Advertisment

ଜଳୁଛି ଓଡ଼ିଶା; ସାଢ଼େ ୨ରେ ୪୩ ଡିଗ୍ରୀ ଟପିଲା ତାତି

୪୩.୫ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ପାଲଟିଛି ।

ଅଦ୍ୟତନ ହୋଇଛି
Heat Wave Alert In Odisha

Heat Wave

Advertisment

ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଆଜି ଅପରାହ୍ଣ ସାଢ଼େ ୨ଟାରେ ୪୩ ଡିଗ୍ରୀ ଟପିଛି ପାରଦ । ୪୩.୫ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ପାଲଟିଛି । ସେହିପରି ସମ୍ବଲପୁର ଓ ହୀରାକୁଦରେ ୪୩ ଡିଗ୍ରୀ, ରାଉରକେଲାରେ ୪୨ ଡିଗ୍ରୀ, କେନ୍ଦୁଝର ୪୧.୮, ଚାନ୍ଦବାଲି ୪୧.୬, ଭୁବନେଶ୍ୱରରେ ୪୦.୫ ଡିଗ୍ରୀ ପାରଦ ରେକର୍ଡ କରାଯାଇଛି ।

Advertisment

ଅନ୍ୟପକ୍ଷରେ ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟର ଅଧିକାଂଶ ଜିଲ୍ଲାକୁ ରେଡ୍‌ ଆଲର୍ଟ ଜାରି କରାଯାଇଛି। ଉତ୍ତର ଆଭ୍ୟନ୍ତରୀଣ, ଉପକୂଳ ଓଡ଼ିଶା ସମେତ ରାଜ୍ୟର ଅଧିକାଂଶ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ୪୫ କିମ୍ବା ତା’ଠୁ ଅଧିକ ତାପମାତ୍ରା ରେକର୍ଡ ହେବାର ସମ୍ଭାବନା ରହିଛି। ଦିନ ୧୧ରୁ ୩ ଟା ଭିତରେ ବାହାରକୁ ବାହାରିଲେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି ପାଣିପାଗ ବିଭାଗ।

ଅଧିକ ପଢ଼ନ୍ତୁ: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ; ଘରୁ ବାହାରିବା ମୁସ୍କିଲ

ସେହିପରି ଆଗାମୀ ୨ ଦିନ ପାଇଁ ଦକ୍ଷିଣ ଓଡ଼ିଶା ସମେତ ଆଖପାଖ ଅଞ୍ଚଳରେ ବର୍ଷାର ସମ୍ଭାବନା ରହିଛି। କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି, ଖୋର୍ଦ୍ଧାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖି ବର୍ଷା ହୋଇପାରେ। ପଶ୍ଚିମ ଦିଗରୁ ଶୁଷ୍କ ପବନ ପ୍ରବାହିତ ହେଉଛି। ଯାହା ଫଳରେ ଗରମ ବଢୁଥିବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି।

Advertisment
Heat Wave Weather Update
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ