Advertisment

ପ୍ରବଳ ବର୍ଷା, ଭାଙ୍ଗିଲା ଘର ଦ୍ୱାର, ରାସ୍ତା ଉପରେ ପାଣିର ପ୍ରବଳ ସୁଅ

ସରକାରୀ ସହାୟତା ପାଇଁ ପରିବାର ମାନଙ୍କର କ୍ଷୟକ୍ଷତି ଆକଳନ କରାଯିବା ସହ, ଆବଶ୍ୟକ ତଥ୍ୟ ସଂଗ୍ରହ କରି ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟକୁ ପଠାଯିବ। ଜରୁରୀ କାଳୀନ ସହାୟତା ଭାବେ ସମସ୍ତ ପରିବାରକୁ ତହସିଲ ପକ୍ଷରୁ ଜରି ପାଲ ଯୋଗାଇ ଦିଆଯାଇଥିବା ଅତିରିକ୍ତ ତହସିଲଦାର ସୂଚନା ଦେଇଛନ୍ତି।

ଅଦ୍ୟତନ ହୋଇଛି
Heavy Rain

Heavy Rain

Advertisment

ପ୍ରବଳ ବର୍ଷା । ଭାଙ୍ଗିଲା ଘର ଦ୍ୱାର । ଭୁଶୁଡ଼ିଲା କାନ୍ଥ । ଲୋକେ ହନ୍ତସନ୍ତ । ଲଗାଣ ବର୍ଷାରେ ବେହାଲ କୋରାପୁଟ ଜିଲ୍ଲା । ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି । ଜିଲ୍ଲାର ଦୁଶମନ୍ତପୁର ବ୍ଲକ ଅଧିନରେ ଥିବା ୧୬ଟି ପଞ୍ଚାୟତରେ ପ୍ରାୟ ୨୪ଟି ଘର କାନ୍ଥ ଭୁଷୁଡି ପଡ଼ିଥିବା ସରକାରୀ ପକ୍ଷରୁ ସୂଚନା ମିଳିଛି । ଆଜି ସକାଳୁ ପୁଣି କୁଡୁମା ଗାଁର ସମୁଲୁ ଗୈାଡଙ୍କ ଘର କାନ୍ଥ ଭୁଷୁଡି ପଡ଼ିଥିବା ଜଣାପଡିଛି।

Advertisment

ଅନ୍ୟପଟେ ସରକାରୀ ସହାୟତା ପାଇଁ ପରିବାର ମାନଙ୍କର କ୍ଷୟକ୍ଷତି ଆକଳନ କରାଯିବା ସହ, ଆବଶ୍ୟକ ତଥ୍ୟ ସଂଗ୍ରହ କରି ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟକୁ ପଠାଯିବ। ଜରୁରୀ କାଳୀନ ସହାୟତା ଭାବେ ସମସ୍ତ ପରିବାରକୁ ତହସିଲ ପକ୍ଷରୁ ଜରି ପାଲ ଯୋଗାଇ ଦିଆଯାଇଥିବା ଅତିରିକ୍ତ ତହସିଲଦାର ସୂଚନା ଦେଇଛନ୍ତି।

ସେହିଭଳି କୋରାପୁଟ ଲମତାପୁଟ୍‌ରେ ସ୍ଥିତି ବି ସଙ୍ଗୀନ । ରାସ୍ତା ଉପରେ ପ୍ରବାହିତ ହେଉଛି ପ୍ରଖର ପାଣିର ସ୍ରୋତ। ଆଉ ସେହି ପାଣି ଭିତର ଦେଇ ଜୀବନକୁ ବାଜି ଲଗାଇ ଯାଆସ କରୁଛନ୍ତି ଛାତ୍ରଛାତ୍ରୀ। କୋରାପୁଟ ଲମତାପୁଟ ବ୍ଲକ ମାଛକୁଣ୍ଡ-ଗୋଡିପୁଟ ରାସ୍ତାରେ ଏବେ ପ୍ରବଳ ପାଣିର ସ୍ରୋତ ପ୍ରବାହିତ ହେଉଛି। ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ନିତିଦିନିଆ ରାସ୍ତା ଏବେ ପାଣିରେ ବୁଡ଼ି ଯାଇଛି। ଆଉ ଏହାରି ଭିତର ଦେଇ ଯିବା ଆସିବା କରୁଛନ୍ତି ସ୍କୁଲ ଛାତ୍ରଛାତ୍ରୀ।

Advertisment

ପ୍ରତିଦିନ ଏହି ରାସ୍ତା ଦେଇ ଆଖପାଖର ପିଲାଏ ସ୍କୁଲ ଯାଉଥିଲେ ଏବେ ବି ଅନ୍ୟ ବିକଳ୍ପ ବାଟ ନଥିବାରୁ ସେହି ନାଳ ଉପର ରାସ୍ତା ଦେଇ ଯିବା ଆସିବା ଚାଲିଛି। କେତେବେଳେ ଯେ କଣ ଅଘଟଣ ଘଟିବ କହିବା ମୁସକିଲ୍। ସେପଟେ ଘଟଣାକୁ ନେଇ ଜିଲ୍ଲା ପ୍ରଶାସନର ପ୍ରତିକ୍ରିୟା ମିଳିପାରିନି।

ସେପଟେ ଲମତାପୁଟ ଓ ନନ୍ଦପୁର ଅଞ୍ଚଳରେ ଲଗାଣ ବର୍ଷା ହେବା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ନନ୍ଦପୁର ବାଲଡା-ରୁକୁବା କାଲାଡି ଗାଁରେ ମାଟି ଅତଡା ଖସି ରାସ୍ତା ଅବରୋଧ ହୋଇଛି । ଫଳରେ ଯାତାୟତା ବାଧାପ୍ରାପ୍ତ ହୋଇଛି। ରାସ୍ତା ଅବରୋଧ ଫଳରେ ନନ୍ଦକା ଓ ଖେମୁଣ୍ଡୁଗୁଡା ପଞ୍ଚାୟତକୁ ଯାତାୟତ ସମ୍ପୁର୍ଣ୍ଣ ଠପ୍ ହୋଇଛି।

Advertisment
Weather Update Rain Weather News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ