Advertisment

ପାଣି ଶୋଷିବନି ସମୁଦ୍ର ! ୪ ଜିଲ୍ଲାକୁ ଏବେ ବନ୍ୟା ବିପଦ

ହୀରାକୁଦ ଉପର ମୁଣ୍ଡରେ ମହାନଦୀର ବ୍ୟାକ୍ ଓ୍ୱାଟର୍ ବା ପଛୁଆ ପାଣି ଯୋଗୁଁ ଜଳମଗ୍ନ ହୋଇଛି ଗାଁ, ବୁଡି ଯାଇଛି ମନ୍ଦିର। ବରଗଡ଼ ଜିଲ୍ଲା ଅମ୍ବାଭନା ବ୍ଲକ୍‌ର ଚିଖିଲି ଓ ଅନ୍ତରାଡି ଗାଁରେ ଅଣ୍ଟାଏ ପାଣି। ସେହିଭଳି ହୀରାକୁଦର ଉପର ମୁଣ୍ଡରେ ମହାନଦୀ କୂଳରେ ଥିବା ଶିବ ମନ୍ଦିର ବି ପାଣିରେ ବୁଡି ଯାଇଛି।

Flood Alert

Flood Alert

Advertisment

ଭୁବନେଶ୍ୱର: ମହାନଦୀରେ ମାଡ଼ି ଆସୁଛି ବନ୍ୟା। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଶନିବାର ସଂଧ୍ୟାରେ ଆସିପାରେ ମଧ୍ୟମ ଧରଣର ବନ୍ୟା। ଏନେଇ ଆଗୁଆ ସତର୍କ କରାଇଛନ୍ତି ଏସଆରସି। ହୀରାକୁଦ ଜଳଭଣ୍ଡାରରୁ ଏବେ ୨୮ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି ବନ୍ୟା ଜଳ। ଆଜି ମୁଣ୍ଡଳୀରେ ପହଞ୍ଚି ଥିବା ବେଳେ ଶନିବାର ଏହା ପିକ୍‌ରେ ପହଞ୍ଚିବ। ଶନିବାର ମଧ୍ୟାହ୍ନ ଭିତରେ ୮ ଲକ୍ଷ କ୍ୟୁସେକ୍ ପାଣି ମୁଣ୍ଡଳୀ ଦେଇ ପ୍ରବାହିତ ହେବ। ଯାହାଦ୍ୱାରା ମହାନଦୀର ଶାଖା ନଦୀଗୁଡ଼ିକରେ ବନ୍ୟା ଆସିବାର ଆଶଙ୍କା ରହିଛି। ଏଥିଯୋଗୁଁ କେନ୍ଦ୍ରାପଡ଼ା,ଜଗତସିଂହପୁର, କଟକ ଓ ପୁରୀ ଜିଲ୍ଲା ପ୍ରଭାବିତ ହେବ ବୋଲି ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍ କମିଶନର୍ ପ୍ରଦୀପ ଜେନା।

Advertisment

ସମ୍ଭାବ୍ୟ ପରିସ୍ଥିତିକୁ ଦେଖି ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଜଳସଂପଦ ବିଭାଗକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ସତର୍କତାମୂଳକ ପଦକ୍ଷେପ ସ୍ୱରୁପ ୬ ଜିଲ୍ଲାକୁ ୩୦ଟି ଓଡ୍ରାଫ୍, ୧୨ଟି ଏନଡିଆରଏଫ ଓ ଜିଲ୍ଲା ଫାୟାର ସର୍ଭିସ ଟିମକୁ ଛାଡି ଆଉ ୧୦ଟି ଅଗ୍ନିଶମ ଟିମ୍‌କୁ ପଠାଯାଉଛି। ଅନ୍ୟପକ୍ଷରେ ଆଜି ଜଳସଂପଦ ପ୍ରମୁଖ ସଚିବ ଅନୁ ଗର୍ଗ ଓ ତାଙ୍କ ଟିମ୍ ମୁଣ୍ଡଳୀ ଯାଇ କ୍ଷେତ୍ର ପରିଦର୍ଶନ କରିଥିଲେ। ସେପଟେ ଆଗକୁ ଆଉ ଏକ ଲଘୁଚାପର ସମ୍ଭାବନା ଓ ୨୦ ତାରିଖରେ ପୂର୍ଣ୍ଣିମା ଥିବାରୁ ବନ୍ୟା ଜଳକୁ ସମୁଦ୍ର ଟାଣିବାରେ ସମସ୍ୟା ଉପୁଜିପାରେ। 

ହୀରାକୁଦ ଉପର ମୁଣ୍ଡରେ ମହାନଦୀର ବ୍ୟାକ୍ ଓ୍ୱାଟର୍ ବା ପଛୁଆ ପାଣି ଯୋଗୁଁ ଜଳମଗ୍ନ ହୋଇଛି ଗାଁ, ବୁଡି ଯାଇଛି ମନ୍ଦିର। ବରଗଡ଼ ଜିଲ୍ଲା ଅମ୍ବାଭନା ବ୍ଲକ୍‌ର ଚିଖିଲି ଓ ଅନ୍ତରାଡି ଗାଁରେ ଅଣ୍ଟାଏ ପାଣି। ସେହିଭଳି ହୀରାକୁଦର ଉପର ମୁଣ୍ଡରେ ମହାନଦୀ କୂଳରେ ଥିବା ଶିବ ମନ୍ଦିର ବି ପାଣିରେ ବୁଡି ଯାଇଛି। ସେପଟେ ତଳମୁଣ୍ଡ ସୁବର୍ଣ୍ଣପୁରର ବିନିକା ସହରର ଐତିହାସିକ ସପ୍ତଭଗିନୀ ପୀଠ ମା ବାଇକାନୀଙ୍କ ମନ୍ଦିର ଏବେ ପାଣି ଘେରରେ। ଗୁଲାପଡା ପୋଲ ଉପରେ ୮ ଫୁଟ୍‌ର ବନ୍ୟାପାଣି ଚାଲିଛି।

Advertisment

ସେହିପରି ବିଜେପୁର ସେତୁ ଉପରେ ୩ ଫୁଟ୍ ଉଚ୍ଚର ପାଣି ପ୍ରବାହିତ ହେଉଥିବାରୁ ବୀରମହାରପୁର-ସୁବର୍ଣ୍ଣପୁର ରାସ୍ତା ବିଛିନ୍ନ ହୋଇଯାଇଛି। ମାଳତୀ ଯୋର ଉପରେ ୨ ଫୁଟ୍ ବନ୍ୟାପାଣି ଚାଲିଥିବାରୁ ସୋନପୁର-ସମ୍ବଲପୁର ରାସ୍ତାରେ ବି ଯାତାୟତ ଠପ୍ ହୋଇଯାଇଛି। ତେଣେ ବୌଦ୍ଧ ସହର ତଳି ଅଂଚଳରେ ବନ୍ୟାଜଳ ପ୍ରବେଶ କରିଥିବାରୁ ଜଗନ୍ନାଥ ସଡକ ଉପରେ ୫ ଫୁଟ୍ ଉଚ୍ଚରେ ପାଣି ଚାଲୁଛି। ତେଣୁ ଅନେକ ଗାଁକୁ ବିଚ୍ଛିନ୍ନ ହୋଇଛି ଯୋଗାଯୋଗ। ଏପଟେ ଉତ୍ତର ବାଙ୍କୀ ବ୍ଲକ୍‌ର ଘୋଡ଼ାବର ହୁଳୁହୁଳା ପୋଲ ଉପରେ ବି ୬ଫୁଟ୍‌ର ପାଣି ଚାଲିଛି। ମହାନଦୀ ଉପର ମୁଣ୍ଡରେ ଥିବା କଲମା, ଶିବ୍ରି ନାରାୟଣ ଭଳି ବ୍ୟାରେଜ୍ ଦେଇ ୫ ଲକ୍ଷ କ୍ୟୁସେକ୍ ପାଣି ପ୍ରବାହିତ ହେଉଛି। ଏହି ପାଣି ମିଶିବା ପରେ ହୀରାକୁଦ୍ ଡ୍ୟାମ୍‌ର ଜଳସ୍ତର ବଢ଼ିବାରେ ଲାଗିଛି।

Odisha Flood Alert
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ