Advertisment

ଆହୁରି ୫ ଦିନ ଯାଏଁ ତାତିରୁ ନାହିଁ ନିସ୍ତାର

ଉପକୂଳ ସିନା ଥଣ୍ଡା। ହେଲେ ପଶ୍ଚିମ ଓଡ଼ିଶା ଜଳୁଛି। ପ୍ରଚଣ୍ଡ ଖରା, ନିଆଁବର୍ଷା... ତାସାଙ୍ଗକୁ କଲବଲ କରୁଛି ଗୁଳୁଗୁଳି।

Intense heat wave bakes Western Odisha

Intense heat wave bakes Western Odisha

Advertisment

ପାଗରେ ଅଚାନକ ପରିବର୍ତ୍ତନ ଯୋଗୁଁ ଉପକୂଳ ସିନା ଥଣ୍ଡା ପଡିଛି, ହେଲେ ପଶ୍ଚିମ ଓଡ଼ିଶା କିନ୍ତୁ ପୂର୍ବଭଳି ତତଲା ତାୱାରେ ଭାଜି ହେଉଛି। କାଲିଠୁ ତାତି ସାମାନ୍ୟ କମିଥିଲେ ବି ଆଜି ବି ୪୪.୩ ଡିଗ୍ରୀ ତାପମାତ୍ରା ସହ ସମ୍ବଲପୁର ରାଜ୍ୟର ଉତ୍ତପ୍ତ ସହର ପାଲଟିଛି। ଏଥି ସହ ତିନିଟି ସହରର ପାରା ୪୩ ଡିଗ୍ରୀ ଉପରେ ରହିଛି। ଏଣେ ଗତକାଲି ସନ୍ଧ୍ୟା ଓ ଆଜି ସକାଳେ ବର୍ଷା ପରେ ରାଜଧାନୀ ସମେତ ଉପକୂଳ ଅଞ୍ଚଳର ଲୋକେ ସାମାନ୍ୟ ଆଶ୍ବସ୍ତି ଅନୁଭବ କରିଛନ୍ତି। ଏଣେ ପାଣିପାଗ ବିଭାଗ କିନ୍ତୁ କହିଛି ତାତି ଆହୁରି ୫ଦିନ ରାଜୁତି କରିବ।

Advertisment

ଉପକୂଳ ସିନା ଥଣ୍ଡା। ହେଲେ ପଶ୍ଚିମ ଓଡ଼ିଶା ଜଳୁଛି। ପ୍ରଚଣ୍ଡ ଖରା, ନିଆଁବର୍ଷା... ତାସାଙ୍ଗକୁ କଲବଲ କରୁଛି ଗୁଳୁଗୁଳି। ଗତକାଲି ୪୬ ଡିଗ୍ରୀରୁ ଅଧିକ ପାରଦ ସହ ଗଲା ୨୫ବର୍ଷ ଭିତରେ ଜୁନ୍ ମାସ ଖରାରେ ରେକର୍ଡ ଭାଙ୍ଗିଥିବା ସମ୍ବଲପୁର ସହରରେ ସକାଳ ୭ଟାରୁ ଏଠି ଆରମ୍ଭ ହୋଇଯାଉଛି ଗରମର ରାଜୁତି। ବଜାରଘାଟ ଶୂନଶାନ୍, ଆଖୁ ରସ କି ଲସି ଦୋକାନ ପାଖରେ ଗହଳି। ତେଣେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି କିଭଳି ଏହାର ମୁକାବିଲା କରାଯାଇପାରିବ, ଜିଲ୍ଲା ପ୍ରଶାସନ ପକ୍ଷରୁ ହୋଇଛି ପ୍ରସ୍ତୁତି।

ବିଶେଷକରି ଅତି ଦରକାର ନଥିଲେ ଖରା ସମୟରେ ପଦାକୁ ନବାହାରିବାକୁ ଓ ନିର୍ମାଣ କାମ ନକରିବାକୁ ଲୋକଙ୍କୁ ସଚେତନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ସେହିପରି ସୁନ୍ଦରଗଡ଼ ଜିଲ୍ଲାର ବଣାଇ, ବୌଦ୍ଦ ଓ ସୋନପୁର ଆଦି ସ୍ଥାନରେ ବି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି ୪୦ ଡିଗ୍ରୀ ପାର ମୁଣ୍ଡଫଟା ଖରା।

Advertisment

ଇଏ ରାଜଧାନୀର ଦୃଶ୍ୟ। ଗଲାକାଲି ୪୪.୩ ଡିଗ୍ରୀ ତାତିରେ ସିଝିଥିବା ଭୁବନେଶ୍ବର ଆଜି ଥଣ୍ଡା ପଡ଼ିଛି। ଗଲାକାଲି ସନ୍ଧ୍ୟାରେ ବର୍ଷା ସହ ଆଜି ସକାଳେ ଝିପି ଝିପି ବର୍ଷା ଜନଜୀବନକୁ ଆଶ୍ବସ୍ତି ଆଣି ଦେଇଛି। ତେବେ ମଧ୍ୟାହ୍ନ ପରଠାରୁ ତାତି ଟିକେ ବଢ଼ିଥିଲେ ବି ପାରା ୩୬ ପାର କରିନଥିଲା। ସେହିପରି ବ୍ରହ୍ମପୁର ସହରରେ ବି ଆଜି ଝିପି ଝିପି ବର୍ଷା ପରେ ପରିବେଶ ଥଣ୍ଡା ପଡ଼ିଛି। ପୁରୀ, ଚାନ୍ଦବାଲି ଆଦି ସ୍ଥାନରେ ବି ବର୍ଷା ଯୋଗୁଁ ଗରମକୁ ଲୋକଙ୍କୁ ସମାନ୍ୟ ମୁକ୍ତି ମିଳିଛି।

ତେବେ ଆସନ୍ତାକାଲି ପର୍ଯ୍ୟନ୍ତ ୧୧ ଜିଲ୍ଲାକୁ ସ୍ୱଳ୍ପ ଓ ମଧ୍ୟମ ଧରଣର ବର୍ଷା ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ। ଏସବୁ ଜିଲ୍ଲାଗୁଡ଼ିକ ହେଲା କନ୍ଧମାଳ, ବଲାଙ୍ଗିର, ନୂଆପଡ଼ା, ଗଂଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି। ସେପଟେ ଉପକୂଳରେ ଆଜି ଓ ଆସନ୍ତାକାଲିକୁ ଛାଡ଼ିଦେଲେ ଗ୍ରୀଷ୍ମ ପ୍ରବାହ ଆଗାମୀ ୫ ଦିନ ପର୍ଯ୍ୟନ୍ତ ଜାରି ରହିବ ବୋଲି କହିଛନ୍ତି ପାଣିପାଗ ବିଭାଗ। ଏମତିକି ପ୍ରଚଣ୍ଡ ଖରା ପାଇଁ ଝାରସୁଗୁଡ଼ା ଓ ସମ୍ବଲପୁରକୁ ହିଟ୍ ୱେଭ ୱାର୍ଣ୍ଣିଂ ଜାରି ରହିଛି। ଗତକାଲିର ବର୍ଷା ପରେ ଉପକୂଳବାସୀ ସାମାନ୍ୟ ଆଶ୍ୱସ୍ତି ଅନୁଭବ କରିଥିଲେ ବି ରଜ ୪ଦିନ ତାତି ରାଜୁତି ରହିବା ଅନୁମାନ କରାଯାଇଛି। 

Advertisment
Heat Wave Warning
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ