Advertisment

ଓଡ଼ିଶାକୁ ପୁଣି ବାତ୍ୟା ଛନକା, ୨୨ରେ ଲଘୁଚାପ..!

ଆଇଏମଡିର ଆକଳନ, ୨୪ରେ ନେଇପାରେ ଅବପାତ ରୂପ । ସାଇକ୍ଲୋନ ନେଇ କିଛି ବିଦେଶୀ ମଡେଲର ପୂର୍ବାନୁମାନ।

Cycolone

Cycolone

Advertisment

୨୦ରେ ଘୂର୍ଣ୍ଣିବଳୟ, ୨୨ ବେଳକୁ ଲଘୁଚାପ କ୍ଷେତ୍ର। ପରେ ଲଘୁଚାପ ଅଧିକ ଘନୀଭୂତ ହେବାର ସମ୍ଭାବନା। କିନ୍ତୁ ଏହା ଅବପାତ ହେବ ନା ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବ ସେନେଇ ଦେଖାଦେଇଛି ସସପେନସ । ବାତ୍ୟା ସନ୍ଦେହ ଏଥିପାଇଁ ଉପୁଜିଛି, କାହିଁକି ନା କିଛି ବିଦେଶୀ ମଡେଲ୍ ଘୂର୍ଣ୍ଣିବଳୟ ପରେ ବାତ୍ୟା ରୂପ ନେବ ବୋଲି ଆକଳନ କରୁଛନ୍ତି। କିନ୍ତୁ ଭାରତୀୟ ପାଣିପାଗ ବିଭାଗ-IMD ଏଯାଏଁ ବାତ୍ୟା ନେଇ କୌଣସି ଆକଳନ କରିନାହିଁ।

Advertisment

IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ, ଆସନ୍ତା ୨୦ ତାରିଖ ସୁଦ୍ଧା ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି। ୨୨ ବେଳକୁ ଏହା କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପରେ ପରିଣତ ହେବ। କ୍ରମେ ଲଘୁଚାପ କ୍ଷେତ୍ର ଉତ୍ତର ପଶ୍ଚିମ ଦିଗକୁ ଗତି କରି ୨୪ରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ବର୍ଷା ଏବଂ ୨୪ରେ ଅଧିକ ବର୍ଷାର ସମ୍ଭାବନା ରହିଛି।

ବାତ୍ୟାପ୍ରବଣ ଓଡ଼ିଶାର ଇତିହାସ ଦେଖିଲେ,ରାଜ୍ୟରେ ଅକ୍ଟୋବର ମାସରେ ହିଁ ଅଧିକାଂଶ ବାତ୍ୟା ମାଡ଼ ହୋଇଛି। ୧୯୯୯ ଅକଟୋବର ୨୯ରେ ଉପକୂଳ ଓଡ଼ିଶାକୁ ଧ୍ୱସ୍ତବିଧ୍ୱସ୍ତ କରିଥିଲା ମହାବାତ୍ୟା। ପରେ ପୁଣି ୨୦୧୩ ସେହି ଅକ୍ଟୋବରରେ ଆସିଥିଲା ଅତିଭୀଷଣ ସାମୁଦ୍ରିକ ଝଡ଼ ଫାଇଲିନ୍। ସେହିଭଳି ୨୦୧୪ ଅକ୍ଟୋବରରେ ହୁ଼ଡହୁଡ ଓ ୨୦୧୮ ଅକଟୋବରରେ ତିତଲିର ତାଣ୍ଡବକୁ ସାମ୍ନା କରିଥିଲେ ଓଡ଼ିଶାବାସୀ।

Advertisment

ବରିଷ୍ଠ ପାଣିପାଗ ବିଜ୍ଞାନୀଙ୍କ ମତରେ ଏବେ ବାତ୍ୟା ପାଇଁ ଅନୁକୂଳ ପରିବେଶ ରହିଛି। ବାତ୍ୟା ସାଧାରଣତଃ ମୌସୁମୀ ଆଗମନ ଓ ପ୍ରତ୍ୟାବର୍ତ୍ତନ ସମୟରେ ହେଉଥିବା ବେଳେ ବର୍ତ୍ତମାନ ପ୍ରତ୍ୟାବର୍ତ୍ତନ ସମୟ। ସେହିଭଳି ସମୁଦ୍ର ପତ୍ତନର ତାପମାତ୍ର ମଧ୍ୟ ବାତ୍ୟା ଅନୁକୂଳ ରହିଛି। ଅନୂକୂଳ ପରିବେଶ ଓ ପରିସ୍ଥିତି ସାଙ୍ଗକୁ ଅଧିକାଂଶ ମେଡେଲର ଇଣ୍ଡିକେସନ ବାତ୍ୟା ଆଡ଼କୁ ଯାଉଥିଲେ ବି ଆସନ୍ତା ୨୨ ଓ ୨୩ ତାରିଖ ବେଳକୁ ଚିତ୍ର ସ୍ପଷ୍ଟ ହେବ ବୋଲି ପାଣିପାଗ ବିଜ୍ଞାନୀ ମତ ରଖିଛନ୍ତି।

Weather Update Cyclone
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ