Advertisment

ବନ୍ୟା ସ୍ଥିତିରେ ଆସିନି ସୁଧାର, ଅବପାତ ପ୍ରଭାବରେ ଆନ୍ଧ୍ରରେ ପୁଣି ପ୍ରବଳ ବର୍ଷା

ଆନ୍ଧ୍ର ପ୍ରଦେଶରେ ଡିପ୍ରେସନ ପ୍ରଭାବରେ ପ୍ରବଳ ବର୍ଷା । ୪୮ ଘଣ୍ଟା ପାଇଁ ୱାର୍ଣ୍ଣିଂ ଜାରି । ତଳିଆ ଅଞ୍ଚଳର ଲୋକେ ସତର୍କ ରହିବାକୁ ପରାମର୍ଶ ।

author-image
Sangram Keshori Behera
Andhra Pradesh Flood

Andhra Pradesh Flood

ଆନ୍ଧ୍ର ପ୍ରଦେଶରେ ବର୍ଷା ବିତ୍ପାତ । ଡିପ୍ରେସନ ପ୍ରଭାବରେ ପ୍ରବଳ ବର୍ଷା ନେଇ ୪୮ ଘଣ୍ଟା ପାଇଁ ଜାରି ହୋଇଛି ୱାର୍ଣ୍ଣିଂ। ତଳିଆ ଅଞ୍ଚଳର ଲୋକେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ପୂର୍ବରୁ ହୋଇଥିବା ବର୍ଷା କାରଣରୁ ଆନ୍ଧ୍ରର ଅନେକ ଅଞ୍ଚଳରେ ବନ୍ୟାସ୍ଥିତିରେ ଏଯାଏଁ ସୁଧାର ଆସି ନଥିବାବେଳେ,  ଗତକାଲି ସନ୍ଧ୍ୟା ଠାରୁ ପୁଣି ପ୍ରବଳ ବର୍ଷା ଜାରି ରହିଛି । ଲଘୁଚାପ ଡିପ୍ରେସନର ରୂପ ନେବା ପରେ ବର୍ଷାର ପରିମାଣ ବଢ଼ିବାରେ ଲାଗିଛି । ଫଳରେ ସାଧାରଣ ଜୀବନ ଯାତ୍ରା ଗୁରୁତର ଭାବେ ପ୍ରଭାବିତ ହୋଇଛି।

Advertisment

ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ, ବିଜୟନଗର, ବିଶାଖାପାଟଣା, ପଶ୍ଚିମ ଓ ପୂର୍ବ ଗୋଦାବରୀ ଏବଂ କ୍ରିଷ୍ଣା ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବହୁ ନଦୀର ଜଳସ୍ତର ବଢିବା ଆଶଙ୍କା ଥିବାରୁ ତଳିଆ ଅଞ୍ଚଳର ଲୋକେ ସତର୍କ ରହିବାକୁ କୁହାଯାଇଛି। ଗତ ମାସ ଶେଷବେଳକୁ ଲଗାଣ ବର୍ଷା ଯୋଗୁଁ ଆନ୍ଧ୍ରପ୍ରଦେଶର ବିଜୟୱାଡା ସହର ସମ୍ପୂର୍ଣ ଜଳମଗ୍ନ ହୋଇଥିଲା।

ଏବେ ସୁଦ୍ଧା ୨୦ରୁ ଅଧିକ ଗାଁ ପାଣି ଘେରରେ ଥିବାବେଳେ, ସରକାରଙ୍କ ପକ୍ଷରୁ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଜିଲ୍ଲା ମୁଖ୍ୟାଳୟରେ ଶୁଖିଲା ଖାଦ୍ୟ ଗଛିତ ରଖିବା ପାଇଁ ନିର୍ଦେଶ ଦେଇଛନ୍ତି ଆନ୍ଧ୍ର ସରକାର । ଏଥିସହ ସରକାରୀ ଛୁଟିରେ ଯାଇଥିବା ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ କରି ତୁରନ୍ତ ନିଜ ନିଜର କାର୍ଯ୍ୟାଳୟରେ ଉପସ୍ଥିତ ରହିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। 

Advertisment

Weather Update Rain Alert Andhra Pradesh Flood
Advertisment
Advertisment