Advertisment

ଏକାଥରକେ ଦୁଇଟି ଲଘୁଚାପ ! ୨ ଦିନ ଯାଏଁ ପ୍ରବଳ ବର୍ଷିବ

ଆସନ୍ତା ୨୪ ତାରିଖରେ ପୁଣି ଏକ ଲଘୁଚାପ କ୍ଷେତ୍ର ସମ୍ଭାବନା । ଲଘୁଚାପ ପ୍ରଭାବରେ ରାଜ୍ୟର ୧୩ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ।

undefined

Weather News

Advertisment

ଦୁଇ ଦିନର ଲଗାଣ ବର୍ଷାରେ ବେହାଲ ମାଲକାନଗିରି ଜିଲ୍ଲା। ବିଚ୍ଛିନ୍ନ ହୋଇଯାଇଛି ବହୁ ଇଲାକା। ଦୁର୍ଗମ ଅଞ୍ଚଳରେ ବଢ଼ିଯାଇଛି ଦୁର୍ଦ୍ଦଶା । ଏମିତି କିଛି ଦେଖିବାକୁ ମିଳିଛି ବାୟାପଡା ଘାଟିରେ । ଭୁସ୍ଖଳନ ଯୋଗୁଁ ଠପ୍ ହୋଇଯାଇଛି ଯାତାୟାତ । ନାକାମାମୁଡ଼ି ପଂଚାୟତର ୧୯ରୁ ଅଧିକ ଗାଁ ତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି। ନନଷ୍ଟପ୍ ବର୍ଷା ଯୋଗୁ କେବଳ ଯେ ଭୁସ୍ଖଳନ ହୋଇଛି ତା ନୁହେଁ । ବିଭିନ୍ନ ପୋଲ ଉପରେ ଅନବରତ ପାଣି ଚାଲୁଥିବାରୁ ଗମନାଗମନ ପ୍ରଭାବିତ ହୋଇଥିଲା । ସେପଟେ ସ୍ୱାଭିମାନ ଅଞ୍ଚଳର କଦଳୀବନ୍ଧ ଭୁଶୁଡ଼ି ଘାଇ ହେବା ସହ ହେକ୍ଟର ହେକ୍ଟର ଜମିରେ ମାଡ଼ିଯାଇଛି ପାଣି ।

Advertisment

ସେହିଭଳି ପୋଖରୀର ଭ୍ରମ ସୃଷ୍ଟି କରୁଛି, ବୌଦ୍ଧ ଜିଲ୍ଲା ପୋଡାପଦର ସରକାରୀ ପ୍ରାଥମିକ ସ୍କୁଲ କ୍ୟାମ୍ପସର ଦୃଶ୍ୟ । ପିଲାଏ ବସି ପଢ଼ିବେ କ’ଣ, ସେହି ପାଣି ଭିତରେ ଯାଆସ କରି ଓଦା ହୋଇଗଲାଣି ୟୁନିଫର୍ମ । ପାଖରେ ଥିବା ଅଙ୍ଗନବାଡି କେନ୍ଦ୍ରରେ ବି ସମାନ ଅବସ୍ଥା । ;ବର୍ଷା ଜଳ ନିଷ୍କାସନ ହୋଇପାରୁନଥିବାରୁ ନାକେଦମ୍ ଛାତ୍ରଛାତ୍ରୀ, ଅଭିଭାବକ ।

ଭଲ ରାସ୍ତା ଖଣ୍ଡେ ନଥିବାରୁ ଲଗାଣ ବର୍ଷା ହେଲେ କେମିତି ଦୁର୍ଦ୍ଦଶା ଭୋଗିବାକୁ ହୁଏ, ଏହି ପିଲାଙ୍କ ଛଡ଼ା ଆଉ କେହି ଅନୁଭବ କରିନଥିବେ । ବୌଦ୍ଧ ନୂଆପାଲିର ରାସ୍ତାର ଅବସ୍ଥା ବି ଶୋଚନୀୟ । ଭାରିଯାନ ଚଳାଚଳ ଯୋଗୁ ଖାଲ ଖମାରେ ଭର୍ତ୍ତି ରାସ୍ତା ଏବେ ଲଗାଣ ବର୍ଷାରେ ଉବୁଟୁବୁ । ଶେଷରେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି, ପ୍ରତିଦିନ ଯିବା ଆସିବା କରୁଥିବା ଛାତ୍ରୀମାନେ । ତେବେ ଏନେଇ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।

Advertisment

ଏଭଳି ଦୁର୍ଦ୍ଦଶା ଭିତରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ପ୍ରଭାବରେ ଆଗାମୀ ୨ ଦିନ ଯାଏଁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ତେଣୁ କୋରାପୁଟ, ମାଲକାନିଗିରି, ଗଂଜାମ, ଗଜପତି, ରାୟଗଡ଼ା, ବୌଦ୍ଧ, କଳାହାଣ୍ଡି, ସୋନପୁର, ବଲାଙ୍ଗିର ଆଦି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏସବୁ ଜିଲ୍ଲା ଗୁଡ଼ିକରେ କେଉଁଠି ଭୁସ୍ଖଳନ ହୋଇପାରେ ତ ଆଉ କେଉଁଠି ଦେଖାଦେଇପାରେ ଜଳବନ୍ଦୀ ସମସ୍ୟା ।

ଏପରିକି କଚା ଘର ଓ ରାସ୍ତା ଭାଙ୍ଗିପାରେ ବୋଲି କହିଛି ପାଣିପାଗ ବିଭାଗ। ଏହା ପରେ ପରେ ଆସନ୍ତା ୨୪ରେ ଦାନା ବାନ୍ଧିବ ଆଉ ଏକ ଲଘୁଚାପ କ୍ଷେତ୍ର। ସମ୍ଭାବ୍ୟ ସ୍ଥିତିକୁ ଦେଖି ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରିବା ସହ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ।

Advertisment

ଅପରପକ୍ଷେ ମହାନଦୀ ଉପର ମୁଣ୍ଡରେ ବର୍ଷା ଯୋଗୁଁ ଜଳଭଣ୍ଡାରର ଜଳସ୍ତର ବଢ଼ିଚାଲିଛି । ତେଣୁ ଆସନ୍ତା ୨୩ରେ ହୀରାକୁଦରୁ ଛଡ଼ାଯିବ ପ୍ରଥମ ବନ୍ୟାଜଳ। ଫଳରେ ମହାନଦୀ ଓ ଶାଖା ନଦୀରେ ଜଳସ୍ତର ବୃଦ୍ଧି ପାଇବାର ସମ୍ଭାବନା ଥିବାରୁ ଜନସାଧାରଣକୁ ଆଗୁଆ ସତର୍କ କରିଦେଇଛନ୍ତି ଡ୍ୟାମ୍ କର୍ତ୍ତୃପକ୍ଷ ।

Weather News Heavy Rain
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ