Advertisment

ୱେଲମାର୍କ ଲୋ ପ୍ରେସରରେ ପରିଣତ ହେଲା ଲଘୁଚାପ

ୱେଲମାର୍କ ଲୋ ପ୍ରେସରରେ ପରିଣତ ହୋଇଛି ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ। ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଗତକାଲିଠାରୁ ତୁହାକୁ ତୁହା ବର୍ଷା ଲାଗି ରହିଛି ।

ଅଦ୍ୟତନ ହୋଇଛି
rain at koraput

rain at koraput

Advertisment

ଭୁବନେଶ୍ୱର: ୱେଲମାର୍କ ଲୋ ପ୍ରେସରରେ ପରିଣତ ହୋଇଛି ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ। ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଗତକାଲିଠାରୁ ତୁହାକୁ ତୁହା ବର୍ଷା ଲାଗି ରହିଛି । ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ଲଘୁଚାପ ସକ୍ରିୟ ରହିଛି । ଆଗାମୀ ୨ରୁ ୩ ଦିନ ମଧ୍ୟରେ ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରିବା ସମ୍ଭାବନା ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

Advertisment

ପରିସ୍ଥିତିକୁ ଦେଖି ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ସମୁଦ୍ର ଭିତରକୁ ନ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି 

Advertisment

କୋରାପୁଟ ଜିଲ୍ଲାରେ କାଲିଠାରୁ ଜାରି ରହିଛି ଲଘୁଚାପ ଜନିତ ବର୍ଷା । ଜିଲ୍ଲାରେ ଗତ କିଛି ଦିନ ଧରି ବର୍ଷା ଉଭାନ ହୋଇଯାଇଥିଲା । ଫଳରେ ଚାଷୀ ହତାଶ ହୋଇ ପଡ଼ିଥିଲେ। ଏବେ ଲଘୁଚାପ ଜନିତ ବର୍ଷା ଯୋଗୁଁ ଏବେ ପାଣି ସମସ୍ୟାରୁ ନିସ୍ତାର ମିଳିବ ବୋଲି ଚାଷୀ ଆଶା ବାନ୍ଧିଛନ୍ତି । ବର୍ଷାକୁ ଦୃଷ୍ଟିରେ ରଖି କୋରାପୁଟ ଜିଲ୍ଲାର ସମସ୍ତ ବିଡିଓ, ତହସିଲଦାରଙ୍କୁ ସଜାଗ ରହିବାକୁ ପ୍ରଶାସନ ପରାମର୍ଶ ଦେଇଛି ।

ଜିଲ୍ଲା ଜରୁରୀକାଳିନ ଅଧିକାରୀ ଜ୍ଞାନଜିତ୍‌ ତ୍ରିପାଠୀଙ୍କ କହିବା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ମଧ୍ୟମ ଧରଣର ବର୍ଷା ଲାଗିରହିଛି। ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୫ରୁ ୬ ମିମି ବର୍ଷା ହୋଇଯାଇଛି। ଏହା ଚାଷୀଙ୍କୁ ସୁହାଇବ ଓ ଜଳଭଣ୍ଡାର ସମସ୍ୟା ଦୂର ହେବ ବୋଲି କହିଛନ୍ତି। 

Advertisment

ସେପଟେ ବାଲେଶ୍ୱର ଜିଲ୍ଲାରେ ବି ଲାଗି ରହିଛି ଲଘୁଚାପ ଜନିତ ବର୍ଷା। ସହରର ବିଭିନ୍ନ ଅଞ୍ଚଳରେ ପାଣି ଜମିରହିଛି। ଲଗାଣ ବର୍ଷା ଯୋଗୁ ଜନଜୀବନ ବ୍ୟାହତ ହୋଇଛି। ସେହିପରି ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ହୋଇପଡ଼ିଛି ବ୍ରହ୍ମପୁର ସହର ।ସହରର ବିଭିନ୍ନ ସ୍ଥାନରେ ଜମି ରହିଛି ପାଣି। ସହରର ହରଡ଼ାଖଣ୍ଡି ଅଞ୍ଚଳରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଛି। ନର୍ଦ୍ଦମା ଓ ବର୍ଷା ପାଣି ଏକାକାର ହୋଇ ଭାସୁଛି। ଘର ସମ୍ମୁଖରେ ପାଣି ଜମି ରହୁଥିବାରୁ ଲୋକେ ବାହାରି ପାରୁନାହାନ୍ତି। ନାଳ ସବୁ ପୋତି ଯାଇଥିବାରୁ ପାଣି ନିଷ୍କାସନ ହୋଇପାରୁନି।  

Weather Heavy Rainfall Alert
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ