Advertisment

Cyclone and Rain Warning in Odisha: ଆଜି ହେବ ଝଡ଼ବର୍ଷା; ୯ ଜିଲ୍ଲାକୁ ଅରେଞ୍ଜ୍ ୱାର୍ଣ୍ଣିଂ

ଆଜି ରାଜ୍ୟରେ ଝଡ଼ବର୍ଷା ହେବା ସହ କିଛି ସ୍ଥାନରେ କୁଆପଥର ହେବ। ଏଥିପାଇଁ ପାଣିପାଗକେନ୍ଦ୍ର ପକ୍ଷରୁ ୱାର୍ଣ୍ଣିଂ ଜାରି କରାଯାଇଛି। ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ଗଜପତି, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ବରଗଡ଼। ବାକିଥିବା ସମସ୍ତ ୨୧ ଜିଲ୍ଲାକୁ ଝଡ଼ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

ଅଦ୍ୟତନ ହୋଇଛି
Rain

Rain

Advertisment

ମେ' ୧ ଯାଏ ରାଜ୍ୟରେ ବିଜୁଳି ଘଡ଼ଘଡି ସହ ବର୍ଷା ହେବ। ଆଜି ୯ଟି ଜିଲ୍ଲାକୁ ଅରେଞ୍ଜ୍ ୱାର୍ଣ୍ଣିଂ, ବାକି ସମସ୍ତ ଜିଲ୍ଲା ପାଇଁ ଝଡ଼ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

Advertisment

ଅଧିକ ପଢ଼ନ୍ତୁ: ପ୍ରଚଣ୍ଡ ତାତିରୁ ମିଳିବ ଆଶ୍ୱସ୍ତି, ଆଜିଠୁ ୫ ଦିନ ଯାଏ ବର୍ଷା !

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆଜି ରାଜ୍ୟରେ ଝଡ଼ବର୍ଷା ହେବା ସହ କିଛି ସ୍ଥାନରେ କୁଆପଥର ହେବ। ଏଥିପାଇଁ ପାଣିପାଗକେନ୍ଦ୍ର ପକ୍ଷରୁ ୱାର୍ଣ୍ଣିଂ ଜାରି କରାଯାଇଛି। ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ଗଜପତି, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ବରଗଡ଼। ବାକିଥିବା ସମସ୍ତ ୨୧ ଜିଲ୍ଲାକୁ ଝଡ଼ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

ସେହିଭଳି ଆସନ୍ତାକାଲି ପାଇଁ ମଧ୍ୟ ସମ୍ପୂର୍ଣ୍ଣ ରାଜ୍ୟକୁ କାଳବୈଶାଖୀ ବର୍ଷା ନେଇ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। ଏହି ସମୟରେ ବିଜୁଳି ଘଡ଼ଘଡ଼ି ସହ ୫୦ରୁ ୬୦ କିଲୋମିଟର ବେଗରେ ଝଟକା ପବନ ବହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

Advertisment

ସୂଚନାଯୋଗ୍ୟ,ରାଜ୍ୟରେ ପ୍ରଚଣ୍ଡ ତାତିରେ କଲବଲ ହେଉଛି ଜନଜୀବନ । ତତଲା କଡ଼େଇରେ ଭାଜି ହେଉଥିଲା ସାରା ଓଡ଼ିଶା । ହେଲେ କାଳବୈଶାଖୀ ବର୍ଷା ଆଣି ଦେଇଛି ଆଶ୍ୱସ୍ତି। ଗତକାଲି ଟ୍ୱିନ ସିଟି ସହ କିଛି ଜିଲ୍ଲାରେ ବର୍ଷା ସହ ପବନ ହୋଇଥିଲା।

ଅଧିକ ପଢ଼ନ୍ତୁ: ଅସହ୍ୟ ଗରମ ଓ ଗୁଳୁଗୁଳିରେ ଆଉଟୁପାଉଟୁ ଲୋକେ; ଆହୁରି ବଢିବ ତାତି!

Weather Odisha Weather Weather Update
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ