Advertisment

୧୮ ଯାଏଁ ଭୀଷଣ ଗ୍ରୀଷ୍ମ ପ୍ରବାହ !

ପାଣିପାଗ କାର୍ଯ୍ୟାଳୟର ପୂର୍ବାନୁମାନ ଅନୁସାରେ ଏଭଳି ତାତିର ପ୍ରଭାବ ଆସନ୍ତା ୧୮ ତାରିଖ ଯାଏଁ ରହିବ।

ଅଦ୍ୟତନ ହୋଇଛି
Odisha Heat Wave

heatwave

Advertisment

ରାଜ୍ୟରେ ଆଜି ବି ଲାଗି ରହିବ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହ। ୩ ଦିନ ଭୀଷଣ ତାତି ଅନୁଭୂତ ହେବ । ଆଗାମୀ ୩ ଦିନ ତାତିରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ। ୧୮ ତାରିଖ ଯାଏଁ ଭୀଷଣ ଗ୍ରୀଷ୍ମ ପ୍ରବାହ ଜାରି ରହିବ । କିଛି ଜିଲ୍ଲାରେ ତାପମାତ୍ରା ସ୍ବାଭାବିକଠୁ ୫ରୁ ୭ ଡିଗ୍ରୀ ଅଧିକ ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ତାପମାତ୍ରାରେ ପରିବର୍ତ୍ତନ ହେବ । ଆଜି ସକାଳୁ ସକାଳୁ ରାଜଧାନୀରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି।

Advertisment

ସକାଳ ୫ଟା ୩୦ ସୁଦ୍ଧା ଭୁବନେଶ୍ବର ତାପମାତ୍ରା ୩୦.୨ ଡିଗ୍ରୀରେକଡ କରାଯାଇଛି । ଆର୍ଦ୍ରତା ୯୨% ଥିବାରୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି । ୧୪ ତାରିଖରେ ଉପକୂଳ ଓଡ଼ିଶାରେ ପାଗରେ ପରିବର୍ତ୍ତନ ଯୋଗୁଁ ଲୋକେ ସାମାନ୍ୟ ଆଶ୍ବସ୍ତି ଅନୁଭବ କରିବା ପରେ ଗତକାଲି ପୁଣି ହୋଇଥିଲା ଅଗ୍ନିବର୍ଷା। ପ୍ରବଳ ଗରମ ଓ ଗୁଳୁଗୁଳିରେ ସିଝିଥିଲା ସାରା ରାଜ୍ୟ। ଉପକୂଳ ଓ ପଶ୍ଚିମ ଯାଏଁ ପ୍ରଚଣ୍ଡ ତାତି ସାଙ୍ଗକୁ ଅସହ୍ୟ ଗରମ ଜନଜୀବନକୁ ପୁଣି ଅସ୍ତବ୍ୟସ୍ତ କରିଥିଲା।

Advertisment

ଗତକାଲି ପଶ୍ଚିମ ଓଡ଼ିଶାର ସବୁ ଜିଲ୍ଲାରେ ଯେମିତି ନିଆଁ ବର୍ଷା ହୋଇଥିଲା ବେଳେ ଉପକୂଳ ଓଡ଼ିଶାବାସୀଙ୍କୁ ବି ନାକେଦମ୍ କରିଛି ଗୁଳୁଗୁଳି। ପାଣିପାଗ କାର୍ଯ୍ୟାଳୟର ପୂର୍ବାନୁମାନ ଅନୁସାରେ ଏଭଳି ତାତିର ପ୍ରଭାବ ଆସନ୍ତା ୧୮ ତାରିଖ ଯାଏଁ ରହିବ। ଏହି ସମୟ ମଧ୍ୟରେ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ଭୀଷଣ ଗ୍ରୀଷ୍ଣ ପ୍ରବାହ ଅନୁଭୂତ ହେବ। ୧୮ ତାରିଖ ପରେ ରାଜ୍ୟର ଉପକୂଳବର୍ତ୍ତୀ କିଛି ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବା ସମ୍ଭାବନା ରହିଛି।

Advertisment

Heat Wave Weather Update
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ