Advertisment

Weather Update: ଗୁଳୁଗୁଳିରୁ ତ୍ରାହି, ରାଜଧାନୀରେ ବର୍ଷା ଆଣିଲା ଆଶ୍ୱସ୍ତି

ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବର୍ଷା । ଡହଡହ ଖରା ସହ ଗୁଳୁଗୁଳି କାରଣରୁ ଅସ୍ତବ୍ୟସ୍ତ ହୋଇପଡିଥିଲେ ରାଜଧାନୀବାସୀ । ସନ୍ଧ୍ୟାରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବାରୁ ମିଳିଛି ଆଶ୍ୱସ୍ତି ।

ଅଦ୍ୟତନ ହୋଇଛି
Rain in Bhubaneswar

Rain in Bhubaneswar

Advertisment

ତାତିରୁ ମିଳିଲା ସାମାନ୍ୟ ଆଶ୍ୱସ୍ତି । ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବର୍ଷା । ଗତକାଲି ମଧ୍ୟ କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇଥିଲା । ଦିନ ସାରା ପ୍ରବଳ ଗୁଳୁଗୁଳିରେ ରାଜ୍ୟବାସୀ ଛଟପଟ ହେଉଥିବାବେଳେ ସନ୍ଧ୍ୟାରେ କିଛି କିଛି ସ୍ଥାନରେ ପାଗରେ ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ଯଦିଓ ଗତକାଲି ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି ତଥାପି ତାତିରୁ ତ୍ରାହି ମିଳିନାହିଁ । ଆଜି ଦ୍ୱିପ୍ରହର ସୁଦ୍ଧା ତାପମାତ୍ରା ୩୦ ଡିଗ୍ରୀ ପାର୍ କରିଥିଲା । ହେଲେ ଅପରାହ୍ନରେ ଆକାଶରେ କଳାହାଣ୍ଡିଆ ମେଘ ଦେଖିବାକୁ ମିଳିଥିବାବେଳେ ସ୍ଥାନେ ସ୍ଥାନେ ବର୍ଷା ହୋଇଛି । 

Advertisment

ଗତକାଲି ଭୁବନେଶ୍ୱରର ଅଧିକାଂଶ ସ୍ଥାନରେ ପାଣି ଜମିଥିବା ଦେଖିବାକୁ ମିଳିଥିଲା । ଇସ୍କନ ମନ୍ଦିର ସାମ୍ନା ଓ ବମିଖାଲ ଭଳି ଅଞ୍ଚଳରେ ପାଣି ଜମିବା କାରଣରୁ ରାସ୍ତାରେ ଟ୍ରାଫିକ ସମସ୍ୟା ଉପୁଜିଥିଲା । ରାସ୍ତାର ଦୁଇ ପାର୍ଶ୍ୱରେ ବହୁ ସଂଖ୍ୟାରେ ଯାନବାହନ ଅଟକି ରହିଥିବା ଦେଖିବାକୁ ମିଳିଥିଲା । ସେପଟେ ଆଜି ଦିନରେ ଅସହ୍ୟ ତାତି ଓ ଗୁଳଗୁଳି ପରିଲକ୍ଷିତ ହୋଇଥିଲା । ଆର୍ଦ୍ରତା ମଧ୍ୟ ଅଧିକ ରହୁଥିଲା ।  ସନ୍ଧ୍ୟାରେ ହୋଇଥିବା ବର୍ଷା ଯୋଗୁ ଆଶ୍ୱସ୍ତି ଅନୁଭବ କରିଛନ୍ତି ରାଜଧାନୀବାସୀ । 

ଅଧିକ ପଢନ୍ତୁ : ଗ୍ରୀଷ୍ମ ଲହରୀ ଜାରି; ତାତିରେ ଆଉଟୁପାଉଟୁ ଉପକୂଳରୁ ଉତ୍ତର

Heavy Rainfall Thunder Storm
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ