Advertisment

କୋରାପୁଟରେ ବାତ୍ୟା ଗୁଲାବ ପ୍ରଭାବ; ଉଡ଼ାଇନେଲା ଘରର ଛାତ, ଗଛ ପଡ଼ି ରାସ୍ତା ଅବରାଧ

ବାତ୍ୟା ଗୁଲାବର ପ୍ରଭାବରେ କୋରାପୁଟ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଯାଇଛି। ଅନେକ ଘରର ଆଜବେଷ୍ଟସ ଛାତ ଉଡି ଯାଇଛି। ବଡ ବଡ ଗଛ ଉପୁଡ଼ି ରାସ୍ତା ଉପରେ ପଡି ରହିଛି।

ଅଦ୍ୟତନ ହୋଇଛି
Golab Impact in koraput

Golab Impact in koraput

Advertisment

ଭୁବନେଶ୍ୱର: ବାତ୍ୟା ଗୁଲାବ ଗଭୀର ଅବପାତ ପରେ କ୍ରମଶଃ ଦୁର୍ବଳ ହେଉଛି । ସକାଳ ସାଢେ ୫ଟାରେ ଜଗଦଳପୁରଠୁ ୧୧୦ କିମି ଦୂରରେ ଥିଲା । ଗତ ୬ ଘଣ୍ଟା ହେଲା ଏହା ୬ କିମି ବେଗରେ ପଶ୍ଚିମ ଆଡ଼କୁ ଗତି କରୁଛି । ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହାର ପ୍ରଭାବରେ କୋରାପୁଟ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଯାଇଛି। ଅନେକ ଘରର ଆଜବେଷ୍ଟସ ଛାତ ଉଡି ଯାଇଛି। ବଡ ବଡ ଗଛ ଉପୁଡ଼ି ରାସ୍ତା ଉପରେ ପଡି ରହିଛି। 

Advertisment

ବାତ୍ୟା ଗୁଲାବ ପ୍ରଭାବରେ ଆନ୍ଧ୍ରପ୍ରଦେଶରେ ଲାଗି ରହିଛି ବର୍ଷା। ଶ୍ରୀକାକୁଲମ୍ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି। କଳିଙ୍ଗପଟନମ୍ ଓ ଆଖାପାଖ ଅଞ୍ଚଳରେ ପରିସ୍ଥିତି ବିଗିଡ଼ିବାରେ ଲାଗିଛି। ପବନ ସାଙ୍ଗକୁ ବର୍ଷା ଯୋଗୁଁ ଅଘଟଣ ନେଇ ଆଶଙ୍କା ରହିଛି॥ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ କଡ଼ା ନଜର ରଖାଯାଇଛି। ଗତକାଲି ବାତ୍ୟା ଗୁଲାବ ପ୍ରଭାବରେ ଡଙ୍ଗା ଓଲଟି ୨ ଜଣଙ୍କ ମୃତ୍ୟୁ  ହୋଇଥିଲା। କଳିଙ୍ଗପଟନମ୍‌ରେ ୬ ଜଣ ସମୁଦ୍ରରେ ଡଙ୍ଗା ନେଇ ଆସୁଥିବା ବେଳେ ଉଚ୍ଚ ଜୁଆରରେ ଡଙ୍ଗାଟି ଓଲଟି ପଡିଥିଲା। ଏଥିରେ ଦୁଇ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ସୁରକ୍ଷିତ ଭାବେ କୂଳକୁ ଫେରିଛନ୍ତି  । ଅନ୍ୟପଟେ ଆଉ ଜଣେ ମତ୍ସ୍ୟଜୀବୀ ନିଖୋଜ ଥିବା ସୂଚନା ରହିଛି।

 ବାତ୍ୟା ଗୁଲାବର ପ୍ରଭାବରେ ଗଜପତି ଜିଲ୍ଲା ମୋହନା ଅଂଚଳରେ ରାତି ତମାମ ଝିପି ଝିପି ବର୍ଷା ହୋଇଛି ବର୍ଷା ଯୋଗୁଁ ମୋହନା ବ୍ଲକର ଲିଲିଗଡ, ମଣିକାପୁର ଓ ଆର.ଉଦୟଗିରି ବ୍ଲକ ଚମ୍ପାଘାଟିରେ ଗଛ  ଭାଙ୍ଗିଛି  ଅଗ୍ନିଶମ ବାହିନୀ ପହଞ୍ଚି ଗଛ କାଟି ରାସ୍ତା ଅବରୋଧ ହଟାଇଛନ୍ତି । ପ୍ରଶାସନର ପୂର୍ବ ପ୍ରସ୍ତୁତି ଅନୁସାରେ ମୋହନା ଓ ଆର.ଉଦୟଗିରି ବ୍ଲକ ପାହାଡିଆ  ଅଂଚଳର ଗ୍ରାମବାସୀଙ୍କୁ ବିଭିନ୍ନ ଆଶ୍ରୟସ୍ଥଳୀରେ ରଖାଯାଇ ସେମାନଙ୍କୁ ରନ୍ଧା  ଖାଦ୍ୟ ଦିଆଯାଉଛି । ବାତ୍ୟା ଗୁଲାବ ପ୍ରଭାବରେ କେବଳ ବର୍ଷା ଲାଗି ରହିଥିବା ବେଳେ ସେଭଳି ଅଘଟଣର ସୂଚନା ନାହିଁ।  

Advertisment

  ଗୁଲାବର ପ୍ରଭାବ ଗଜପତି ଜିଲ୍ଲାରେ ଯଦିଓ ବିଶେଷ ପ୍ରଭାବ ପଡ଼ିନାହିଁ ତଥାପି ଉପମୁଣ୍ଡରେ ବର୍ଷା ଯୋଗୁ ନଦୀ ବଢିଛି  । ଜିଲ୍ଲାରେ ପ୍ରବାହିତ ମହେନ୍ଦ୍ରତନୟା ଓ ବଂଶଧାରା ନଦୀରେ ଜଳସ୍ତର ବଢିବାରେ ଲାଗିଛି । ସେପଟେ ନଦୀରେ ଜଳସ୍ତର ବଢୁଥିବାରୁ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାରେ ଥିବା ଗୋଟା ବେରେଜର ୨୨ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଛି ।

Advertisment

ସେହିପରି ମଧ୍ୟରାତ୍ରିରୁ କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲାଗିରହିଛି  ବର୍ଷା ସହ ପବନ। ପଟ୍ଟାଙ୍ଗି ଓ କୁନ୍ଦୁଲି ମଧ୍ୟରେ ଜାତୀୟ ରାଜପଥ ଉପରେ ଏକ ବିଶାଳ ଗଛ ଭାଙ୍ଗି ପଡ଼ି ରହିଥିବାରୁ ଭୁବନେଶ୍ୱର-କୋରାପୁଟ ମଧ୍ୟରେ ଗମନାଗମନ ପ୍ରଭାବିତ ରହିଛି। ଉଭୟ ପଟେ ବସ ଗୁଡିକ ଅଟକି ରହିଛି। ତେବେ ପଟ୍ଟାଙ୍ଗିରେ ଅବସ୍ଥାପିତ NDRF ଟିମ ଘଟଣାସ୍ଥଳକୁ ଯାଇଛନ୍ତି। ସେପଟେ କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକର ରାଳେଗାଡ଼ା ପଞ୍ଚାୟତର ୩ଟି ଗାଁର ୫ଟି ଘରର ଛାତ ଉଡିଯାଇଛି।

 ଗତକାଲି ରାତିଠୁ ନାରାୟଣପାଟଣା ଓ ବନ୍ଧୁଗାଁରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ବିଭିନ୍ନ ସ୍ଥାନରେ ଭାଙ୍ଗି ଯାଇଛି ଗଛ। ରାସ୍ତା ଓ ଲୋକଙ୍କ ଘର ଉପରେ ଗଛ ଡାଳ ଭାଙ୍ଗି ପଡ଼ିଥିବାରୁ ଲୋକେ ହଇରାଣ ହୋଇଛନ୍ତି। ବହୁ ଲୋକଙ୍କ ଘର ଛାତ ଉଡ଼ି ଯାଇଛି। କଚ୍ଚା ଘର ଗୁଡ଼ିକ ବିଶେଷ ଭାବେ ପ୍ରଭାବିତ ହୋଇଛି। ଅପ୍ରୀତିକର ପରିସ୍ଥିତିକୁ ନଜରରେ ରଖି ବିଦ୍ୟୁତ୍ ସରବରାହକୁ ବନ୍ଦ କରାଯାଇଛି।

ସେହିପରି କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକରେ ବାତ୍ୟା ଗୁଲାବର ପଡ଼ିଛି ଜବରଦସ୍ତ ପ୍ରଭାବ। ଝିପି ଝିପି ବର୍ଷା ସାଙ୍ଗକୁ ପବନ ବହୁଥିବାରୁ ଲମତାପୁଟ ବ୍ଲକରେ ଗତ ରାତିଠୁ ବିଦ୍ୟୁତ ସେବା ବନ୍ଦ ରହିଛି। ପବନ ଯୋଗୁଁ ଲମତାପୁଟ ବିଶାଖାପାଟଣାକୁ ସଂଯୋଗ କରୁଥିବା ରାସ୍ତା ଉପରେ ଗଛପଡି ରାସ୍ତା ଅବରୋଧ ରହିଛି। ଏପଟେ ସ୍ଥାନୀୟ ଅଞ୍ଚଳବାସୀଙ୍କ ଦ୍ୱାରା ରାସ୍ତା ଉପରେ ପଡିଥିବା ଗଛକୁ କାଟି ସଫା କରାଯାଉଛି। ସେହିପରି ଜିଲ୍ଲାର ବନ୍ଧୁଗାଁ, ନାରାୟଣପାଟଣା, ଲକ୍ଷ୍ମୀପୁର, ସେମିଳିଗୁଡ଼ା, ପଟାଙ୍ଗିରେ ବର୍ଷା ହେଉଛ॥  ଆନ୍ଧ୍ର ସୀମାନ୍ତ ଶୁଙ୍କିରେ ରାସ୍ତା ଉପରେ ବର୍ଷା ପାଣି ପ୍ରବାହିତ ହେଉଛି । ସେହିପରିନ ଶୁଙ୍କି ମେଡିକାଲ ନିକଟରେ ପଥର ଧସି ରାସ୍ତା ଅବରୋଧ ହୋଇଥିବା ସୂଚନା ମିଳିଛି ॥

 ଅନ୍ୟପକ୍ଷେ,  ମାଲକାନଗିରି ଜିଲ୍ଲାରେ ବାତ୍ୟା ଗୁଲାବ ପ୍ରଭାବରେ ପବନ ସାଙ୍ଗକୁ ବର୍ଷା ହୋଇଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ବଡ଼ ଗଛ ଭାଙ୍ଗିପଡ଼ିଛି।  ତାରଲାକୋଟ ନିକଟରେ ବିରାଟକାୟ ଗଛ ପଡିଯିବାରୁ ମାଲକାନଗିରି ଓ ବାଲିମେଲାକୁ ଯୋଗାଯୋଗ ବିଛିନ୍ନ ହୋଇଛି। କିଛି ଲୋକଙ୍କ ଘର ଉପରେ ମଧ୍ୟ ଗଛଗ ପଡ଼ି ବ୍ୟାପକ କ୍ଷୟକ୍ଷତି ହୋଇଛି। ଓଡ୍ରାଫ ଟିମ୍ ଓ ରେସ୍‌କ୍ୟୁ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲା। ା ଗଛ ଗୁଡ଼ିକ ହଟାଇ ରାସ୍ତା ସଫା କରାଯାଉଛି॥

Cyclone In Odisha Cyclone Gulab
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ