Advertisment

ଆହୁରି ୪ ଦିନ କଲବଲ କରିବ ତାତି

ଖରା ସାଙ୍ଗକୁ ଗୁଳୁଗୁଳି କରିବ ଅଣାୟତ୍ତ । ଦିନର ତାପମାତ୍ରା ଅଧିକାଂଶ ସ୍ଥାନରେ ୪୦ ଡିଗ୍ରୀ ବା ତାଠାରୁ ଅଧିକ ରହିବ।

ଅଦ୍ୟତନ ହୋଇଛି
Heat Wave In Odisha

Heat Wave

Advertisment

ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ। ତେବେ ଆହୁରି ୪ ଦିନ କଲବଲ କରିବ ତାତି । ଖରା ସାଙ୍ଗକୁ ଗୁଳୁଗୁଳି କରିବ ଅଣାୟତ୍ତ । ଦିନର ତାପମାତ୍ରା ଅଧିକାଂଶ ସ୍ଥାନରେ ୪୦ ଡିଗ୍ରୀ ବା ତାଠାରୁ ଅଧିକ ରହିବ। ଯଦିଓ କାଳବୈଶାଖୀ ବର୍ଷା ଅପରାହ୍ନରେ କିଛି ସ୍ଥାନରେ ହେବ ହେଲେ ଅଧିକ ବର୍ଷା ହେବନାହିଁ । ଫଳରେ ତାପମାତ୍ରା ବିଶେଷ ହ୍ରାସ ପାଇବ ନାହିଁ। 

Advertisment

୨୧ ତାରିଖ ପରେ ତାପମାତ୍ରା କ୍ରମେ ହ୍ରାସ ପାଇବ। ଓଡ଼ିଶା ଉପକୂଳରେ ଏକ ଗୁରୁଚାପ ବଳୟ ରହିବ, ଯାହା ପ୍ରଭାବରେ ସାମୁଦ୍ରିକ ବାୟୁ ବା ଜଳୀୟବାଷ୍ପପୂର୍ଣ୍ଣ ବାୟୁ ରାଜ୍ୟକୁ ପ୍ରବେଶ କରିବ। ଫଳରେ ବର୍ଷାର ପରିମାଣ ବଢିବା ସହ ତାପମାତ୍ରା କିଛି ହ୍ରାସ ପାଇବ। ବର୍ତ୍ତମାନ ଦକ୍ଷିଣ ଦକ୍ଷିଣ - ପଶ୍ଚିମ ଦିଗରୁ ପବନ ରାଜ୍ୟକୁ ପ୍ରବେଶ କରୁଛି, ଯାହା ଫଳରେ ତାପମାତ୍ରା ବୃଦ୍ଧି ପାଇଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନୀ ସଞ୍ଜୀବ ଦ୍ୱିବେଦୀ କହିଛନ୍ତି । 

ଅଧିକ ପଢ଼ନ୍ତୁ: ଖରାରେ ସିଝୁଛି ରାଜଧାନୀ, ସକାଳ ୮.୩୦ ସୁଦ୍ଧା ୩୦ ଡିଗ୍ରୀ ଟପିଲା ତାପମାତ୍ରା

Advertisment

ତେବେ ଆଜି ଦିନ ସାଢେ ୨ଟା ସୁଦ୍ଧା ଝାରସୁଗୁଡାରେ ୪୨ ଡିଗ୍ରୀ ସର୍ବୋଚ୍ଚ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ନଜର ପକାନ୍ତୁ ରାଜ୍ୟର ଅନ୍ୟ କିଛି ସହରର ତାପମାତ୍ରା ଉପରେ..

ଆଜି ସକାଳ ୨.୩୦ ସୁଦ୍ଧା ରେକର୍ଡ ତାପମାତ୍ରା :

ଝାରସୁଗୁଡା: ୪୨.୮ ଡ଼ିଗ୍ରୀ
ସମ୍ବଲପୁର: ୪୨.୬ ଡ଼ିଗ୍ରୀ
କେନ୍ଦୁଝର: ୪୦ ଡ଼ିଗ୍ରୀ
ଭୁବନେଶ୍ୱର: ୩୮.୬ ଡ଼ିଗ୍ରୀ
ବାଲେଶ୍ୱର: ୩୬ ଡ଼ିଗ୍ରୀ
ହୀରାକୁଦ: ୪୦.୮ ଡ଼ିଗ୍ରୀ
ଚାନ୍ଦବାଲି: ୩୯.୨ ଡ଼ିଗ୍ରୀ

Advertisment
Heat Wave Weather Update
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ