Advertisment

ଲଗାଣ ବର୍ଷାରେ ବେହାଲ୍‌ ଗୁଜରାଟ, ହେଲିକପ୍ଟର ଯୋଗେ ଚାଲିଛି ଉଦ୍ଧାର

ଲଗାଣ ବର୍ଷା ପରେ ଉବୁଟୁବୁ ଗୁଜରାଟର ବିଭିନ୍ନ ଅଞ୍ଚଳ। ବିଶେଷ କରି ସୁରତ ଓ ସୌରାଷ୍ଟ୍ର ଅଞ୍ଚଳରେ ବନ୍ୟା ସ୍ଥିତି ସୃଷ୍ଟି ହେବା ପରେ ମୁତୟନ ହୋଇଛନ୍ତି NDRF ଯବାନ।

ଅଦ୍ୟତନ ହୋଇଛି
Waterlogging At Surat In Gujarat

Rain lashes

Advertisment

ଲଗାଣ ବର୍ଷା ପରେ ଉବୁଟୁବୁ ଗୁଜରାଟର ବିଭିନ୍ନ ଅଞ୍ଚଳ। ବିଶେଷ କରି ସୁରତ ଓ ସୌରାଷ୍ଟ୍ର ଅଞ୍ଚଳରେ ବନ୍ୟା ସ୍ଥିତି ସୃଷ୍ଟି ହେବା ପରେ ମୁତୟନ ହୋଇଛନ୍ତି NDRF ଯବାନ। ଆଗାମୀ ୨୪ ଘଣ୍ଟାରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏଥିପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି।

Advertisment

ସୁରତ ସହର ଜଳମଗ୍ନ ହୋଇଥିବା ବେଳେ, ପୋରବନ୍ଦର, ଜୁନାଗଡ଼, କଚ୍ଛ ଏବଂ ଦେବଭୂମି ଦ୍ବାରକା ଅଞ୍ଚଳରେ ବି ଭୀଷଣ ବନ୍ୟା ଦେଖାଦେଇଛି। ସୁରତରେ ରାସ୍ତା ଉପରେ ପାଣି ଲହଡ଼ି ଭାଙ୍ଗୁଥିବା ଦେଖିବାକୁ ମିଳିଛି । ଜନଜୀବନ ଓ ଗମନାଗମନ ବାଧାପ୍ରାପ୍ତ ହୋଇଛି। ରାଜକୋଟ ଜିଲ୍ଲା ଲାଠ ଗାଁରେ ବାଦଲ ଫଟା ବର୍ଷା ହେବା ଫଳରେ ମାତ୍ର ୨ ଘଣ୍ଟାରେ ୧୧ ଇଞ୍ଚ ବର୍ଷା ରେକର୍ଡ ହୋଇଛି।

ଅଧିକ ପଢ଼ନ୍ତୁ: ବର୍ଷାରେ ଭିଜୁଛି ଓଡ଼ିଶା; ଏହି ୬ଜିଲ୍ଲାରେ ପ୍ରବଳ ବର୍ଷିବ, ୱାର୍ଣ୍ଣିଂ ଜାରି..

Advertisment

ଦେବଭୂମି ଦ୍ବାରକା ଅଞ୍ଚଳରେ ଜଳବନ୍ଦୀ ଅବସ୍ଥାରେ ଫସିରହିଥିବା ବିପନ୍ନଙ୍କୁ ବାୟୁସେନା ହେଲିକପ୍ଟର ଯୋଗେ ଉଦ୍ଧାର କରାଯାଉଥିବା ଦେଖିବାକୁ ମିଳିଛି । ଦେଶର ବିଭିନ୍ନ ସ୍ଥାନରେ ଏବେ ବର୍ଷାର ତାଣ୍ଡବ । ପ୍ରବଳ ବର୍ଷାରେ ଉବୁଟୁବୁ ମାୟାନଗରୀ ମୁମ୍ବାଇ । ଲଗାତାର କିଛି ଦିନ ହେବ ମୁମ୍ବାଇରେ ବର୍ଷା ଲାଗି ରହିଛି । ଫଳରେ ରାସ୍ତା ଘାଟ ପାଣିରେ ଭର୍ତ୍ତି ହୋଇଯିବାରୁ ଯାତାୟତ ପ୍ରଭାବିତ ହୋଇଛି। ଯୁଆଡ଼େ ଆଖି ବୁଲାଇଲେ ଖାଲି ପାଣି ଆଉ ପାଣି।

ଜନଜୀବନ ଏକ ପ୍ରକାର ଠପ୍ ହୋଇଯାଇଛି। ଭାସୁଛି କାର। ରାସ୍ତାଘାଟରେ ପାଣିର ସୁଅ। ଗାଡି ମୋଟର ଯିବା ଦୂରର କଥା ଚାଲିକି ଯିବା ବି ମୁସ୍କିଲ ହୋଇପଡିଛି। କିଛି ସ୍ଥାନରେ ରାସ୍ତା ବୁଡି ରହିଥିବାରୁ ଗୁରୁତର ଟ୍ରାଫିକ ସମସ୍ୟା ଦେଖାଦେଇଛି। ବର୍ଷା ଓ ବନ୍ୟା କାରଣରୁ ମହାରାଷ୍ଟ୍ରରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

Advertisment
Weather Update Waterlogging
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ