Advertisment

୨୯ରେ ପୁଣି ଲଘୁଚାପ; ଆଜି ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ !

ଗାଙ୍ଗେୟ୍ ଉପତ୍ୟକା ଓ ପଶ୍ଚିମବଙ୍ଗ ଉପକୂଳରେ ୱେଲ୍ ମାର୍କଡ ଲୋ ପ୍ରେସର । ରାଜ୍ୟରେ ଜାରି ରହିଛି ହାଲୁକାରୁ ମଧ୍ୟମ ଧରଣର ବର୍ଷା । ଆସନ୍ତା ୨୯ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ ।

ଅଦ୍ୟତନ ହୋଇଛି
undefined

Heavy rainfall

Advertisment

ଗାଙ୍ଗେୟ୍ ଉପତ୍ୟକା ଓ ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ରହିଛି ୱେଲ୍ ମାର୍କଡ ଲୋ ପ୍ରେସର । ଏହାର ପ୍ରଭାବରେ ରାଜ୍ୟରେ ଜାରି ରହିଛି ହାଲୁକାରୁ ମଧ୍ୟମ ଧରଣର ବର୍ଷା । ୱେଲ୍ ମାର୍କଡ ଲୋ ପ୍ରେସର ଆସନ୍ତା ୨ ଦିନରେ ଏହା ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଝାଡଖଣ୍ଡ ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ପହଞ୍ଚିବ ।

Advertisment

ଆସନ୍ତା ୨୯ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ। ୩୦ରୁ ବଢିବ ବର୍ଷା ବିସ୍ତୃତି। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ। ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ।

ଅଧିକ ପଢ଼ନ୍ତୁ: ଓଡିଶା ଉପରେ ସିରିଜ ଘୁର୍ଣ୍ଣିବଳୟ, ୫ ଦିନ ପ୍ରବଳ ବର୍ଷିବ

ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ୧ ତାରିଖ ଯାଏ ରାଜ୍ୟରେ ଜାରି ରହିବ ବର୍ଷା । ନାଗାବଳୀ, ବଂଶଧାରା ଓ ଋଷିକୂଲ୍ୟା ନଦୀ ମୁହାଣରେ ଅଧିକ ବର୍ଷା ହେବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ। ଆସନ୍ତା ୨୪ ଘଣ୍ଟା ପାଇଁ ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେଓଗଡ଼ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ। 

Advertisment

ଏସବୁ ଜିଲ୍ଲାର କିଛି ସ୍ଥାନରେ ୭ ରୁ ୧୧ ସେଣ୍ଟିମିଟର ଯାଏ ବର୍ଷିପାରେ। ସୁଦୃଶ୍ୟ ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ରହୁଥିବାରୁ ଦୁଇ ଦିନ ମତ୍ସ୍ୟଜୀବହୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି ।  

Advertisment

ଏପଟେ ଆଜି ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।  ୩ ଘଣ୍ଟା ପାଇଁ ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି  । ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁରକୁ ଆଲର୍ଟ ଜାରି କରାଯାଇଛି  । ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାକୁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି ମଧ୍ୟ ହୋଇଛି  ।

IMD Forecast Weather Update Thunderstorm Warning Rainfall Alert
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ