Advertisment

ଆକାଶରୁ ବର୍ଷୁଛି ନିଆଁ; ଆସନ୍ତା ଦୁଇଦିନ ଗୁଳୁଗୁଳିରେ ସନ୍ତୁଳି ହେବେ ରାଜ୍ୟବାସୀ

ତାପମାତ୍ରା କିଛି ସ୍ଥାନରେ ୪୧ରୁ ୪୨ ଡିଗ୍ରୀ ମଧ୍ୟ ରହିପାରେ ବୋଲି ଆକଳନ କରାଯାଇଛି । ତେବେ ଆସନ୍ତାକାଲି ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ବର୍ଷା ଯୋଗୁଁ ଦିନ ତାପମାତ୍ରା ୨ ରୁ ୩ ଡିଗ୍ରୀ ହ୍ରାସ ପାଇବାର ସମ୍ଭାବନା ରହିଛି ।

ଅଦ୍ୟତନ ହୋଇଛି
Heatwave In Odisha

Heatwave

Advertisment

ତାତିରୁ ମିଳିବନି ତ୍ରାହି। ଆଜି ବି ରାଜ୍ୟରେ ଜାରି ରହିବ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ। ତେବେ ଆସନ୍ତା ୨ ଦିନ ଅର୍ଥାତ୍ ୨୩ ଓ ୨୪ ତାରିଖରେ ହିଟୱେଭ୍ ନରହିଲେ ବି ଖରା ଓ ଗୁଳୁଗୁଳି ଜୀବନଯାତ୍ରାକୁ ପ୍ରଭାବିତ କରିବାର ଆଶଙ୍କା ରହିଛି। ସମସ୍ତ ଉପକୂଳବର୍ତ୍ତୀ ଓ ଆଖପାଖ ଜିଲ୍ଲାରେ ଖରା ଓ ଗୁଳୁଗୁଳି ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

Advertisment

ତାପମାତ୍ରା କିଛି ସ୍ଥାନରେ ୪୧ରୁ ୪୨ ଡିଗ୍ରୀ ମଧ୍ୟ ରହିପାରେ ବୋଲି ଆକଳନ କରାଯାଇଛି । ତେବେ ଆସନ୍ତାକାଲି ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ବର୍ଷା ଯୋଗୁଁ ଦିନ ତାପମାତ୍ରା ୨ ରୁ ୩ ଡିଗ୍ରୀ ହ୍ରାସ ପାଇବାର ସମ୍ଭାବନା ରହିଛି । ତେବେ ୨୫ ତାରିଖରୁ ପୁଣି ଥରେ ଆହୁରି ତାପମାତ୍ରା ବଢ଼ିବ ବୋଲି ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି । ଗତକାଲି ରାଜ୍ୟର ୩୦ଟି ସହରରେ ପାରଦ ୪୦ ଡିଗ୍ରୀ ଟପିଥିଲା। ୪୪.୬ ଡିଗ୍ରୀ ସହ ବାରିପଦା ସବୁଠୁ ଉତ୍ତପ୍ତ ସ୍ଥାନ ପାଲଟିଥିଲା।

ଅଧିକ ପଢ଼ନ୍ତୁ: ତାତିରୁ ମିଳୁନି ତ୍ରାହି, ସାଢ଼େ ୧୧ଟା ସୁଦ୍ଧା ୪୧ ଡିଗ୍ରୀ ଛୁଇଁଲା ପାରଦ

Advertisment

ଗତକାଲି ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ଯୋଗୁଁ କ୍ଷୟକ୍ଷତି ହୋଇଛି । ଗଜପତି ଜିଲ୍ଲା ଆର୍.ଉଦୟଗିରି ଅଞ୍ଚଳରେ ବାଇକ ଆରୋହୀଙ୍କ ଉପରେ ଗଛ ଡାଳ ପଡ଼ି ଜଣଙ୍କ ମୃତ୍ୟୁ ଘଟିବା ସହ ୨ଜଣ ଆହତ ହୋଇଥିବା ଅଭିଯୋଗ ହୋଇଛି।ଛେଳିଗଡ଼ ରାମଗିରି ଛକ ନିକଟରେ ଏହି ଅଘଟଣ ଘଟିଥିବା ବେଳେ, ମୃତାହତମାନେ ପଦ୍ମପୁର ଗାଁର ବୋଲି ଜଣାପଡ଼ିଛି ।

ଗଂଜାମ ଆସିକାରେ ମଧ୍ୟ ଘଡ଼ଘଡ଼ି ସହ ବର୍ଷା ହୋଇଛି । ଗତକାଲି ଅପରାହ୍ଣରେ ପ୍ରାୟ ଅଧଘଣ୍ଟା ଧରି ପ୍ରବଳ ବର୍ଷା ହୋଇଥିଲା ।ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ ବିରିଘାଟ ଗାଁରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି କାଳବୈଶାଖୀ। କେଉଁଠି ବିରାଟକାୟ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଛି, ତ ଆଉ କାହା ଘର ଭାଙ୍ଗିଯାଇଛି। ଗଛ ପଡ଼ିବାରୁ ବିଦ୍ୟୁତ୍ ତାର ଛିଣ୍ଡିଯିବା ସହ ବିଚ୍ଛିନ୍ନ ହୋଇଛି ବିଦ୍ୟୁତ ସରବରାହ।

Advertisment
Heat Wave Weather Update
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ