୍ରୀ ବିହାର,କୈଳାସ ବିହାର ଏବଂ ଇନଫୋସିଟି ଅଂଚଳ ରାସ୍ତାରେ ବି ବେଶ୍ କିଛି ସମୟ ଧରି ଜମିଥିଲା ପାଣି। ତେବେ ରାଜଧାନୀର ଏହି ସମସ୍ୟା ନୂଆ ନୁହେଁ। ଯେତେବେଳେ ବି ବର୍ଷା ହୋଇଛି, ଛଟପଟ ହୋଇଛନ୍ତି ଜନତା। ଗୋଟିଏ ପଟେ ଭୁବନେଶ୍ବରରେ ମେଟ୍ରୋ ଦୌଡାଇବା ପାଇଁ ସରକାର ସ୍ୱପ୍ନ ଦେଖାଉଛନ୍ତି, ଅନ୍ୟପଟେ ଅଳ୍ପ ବର୍ଷାରେ ସୃଷ୍ଟି ହେଉଛି ଜଳବନ୍ଦୀ ସମସ୍ୟା।

Advertisment

ଏପଟେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛିଛି। ଏହା ପ୍ରଭାବରେ ୩ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ଏଥିପାଇଁ ଆସନ୍ତାକାଲି ସକାଳ ଯାଏଁ ୧୫ ଜିଲ୍ଲାକୁ ଅରେଂଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏସବୁ ଜିଲ୍ଲାରେ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ଏପରିକି ବୌଦ୍ଧ, କନ୍ଧମାଳ ଏବଂ କଳହାଣ୍ଡିର କିଛି ସ୍ଥାନରେ ଅତି ପ୍ରବଳ ଅର୍ଥାତ୍ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ହେବା ସମ୍ଭାବନା ରହିଛି। ଅନ୍ୟ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ସେହିପରି ଆସନ୍ତାକାଲି ପାଇଁ ୭ ଜିଲ୍ଲାକୁ ଅରେଂଜ୍ ୱାର୍ଣ୍ଣିଂ ଏବଂ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଶନିବାର ନବରଙ୍ଗପୁର, ନୂଆପଡା, ବରଗଡ, ଝାରସୁଗୁଡା ଏବଂ ସୁନ୍ଦରଗଡରେ ପ୍ରବଳ ବର୍ଷା ହେବା ନେଇ ୟେଲୋ ୱାଣ୍ଣିଂ ସତର୍କତା ଜାରି କରିଛି ପାଣିପାଗ ବିଭାଗ। ଆଗାମୀ ୩ ଦିନ ରାଜ୍ୟରେ ବଡ଼ ବର୍ଷା ନେଇ ପାଣିପାଗ ବିଭାଗର ଆକଳନ ରାଜଧାନୀ ବାସିନ୍ଦାଙ୍କ ଚିନ୍ତା ବଢାଇ ଦେଇଛି।

Advertisment
Heavy Rainfall Alert
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ