Advertisment

ଦୁଇ ଦିନ ପରେ ପୁଣି ଉପକୂଳକୁ ଫେରିଲା ତାତି

ଆଜି ଦିନ ସାଢ଼େ ୧୧ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ୪୧ ଡିଗ୍ରୀ ଛୁଇଁଲା ତାପମାତ୍ରା

ଅଦ୍ୟତନ ହୋଇଛି
heat wave in Bhubaneswar

heat wave in Bhubaneswar

Advertisment

ତାତିରୁ ନାହିଁ ନିସ୍ତାର। ଦୁଇ ଦିନ ପରେ ପୁଣି ଉପକୂଳକୁ ଫେରିଲା ତାତି। ଆଜି ଦିନ ସାଢ଼େ ୧୧ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ୪୧ ଡିଗ୍ରୀ ଛୁଇଁଲା ତାପମାତ୍ରା। ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ୪୨ ଡିଗ୍ରୀ ରେକର୍ଡ ହୋଇଛି। ସେହିପରି ହୀରାକୁଦରେ ୪୧.୪ ଡ଼ିଗ୍ରୀ ଓ ସମ୍ବଲପୁରରେ ୪୧.୨ ଡ଼ିଗ୍ରୀ ରେକର୍ଡ ହୋଇଛି ।

Advertisment

ତାପମାତ୍ରା ବୃଦ୍ଧି ସମ୍ଭାବନା ଥିବା ପୂର୍ବରୁ ପାଣିପାଗ ବିଭାଗ ସୂଚନା ଦେଇଥିଲା। ପଶ୍ଚିମ ତଥା ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ଉତ୍ତପ୍ତ ବାୟୁ ପ୍ରବାହ ଯୋଗୁ ତାପମାତ୍ରା ଅହେତୁକ ଭାବେ ବୃଦ୍ଧି ପାଇଛି । ବାହାରକୁ ଯିବା ପୂର୍ବରୁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି। ଉପକୂଳ ତୁଳନାରେ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି।

Advertisment

Weather Weather Update
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ