Advertisment

ସମୁଦ୍ର ଉପକୂଳ ନଯିବାକୁ ଜିଲ୍ଲାପାଳ ଦେଲେ ନିର୍ଦ୍ଦେଶ

୧୨ ତାରିଖ ଦିନ ୧୧.୩୦ ସୁଦ୍ଧା ଗୋପାଳପୁର ସମୁଦ୍ର ଉପକୂଳ ଠାରୁ ପାଖାପାଖି ୭୮ କିମି ଦୂର ଦେଇ ଅତିକ୍ରମ କରିବ ବାତ୍ୟା।

Gopalpur Sea beach

Gopalpur Sea beach

Advertisment

ବାତ୍ୟା ଅସାନି ପାଇଁ ଗଞ୍ଜାମରେ ସମୁଦ୍ର ଉପକୂଳ ଯିବା ବାରଣ କରାଯାଇଛି। ଆଜି ଓ ଆସନ୍ତାକାଲି ଗୋପାଳପୁର ସମେତ ଅନ୍ୟ ସମୁଦ୍ର ଉପକୂଳ ଯିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଗୋପାଳପୁର ଉପକୂଳ ଠାରୁ ସବୁଠୁ କମ୍‌ ଦୂରତା ଦେଇ ଯିବ ବାତ୍ୟା। ବାତ୍ୟା ଅସାନି ୧୨ ତାରିଖ ପୂର୍ବାହ୍ନ ସମୟରେ ଗୋପାଳପୁର ସମୁଦ୍ର ଉପକୂଳ ଠାରୁ ପାଖାପାଖି ୭୮ କିମି ଦୂର ଦେଇ ଅତିକ୍ରମ କରିବ ବୋଲି କହିଛି ପାଣିପାଗ ବିଭାଗ।

Advertisment

ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି ଯେ ଯାହା ଅନୁମାନ କରାଯାଉଛି, ୧୦ ତାରିଖ ରାତି ସୁଦ୍ଧା ଏହା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଉତ୍ତର ଆନ୍ଧ୍ର ଉପକୂଳରେ ପହଞ୍ଚିବ। ପରବର୍ତ୍ତୀ ସମୟରେ ଏହା ଉତ୍ତର- ଉତ୍ତରପୂର୍ବ ଦିଗରେ ଗତି କରି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉତ୍ତର ଆନ୍ଧ୍ର ଦେଇ ଓଡ଼ିଶା ଉପକୂଳ ମୁହାଁ ହେବାର ସମ୍ଭାବନା ରହିଛି।

ସେ ଆହୁରି କହିଛନ୍ତି ଯେ ୧୨ ତାରିଖ ଦିନ ୧୧.୩୦ ସୁଦ୍ଧା ଗୋପାଳପୁର ସମୁଦ୍ର ଉପକୂଳ ଠାରୁ ପାଖାପାଖି ୭୮ କିମି ଦୂର ଦେଇ ଅତିକ୍ରମ କରିବ ବାତ୍ୟା। ସେହିପରି ପୁରୀଠାରୁ ପାଖାପାଖି ୧୫୩ କିମି ଓ ପାରାଦୀପ ଠାରୁ ଏହାଠାରୁ ଅଧିକ କିମି ଦୂରରେ ବାତ୍ୟା ଅତିକ୍ରମ କରିବ। ଏହାର ପ୍ରଭାବରେ ପାଗ ମେଘୁଆ ରହିବ। କିଛି ଜିଲ୍ଲାରେ ଆଜିଠୁ ୧୨ ତାରିଖ ଯାଏ ବର୍ଷା ହେବାର ସମ୍ଭାବନା ରହିଛି। 

Advertisment

ଗୋପାଳପୁର ବନ୍ଦର ପାଇଁ ୩ନମ୍ବର ବିପଦ ସଂକେତ ଜାରି କରାଯାଇଥିବା ବେଳେ ପୁରୀ, ଚାନ୍ଦବାଲି/ଧାମରା ଏବଂ ପାରାଦ୍ୱୀପ ବନ୍ଦର ପାଇଁ ୨ନମ୍ବର ବିପଦ ସଂକେତ ଜାରି କରାଯାଇଛି |

ସେହିପରି ୧୧ରେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ ଓ ଜଗତସିଂହପୁରରେ ବର୍ଷିବ। ସେହିଭଳି ୧୨ରେ ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱରରେ ବର୍ଷା ହେବ। ଏହା ସହ ୧୨ରେ ପାରାଦୀପ ନିକଟରେ ଦୁର୍ବଳ ହୋଇ ବାତ୍ୟା ରୂପରେ ଅତିକ୍ରମ କରିବ।

Advertisment

ଗୋପାଳପୁର ଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମରେ ୫୧୦ କିମି ଏବଂ ପୁରୀ ଠାରୁ ଦକ୍ଷିଣ ପଶ୍ଚିମ ଦିଗରେ ୫୯୦କିମି ଦୂରରେ କେନ୍ଦ୍ରୀଭୂତ ହେଉଛି ଭୀଷଣ ବାତ୍ୟା 'ଅସାନି'। ବର୍ତମାନ ଏହାର ଗତି ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୫କିମି ରହିଛି।

Cyclone Alert Cyclone Impact In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ