Advertisment

ଟାଇଁ ଟାଇଁ ଖରା.. ଅସମ୍ଭାଳ ତାତି.. ଜଳୁଛି ପଶ୍ଚିମ ଓଡ଼ିଶା...

ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି, ଏଇ ୮ ସହରରେ କାଲି ୪୫ ଡିଗ୍ରୀ ଛୁଇଁପାରେ ଦିନର ସର୍ବୋଚ୍ଚ ତାପମାତ୍ରା।

ଅଦ୍ୟତନ ହୋଇଛି
Odisha Weather Update News

Odisha Weather Update News

Advertisment

ଟାଇଁ ଟାଇଁ ଖରା.. ଅସମ୍ଭାଳ ତାତି.. ଜଳୁଛି ପଶ୍ଚିମ ଓଡ଼ିଶା.. ପ୍ରଚଣ୍ଡ ଖରାରେ ଫାଟି ପଡ଼ୁଛି ସୋନପୁର ଓ ବୌଦ୍ଧ ସହର । ସକାଳ ୧୦ଟା ହେବା କ୍ଷଣି ପତଳା ହେଇଯାଉଛି ରାସ୍ତାରେ ଗାଡ଼ି ମଟର ଆତଯାତ। ଅତି ଜରୁରୀ ଥିଲେ ମୁଣ୍ଡ ଉପରେ ଛତା କିମ୍ବା ମୁହଁରେ କପଡ଼ା ନ ଢାଙ୍କିଲେ ଘରୁ ଗୋଡ଼ କାଢ଼ିବା ମୁସ୍କିଲ। ଆଉ ଦିନ ୧୨ଟା ପରଠୁ ତ ଆକାଶରୁ ସତେ ଯେମିତି ନିଆଁ ବର୍ଷୁଛି । ଅସ୍ତବ୍ୟସ୍ତ ଜନଜୀବନ।

Advertisment

ସ୍ଥିତି ଆଜି ଯାହା ଥିଲା, ଏଦୁଇ ସହର ସମେତ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୁଳ, ଦେବଗଡ଼ ଓ ବଲାଙ୍ଗିର ସହରରେ କାଲି ଆହୁରି କଲବଲ କରିବ ତାତି। କାରଣ ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି, ଏଇ ୮ ସହରରେ କାଲି ୪୫ ଡିଗ୍ରୀ ଛୁଇଁପାରେ ଦିନର ସର୍ବୋଚ୍ଚ ତାପମାତ୍ରା।

ତେଣୁ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଏସବୁ ସହର ପାଇଁ ୱେଲୋୱାର୍ଣ୍ଣିଂ ଜାରି କରାଯାଇଛି। କେବଳ ସେତିକି ନୁହେଁ ଆଭ୍ୟନ୍ତରୀଣ ଓଡ଼ିଶାରେ ଆଗାମୀ ଦୁଇ ଦିନରେ ୩ରୁ ୫ ଡିଗ୍ରୀ ଯାଏଁ ତାପମାତ୍ରା ବଢ଼ିବାର ସମ୍ଭାବନା ରହିଛି। ତେଣୁ ଖରାରେ ପଦାକୁ ବାହାରିଲେ ଯଥେଷ୍ଟ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।

Advertisment

ପଶ୍ଚିମରେ ଖରା ଜାଳୁଛି, ତ ଉପକୂଳରେ ହନ୍ତସନ୍ତ କରୁଛି ଗଳୁଗୁଳି। ରାଜଧାନୀ ଭୁବନେଶ୍ୱରରେ ଆଜି ଦିନ ସାଢ଼େ ଦୁଇଟ ସୁଦ୍ଧା ତାପମାତ୍ରା ୩୮ ଡିଗ୍ରୀ ତଳେ ଥିଲା ବେଳେ ସକାଳ ସାଢ଼େ ୮ଟା ବେଳକୁ ୭୫ ପ୍ରତିଶତରେ ପହଞ୍ଚିଯାଇଥିଲା ଆର୍ଦ୍ରତା। ଫଳରେ ପଶ୍ଚିମ ଓଡିଶାଠୁ ତାତି ଅପେକ୍ଷାକୃତ କମ ଥିଲେ ବି ପ୍ରବଳ ଗୁଳୁଗୁଳି ପାଇଁ ୪୦ ଡିଗ୍ରୀ ତାପମାତ୍ରାର ଅନୁଭବ ଦେଉଥିଲା। ପାଣିପାଗ ବିଶେଷଜ୍ଞଙ୍କ ମତରେ ସାଇକ୍ଲୋନ୍ ମୋକା ପାଇଁ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରୁ ଗରମ ଓ ଶୁଷ୍କ ପବନ ଆସୁଥିବାରୁ ରାଜ୍ୟରେ ତାପମାତ୍ରା ବଢୁଛି। ଅପରପକ୍ଷେ ଗୁରୁଚାପ ବଳୟ ବି ସୃଷ୍ଟି ହେଉ ନଥିବାରୁ କାଳବୈଶାଖୀ ନାହିଁ। ତେଣୁ ଏଭଳି ସ୍ଥିତି ଉପୁଜିଛି।

ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

Advertisment

Heat Wave Weather Update
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ