Hot wave
ସାରା ରାଜ୍ୟରେ ଗ୍ରୀଷ୍ଣ ପ୍ରବାହ ଜାରି । ଶନିବାର ୧୫ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ୪୩.୫ ଡିଗ୍ରୀ ସହ ସୋନପୁର ସବୁଠାରୁ ଉତ୍ତପ୍ତ ସହର । ଅନ୍ୟପଟେ ବଲାଙ୍ଗିରରେ ୪୩ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ଅନୁଗୁଳରେ ୪୨.୭ ଡିଗ୍ରୀ ରହିଥିଲା । ଝାରସୁଗୁଡ଼ାରେ ୪୨.୬ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ବୌଦ୍ଧ ଓ ସୁନ୍ଦରଗଡ଼ରେ ୪୨.୫ ଡିଗ୍ରୀ ।
ସେହିଭଳି ସମ୍ବଲପୁରରେ ୪୨.୫ଂ, ବାରିପଦାରେ ୪୧.୮ଂ, ଟିଟିଲାଗଡ଼ ଓ ପାରଳାଖେମୁଣ୍ଡିରେ ୪୧.୫, ଭବାନୀପାଟଣାରେ ୪୧.୨ଂ, ତାଳଚେରରେ ୪୦.୪ଂ, ହୀରାକୁଦରେ ୪୦.୩ ଡିଗ୍ରୀ ରହିଥିଲା । ସେହିଭଳି କେନ୍ଦୁଝରରେ ୪୦.୧ଂ, ନୟାଗଡ଼ରେ ୪୦ ଡିଗ୍ରୀ, ଭୁବନେଶ୍ୱରରେ ୩୮.୧ଂ ଓ କଟକରେ ୩୮ ଡିଗ୍ରୀ ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Hot_wave_1648557820.jpg)