Advertisment

‘ପୁରୀଠୁ ଅଳ୍ପ ଦୂରରେ କେନ୍ଦ୍ରୀଭୂତ ଜଓ୍ୱାଦ, ଏବେ ପଶ୍ଚିମବଙ୍ଗ ଉପକୂଳକୁ ମୁହାଁଇବ’

ଦକ୍ଷିଣ ଓଡ଼ିଶାରେ ବର୍ଷା କମିଛି, ଉତ୍ତର ଓଡ଼ିଶାରେ ବର୍ଷା ବଢ଼ିଛି । ଓଡ଼ିଶା ଉପକୂଳରେ ଆଜି ସଂଧ୍ୟା ଯାଏଁ ପବନ ବହିବ, ରାତିକୁ କମିବ ବୋଲି ଆଇଏମ୍‌ଡି ଡିଜି କହିଛନ୍ତି ।

Cyclone Jawad

Cyclone Jawad

Advertisment

ଭୁବନେଶ୍ୱର: ଜଓ୍ୱାଦ ସଂପର୍କରେ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ବଡ଼ ସୂଚନା । କହିଲେ ପୁରୀ ଠାରୁ ୭୦ କିମି ଦୂରରେ କେନ୍ଦ୍ରୀଭୂତ ହେଉଛି ଜଓ୍ୱାଦ । ଆଉ ୩ ଘଣ୍ଟା ମଧ୍ୟରେ ଦୁର୍ବଳ ହୋଇ ଅପରାହ୍ନ ସୁଦ୍ଧା ଅବପାତର ରୂପ ନେବ ବାତ୍ୟା ଜୱାଦ୍‌ । ଉତ୍ତର ଉତ୍ତରପୂର୍ବ ଦିଗକୁ ଗତି କରି ପଶ୍ଚିମବଙ୍ଗ ଉପକୂଳକୁ ମୁହାଁଇବ । ରାତି ସୁଦ୍ଧା ୱେଲ୍ ମାର୍କଡ୍ ଲୋ ପ୍ରେସର ହୋଇ ପଶ୍ଚିମବଙ୍ଗ ପହଞ୍ଚିବ । କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, କଟକ, ଭଦ୍ରକରେ ପ୍ରବଳ ବର୍ଷା ହୋଇଛି । ପାରାଦୀପରେ ୩ ଘଣ୍ଟା ମଧ୍ୟରେ ୫୬ ମିମି ବର୍ଷା ରେକର୍ଡ କରାଯାଇଛି । ଦକ୍ଷିଣ ଓଡ଼ିଶାରେ ବର୍ଷା କମିଛି, ଉତ୍ତର ଓଡ଼ିଶାରେ ବର୍ଷା ବଢ଼ିଛି । ଓଡ଼ିଶା ଉପକୂଳରେ ଆଜି ସଂଧ୍ୟା ଯାଏଁ ପବନ ବହିବ, ରାତିକୁ କମିବ ବୋଲି ଆଇଏମ୍‌ଡି ଡିଜି କହିଛନ୍ତି ।

Advertisment

ସାମୁଦ୍ରିକ ବାତ୍ୟା ଜଓ୍ୱାଦ ପ୍ରଭାବରେ ଉପକୂଳ ଜିଲ୍ଲା ଗୁଡିକରେ ଗତକାଲି ରାତିରୁ ପ୍ରବଳ ବର୍ଷା ଲାଗି ରହିଛି। ଗଂଜାମ ଖଲ୍ଲିକୋଟରେ ସର୍ବାଧିକ ୧୫୮ ମିଲିମିଟର ବର୍ଷା ରେକର୍ଡ ହୋଇଛି। ନୟାଗଡ଼ରେ ୧୦୭.୫ ମିଲିମିଟର ବର୍ଷା ରେକର୍ଡ ହୋଇଛି।  ଛତ୍ରପୁରରେ ୮୬.୬ ମିମି ବର୍ଷା ରେକର୍ଡ ହୋଇଛି। ଭୁବନେଶ୍ୱରରେ ୪୨.୩ ମିମି ବର୍ଷା ରେକର୍ଡ ହୋଇଛି ହୋଇଛି। ଜଓ୍ୱାଦ ପ୍ରଭାବରେ ଖୋର୍ଦ୍ଧା, ପୁରୀ, ଜଗତସିଂହପୁରର ଜିଲ୍ଲାରେ ପ୍ରବଳ ବର୍ଷା ରେକର୍ଡ ହୋଇଛି। ବର୍ଷା ନେଇ ଟୁଇନ୍ ସିଟି ଲାଗି ପାଣିପାଗ ବିଭାଗର ଅରେଞ୍ଜ ଓ୍ବାର୍ଣ୍ଣିଂ ଭୁବନେଶ୍ୱର ଓ କଟକର କିଛି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।

ବର୍ତ୍ତମାନ ସମୁଦ୍ର ଭିତରେ ଗଭୀର ଅବପାତରେ ପରିଣତ ହୋଇ ଦୁର୍ବଳ ହୋଇଛି । ବାତ୍ୟା ଜଓ୍ୱାଦ ମୋଡ଼ ବଦଳାଇ ପଶ୍ଚିମବଙ୍ଗ ଆଡକୁ ଚାଲିଯିବ ବୋଲି କହିଛି ଆଇଏମଡି। ପରବର୍ତ୍ତୀ ୧୨ ଘଣ୍ଟାରେ ଏହା ଦୁର୍ବଳ ହୋଇ ୱେଲ ମାର୍କଡ ଲଘୁଚାପରେ ପରିଣତ ହେବ । ଏହି ସମୟରେ ପବନର ବେଗ ସର୍ବାଧିକ ୬୦ କିମି ମଧ୍ୟରେ ରହିବ। ବନ୍ଦରଗୁଡ଼ିକରେ ୩ ନମ୍ବର ବିପଦ ସଙ୍କେତ ବଳବତ୍ତର ରହିବ । ୭ ତାରିଖ ପରେ ଜଓ୍ୱାଦ ପ୍ରଭାବ ଓଡ଼ିଶାରେ ପ୍ରାୟ ରହିବ ନାହିଁ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ଏବେ ଗୋପାଳପୁରରୁ ୯୦ କିଲୋମିଟର ଦୂରରେ ଜଓ୍ବାଦ୍ ରହିଛି। ସେହିପରି ପୁରୀ ଠାରୁ ୧୨୦ କିଲୋମିଟର ଥିବା ସୂଚନା ମିଳିଛି ।

Advertisment
Weather Update Cyclone
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ