Advertisment

୨ ଦିନ ପାଇଁ ପ୍ରବଳ ବର୍ଷା ନେଇ ଚେତାବନୀ; ଆଜି ପାଇଁ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ...

ଆଜି ଓ ଆସନ୍ତାକାଲି ୨ ଦିନ ପାଇଁ କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ। ପ୍ରବଳ ବର୍ଷା ନେଇ ଆଜି ପାଇଁ ୫ଟି ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ।

ଅଦ୍ୟତନ ହୋଇଛି
Low pressure over Bay of Bengal, Rainfall Alert In Odisha For Next 24 Hours

Rainfall

Advertisment

ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା। ଆଜି ଓ ଆସନ୍ତାକାଲି ୨ ଦିନ ପାଇଁ କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ। ପ୍ରବଳ ବର୍ଷା ନେଇ ଆଜି ପାଇଁ ୫ଟି ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ। 

Advertisment

ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼ ଏବଂ କେନ୍ଦୁଝର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏସବୁ ଜିଲ୍ଲାରେ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। 

ଏପଟେ ବିଜୁଳି ଘଡ଼ଘଡ଼ି ଚିନ୍ତାର କାରଣ ପାଲଟିଛି। ଦୁଇ ଦିନ ଭିତରେ ରାଜ୍ୟରେ ବଜ୍ରପାତରେ ଗଲାଣି ୧୬ ଜୀବନ। ଶନିବାର ୧୦ ଜଣ ଏବଂ ଗତକାଲି ୬ ଜଣଙ୍କ ଜୀବନ ଯାଇଛି ବଜ୍ରପାତ। ବିଶେଷ କରି ଚାଷ ଜମିରେ କାମ କରୁଥିବା ବେଳେ ଅଧିକାଂଶ ବଜ୍ରାଘାତର ଶିକାର ହେଉଛନ୍ତି। ଏଥିଲାଗି ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

Advertisment

ବଜ୍ରପାତ ସମୟରେ କଣ କରିବେ ? 

ଏବେ ଆସନ୍ତୁ ଜାଣିବା ବଜ୍ରପାତ ସମୟରେ କଣ କରିବେ ଏବଂ କଣ କରିବା ଅନୁଚିତ। ବଜ୍ରପାତ ସମୟରେ ଖୋଲା ସ୍ଥାନ କିମ୍ବା ଗଛ ତଳେ ନରହି ପକ୍କାଘର ଭିତରକୁ ଚାଲି ଆସନ୍ତୁ। ଘରେ ଥିବା ବେଳେ ଝରକା, କବାଟ ଏବଂ କାନ୍ଥ ଠାରୁ ଦୂରରେ ରୁହନ୍ତୁ। ବାହାରେ ଥିଲେ ଖାଲୁଆ ଜାଗା ଦେଖି ବସିଯାଆନ୍ତୁ। ମୁଣ୍ଡ ଓ ଦେହରୁ ଧାତୁ ଜିନିଷ ବାହାର କରିଦିଅନ୍ତୁ। ଯଦି ଗାଡି ଚଲାଉଥାନ୍ତି ତେବେ ଗଛ କିମ୍ବା ବିଦ୍ୟୁତ୍ ତାର ଓ ଖୁଣ୍ଟ ଠାରୁ ଦୂରରେ ରୁହନ୍ତୁ। ପୋଖରୀ ଏବଂ ଜଳାଶୟ ନିକଟରେ ରୁହନ୍ତୁ ନାହିଁ। ବିଦ୍ୟୁତ୍ ଉପକରଣ ଓ ମୋବାଇଲ୍ ଫୋନ୍ ବ୍ୟବହାର କରନ୍ତୁ ନାହିଁ। ବଜ୍ରପାତ ସମୟରେ ଯଦି ଆପଣ ବାହାରେ ଅଛନ୍ତି ତେବେ ତୁରନ୍ତ ନଇଁ ପଡି ଆଣ୍ଠୁ ବଙ୍କା କରି ଆଗକୁ ଝୁଙ୍କି ବସି ପଡନ୍ତୁ। ଦୁଇ ଗୋଡର ଗୋଇଠିକୁ ଲଗାଇ ରଖନ୍ତୁ। ଯେପରି ଦୁଇ ପାଦର ଆଙ୍ଗୁଠି ତଳ ଅଂଶ କେବଳ ଭୂମି ସଂସ୍ପର୍ଶରେ ଆସୁଥିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ଏଥିସହ ହାତ ପାପୁଲିରେ ଦୁଇ କାନକୁ ବନ୍ଦ ରଖନ୍ତୁ। କେବେହେଲେ ଭୂମିରେ ଚିତ୍ ହୋଇ ଶୁଅନ୍ତୁ ନାହିଁ। 

Heavy Rainfall Alert Heavy Rainfall Weather Alert Weather Update
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ