Advertisment

ବର୍ଷାରେ ଭିଜିବ ଓଡ଼ିଶା; ୨୩ରୁ ତିନିଦିନ ଯାଏ ପ୍ରବଳ ବର୍ଷିବ

ପୁଣି ବର୍ଷିବ। ଆସନ୍ତା ୨୩, ୨୪ ଓ ୨୫ ତାରିଖରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା। ଉପକୂଳ ଓଡ଼ିଶା ସହ ପାଶ୍ବବର୍ତ୍ତୀ ଜିଲ୍ଲା ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହୋଇପାରେ।

ଅଦ୍ୟତନ ହୋଇଛି
Weather

Weather

Advertisment

ପୁଣି ବର୍ଷିବ। ଆସନ୍ତା ୨୩, ୨୪ ଓ ୨୫ ତାରିଖରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା। ଉପକୂଳ ଓଡ଼ିଶା ସହ ପାଶ୍ବବର୍ତ୍ତୀ ଜିଲ୍ଲା ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବ। ଆସନ୍ତା ୨୦ ତାରିଖରେ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ୨୨ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। କ୍ରମେ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ଆହୁରି ତୀବ୍ର ବା ଘନୀଭୂତ ହେବ । ଲଘୁଚାପ ସୃଷ୍ଟି ପରେ ଚିତ୍ର ଆହୁରି ସ୍ପଷ୍ଟ ହେବ।

Advertisment

ଲଘୁଚାପ ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଥିଲେ ବି ଏହା ଅବପାତ ହେବ ନା ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବ ସେନେଇ ଦେଖାଦେଇଛି ସସପେନସ । ବାତ୍ୟା ସନ୍ଦେହ ଏଥିପାଇଁ ଉପୁଜିଛି, କାହିଁକି ନା କିଛି ବିଦେଶୀ ମଡେଲ୍ ଘୂର୍ଣ୍ଣିବଳୟ ପରେ ବାତ୍ୟା ରୂପ ନେବ ବୋଲି ଆକଳନ କରୁଛନ୍ତି। ମାତ୍ର ଏପର୍ଯ୍ୟନ୍ତ ବାତ୍ୟା ଉପରେ କୌଣସି ଆକଳନ କରାଯାଇନାହିଁ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଅଧିକ ପଢ଼ନ୍ତୁ: ଓଡ଼ିଶାକୁ ପୁଣି ବାତ୍ୟା ଛନକା, ୨୨ରେ ଲଘୁଚାପ..!

ଗତକାଲି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଥଇଲେ, ବାତ୍ୟାପ୍ରବଣ ଓଡ଼ିଶାର ଇତିହାସ ଦେଖିଲେ,ରାଜ୍ୟରେ ଅକ୍ଟୋବର ମାସରେ ହିଁ ଅଧିକାଂଶ ବାତ୍ୟା ମାଡ଼ ହୋଇଛି। ୧୯୯୯ ଅକଟୋବର ୨୯ରେ ଉପକୂଳ ଓଡ଼ିଶାକୁ ଧ୍ୱସ୍ତବିଧ୍ୱସ୍ତ କରିଥିଲା ମହାବାତ୍ୟା। ପରେ ପୁଣି ୨୦୧୩ ସେହି ଅକ୍ଟୋବରରେ ଆସିଥିଲା ଅତିଭୀଷଣ ସାମୁଦ୍ରିକ ଝଡ଼ ଫାଇଲିନ୍। ସେହିଭଳି ୨୦୧୪ ଅକ୍ଟୋବରରେ ହୁ଼ଡହୁଡ ଓ ୨୦୧୮ ଅକଟୋବରରେ ତିତଲିର ତାଣ୍ଡବକୁ ସାମ୍ନା କରିଥିଲେ ଓଡ଼ିଶାବାସୀ।

Advertisment

ବରିଷ୍ଠ ପାଣିପାଗ ବିଜ୍ଞାନୀଙ୍କ ମତରେ ଏବେ ବାତ୍ୟା ପାଇଁ ଅନୁକୂଳ ପରିବେଶ ରହିଛି। ବାତ୍ୟା ସାଧାରଣତଃ ମୌସୁମୀ ଆଗମନ ଓ ପ୍ରତ୍ୟାବର୍ତ୍ତନ ସମୟରେ ହେଉଥିବା ବେଳେ ବର୍ତ୍ତମାନ ପ୍ରତ୍ୟାବର୍ତ୍ତନ ସମୟ। ସେହିଭଳି ସମୁଦ୍ର ପତ୍ତନର ତାପମାତ୍ର ମଧ୍ୟ ବାତ୍ୟା ଅନୁକୂଳ ରହିଛି। ଅନୂକୂଳ ପରିବେଶ ଓ ପରିସ୍ଥିତି ସାଙ୍ଗକୁ ଅଧିକାଂଶ ମେଡେଲର ଇଣ୍ଡିକେସନ ବାତ୍ୟା ଆଡ଼କୁ ଯାଉଥିଲେ ବି ଆସନ୍ତା ୨୨ ଓ ୨୩ ତାରିଖ ବେଳକୁ ଚିତ୍ର ସ୍ପଷ୍ଟ ହେବ ବୋଲି ପାଣିପାଗ ବିଜ୍ଞାନୀ ମତ ରଖିଛନ୍ତି।

Low Pressure Rain Alert
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ