Cyclone Biparjoy
ଆସନ୍ତାକାଲି ଗୁଜରାଟ ଉପକୂଳ ଛୁଇଁପାରେ ବାତ୍ୟା ବିପର୍ଯ୍ୟୟ । ଏହା ସମୁଦ୍ରରେ ଦୁର୍ବଳ ହୋଇ ଅତି ପ୍ରବଳ ଘୂର୍ଣ୍ଣିଝଡ଼ରେ ପରିଣତ ହୋଇଥିଲେ ବି, ଲ୍ୟାଣ୍ଡଫଲ ବେଳକୁ ଏହା ବ୍ୟାପକ କ୍ଷୟକ୍ଷତି ଘଟାଇବାର ଆଶଙ୍କା ରହିଛି । ସେତେବେଳେ ପବନର ଘଣ୍ଟାପ୍ରତି ବେଗ ୧୨୫ରୁ ୧୩୫ କିଲୋମିଟର ଏବଂ ବେଳେବେଳେ ୧୫୦ କିଲୋମିଟର ବେଗ ବହିବ ବୋଲି ପୂର୍ବାନୁମାନ କରାଯାଇଛି ।
ଏଥିଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟାଇବାର ଆଶଙ୍କା ରହିଛି ବୋଲି ସତର୍କ କରିଦେଇଛି ଭାରତୀୟ ପାଣିପାଗ ବିଭାଗ । ତେଣେ ଗୁଜରାଟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ମଧ୍ୟ ବାତ୍ୟା ବିପତ୍ତିକୁ ଯଥାସମ୍ଭବ ହ୍ରାସ କରିବା ପାଇଁ ଆଗୁଆ ପ୍ରସ୍ତୁତିକୁ ଜୋରଦାର କରାଯାଇଛି । ପ୍ରାୟ ୩୭ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଉପକୂଳ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତିର ଆଶଙ୍କାକୁ ନେଇ ମୁକାବିଲା ପ୍ରସ୍ତୁତି ଜୋରଦାର କରାଯାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଘନଘନ ସମୀକ୍ଷା କରାଯାଉଛି ।
ଅନ୍ୟପଟେ ପାଣିପାଗରେ ଅଚାନକ ପରିବର୍ତ୍ତନ ଯୋଗୁଁ ଉପକୂଳରେ ସାମାନ୍ୟ ଥଣ୍ଡା ପଡିଥିଲେ ବି ପଶ୍ଚିମ ଓଡ଼ିଶାରେ କିନ୍ତୁ କିଛି ପରିବର୍ତ୍ତନ ହୋଇନାହିଁ। ପୂର୍ବଭଳି ତତଲା ତାୱାରେ ଭାଜି ହେଉଛି ପଶ୍ଚିମ ଓଡ଼ିଶା। ଗତକାଲି ପଶ୍ଚିମଓଡ଼ିଶାର ଏକାଧିକ ସହରରେ ତାପମାତ୍ରା ୪୨ ଡିଗ୍ରୀ ପାର୍ ହୋଇଥିଲା । ସମ୍ବଲପୁରରେ ତାପମାତ୍ରା ସବୁଠାରୁ ଅଧିକ ୪୪.୩ ଡିଗ୍ରୀ ରେକର୍ଡ କରାଯାଇଥିଲା । ସେହିପରି ହୀରାକୁଦ, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେଓଗଡ଼, ବଲାଙ୍ଗୀର, ବୌଦ୍ଧ ଏବଂ ନୂଆପଡା ଜିଲ୍ଲାରେ ପାରଦ ୪୨ ଡିଗ୍ରୀ ପାର୍ କରିଥିଲା। ଏକାଧିକ ସ୍ଥାନରେ ତାପମାତ୍ରା ସ୍ୱାଭାବିକ ଠାରୁ ୪ରୁ ୫ ଡିଗ୍ରୀ ଅଧିକ ରହିଥିଲା । ଆଗାମୀ ୫ଦିନ ପର୍ଯ୍ୟନ୍ତ ଅସହ୍ୟ ତାତି ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1686716042.jpg)