Advertisment

ଆସୁଛି ଲଘୁଚାପ; ପ୍ରବଳ ବର୍ଷିବ, ଆଜି ପାଇଁ ୧୭ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ନେଇ ୟେଲୋ ୱାର୍ଣ୍ଣିଂ ଜାରି...

ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ତା ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହା ଆସନ୍ତାକାଲି ସୁଦ୍ଧା ଲଘୁଚାପର ରୂପ ନେବା ସମ୍ଭାବନା ରହିଛି।

heavy rainfall

heavy rainfall

Advertisment

ଆସୁଛି ଆଉ ଏକ ଲଘୁଚାପ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ତା ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହା ଆସନ୍ତାକାଲି ସୁଦ୍ଧା ଲଘୁଚାପର ରୂପ ନେବା ସମ୍ଭାବନା ରହିଛି। ଏହା ପ୍ରଭାବରେ ରାଜ୍ୟରେ ବଢିବ ବର୍ଷାର ପରିମାଣ। ତିନି ଦିନ ଯାଏଁ ବର୍ଷା ସମ୍ଭାବନା ରହିଛି। 

Advertisment

ଆଜି ପାଇଁ 17 ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଆସନ୍ତାକାଲି ଦକ୍ଷିଣ ଓଡ଼ିଶାକୁ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ୨୬ ତାରିଖ ପରେ ପାଗରେ ପୁଣି ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ଆସନ୍ତା ୨୩ ତାରିଖରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟରୁ ପ୍ରତ୍ୟାବର୍ତ୍ତନ କରୁଥିବା ପାଣିପାଗ ବିଭାଗ ସୂଚନା ଦେଇଛି। 

ଏପଟେ ବନ୍ୟାର ତାଉ କମିଛି, ହେଲେ ବିପନ୍ନଙ୍କ ଦୁର୍ଦ୍ଦଶା କହିଲେ ନସରେ । ପେଟକୁ ଦାନା ଯାଉନି କି ଆଖିକୁ ନିଦ ନାହିଁ । ବାଲେଶ୍ବର ବାଲିଆପାଳ ଓ ଭୋଗରାଇ ବ୍ଲକର ଅନେକଙ୍କ ଘରେ ଏବେ ବି ଚୁଲି ଜଳୁନି। ଶୁଖିଲା ଖାଦ୍ୟ ଖାଇ ଦିନ କଟୁଛନ୍ତି ବିପନ୍ନ। ସୁବର୍ଣ୍ଣରେଖା ନଦୀ ବନ୍ୟାରେ ସାମାନ୍ୟ ସୁଧାର ଆସିଥିଲେ ବି ସ୍ବାଭାବିକ ହୋଇନି ସେମାନଙ୍କ ଜୀବନ। ଭୋଗରାଇ ବ୍ଲକର କୁମ୍ଭୀରଗଡି ପଞ୍ଚାୟତ, କୁଷୁଡା, ଗବଗାଁ, ମନୁନଗର ଏବଂ ରସଲପୁଲ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛି। କୁଲ୍ହା ଗାଁର ଶତାଧିକ ନଦୀକୂଳିଆ ଲୋକେ ଭୂଆଁ ବନ୍ଧ ଉପରେ ଜରିପାଲ ଟାଣି ଖୋଲା ଆକାଶ ତଳେ ଜୀବନ କାଟିଛନ୍ତି। ସମାନ ଅବସ୍ଥା ବାଲିଆପାଳ ବ୍ଲକର ତାଳପଦା, ବିଷ୍ଣୁପୁର, ଜାମକୁଣ୍ଡା ଗାଁର । ଲୋକଙ୍କ ଯୋଗାଯୋଗର ଏକମାତ୍ର ମାଧ୍ୟମ ସାଜିଛି ଡଙ୍ଗା। ସେପଟେ ଭୋକ ଉପାସରେ ପିଲାଛୁଆଙ୍କୁ ଧରି ଆଜିକୁ ଛଅ ଦିନ ହେଲାଣି ସରକାରୀ ରିଲିଫକୁ ଚାହିଁ ରହିଛନ୍ତି ବନ୍ୟା ବପନ୍ନ। 

Advertisment

ପାଣି ଛାଡ଼ିବା ପରେ ଏବେ ଘର ଭିତର ଏବଂ ବାରଣ୍ଡାରେ କାଦୁଅ ପଚପଚ । ନଜ ଘରକୁ ସଜାଡିବାରେ ଲାଗିଛନ୍ତି। ଓଦା ଲୁଗାପଟାକୁ କାଢି ଘରକୁ ସଫା କରିବାରେ ବ୍ୟସ୍ତ ବନ୍ୟା ବିପନ୍ନ।  ସୁବର୍ଣ୍ଣରେଖାର ପ୍ରଥମ ବନ୍ୟା ସତେ ଯେମିତି ଉତ୍ତର ବାଲେଶ୍ୱରର ଭାତ ହାଣ୍ଡି କୁହାଯାଉଥିବା ବସ୍ତା, ବାଲିଆପାଳ ଓ ଭୋଗରାଇ ବ୍ଲକର ମେରୁଦଣ୍ଡକୁ ଭାଙ୍ଗି ଦେଇଛି। ଏବେବି ହଜାର ହଜାର ହେକ୍ଟର ଚାଷ ଜମିରୁ ପାଣି ଛାଡିନଥିବାରୁ ଚାଷ ଯେମିତି ଉଜୁଡି ଯାଇଛି। ଜିଲ୍ଲାପାଳ କହିଛନ୍ତି ଲୋକଙ୍କୁ ରନ୍ଧା ଓ ଶୁଖିଲା ଖାଦ୍ୟ ଦିଆଯାଉଛି । କିଛି କିଛି ସ୍ଥାନରେ କ୍ଷୟକ୍ଷତିର ଆକଳନ ପାଇଁ ଅଧିକାରୀମାନଙ୍କୁ ଦାୟୀତ୍ୱ ଦିଆଯାଇଛି । ପୁରା ବନ୍ୟା ଛାଡିବା ମାତ୍ରେ ସରକାରୀ ରିଲିଫ କୋର୍ଡ ଅନୁଯାୟୀ କ୍ଷତିପୂରଣ ଦିଆଯିବ । 

ସୁବର୍ଣ୍ଣରେଖା ନଦୀରେ ବନ୍ୟା କିଛି ନୂଆ ନୂହେଁ, କିନ୍ତୁ ଏବର୍ଷ ଏକାସଙ୍ଗେ ସୁବର୍ଣ୍ଣରେଖା, ବୁଢାବଳଙ୍ଗ ଏବଂ ଜଳକା ନଦୀରେ ଯେଉଁଭଳି ବନ୍ୟା ଆସିଲା, ତାହା ଉତ୍ତର ବାଲେଶ୍ୱରର ବ୍ୟାପକ କ୍ଷୟକ୍ଷତି ଘଟାଇଲା । ଲୋକଙ୍କ ଧନଜୀବନ ନଷ୍ଟ କରିଛି, କଷ୍ଟ ଅର୍ଜିତ ଚାଷ ବି ଉଜୁଡି ଯାଇଛି । ଏବେ ଅପେକ୍ଷା ସରକାରୀ ସହୟାତକୁ । 

Advertisment
Odisha Weather Weather Update Heavy Rainfall Heavy Rainfall Alert
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ