Foggy weather
ଭୁବନେଶ୍ୱର: ଆସନ୍ତାକାଲି ସକାଳେ ୧୧ ଜିଲ୍ଲାରେ ଦେଖାଦେଇପାରେ ଘନ କୁହୁଡି। ଏହି ସମ୍ଭାବନାକୁ ଦେଖି ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ, ଅନୁଗୁଳ, କନ୍ଧମାଳ, ଗଞ୍ଜାମ, କଳାହାଣ୍ଡି, ମାଲକାନଗିରି ଓ କୋରାପୁଟ ଜିଲ୍ଲା ପାଇଁ ଜାରି ହୋଇଛି ଏହି ୱାର୍ଣ୍ଣିଂ। କାଲି ସକାଳ ସାଢେ ୮ଟା ସୁଦ୍ଧା ଏସବୁ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡି ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି।
ତେବେ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକା କୁହୁଡି ଦେଖିବାକୁ ମିଳିପାରେ। ସେହିପରି ପଶ୍ଚିମ ଦିଗରୁ ଆସୁଥିବା ୱେଷ୍ଟର୍ଣ୍ଣ ଡିଷ୍ଟବାର୍ଣ୍ଣସ୍ ପ୍ରଭାବରେ ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକା ବର୍ଷା ହୋଇପାରେ।
ସୁନ୍ଦରଗଡ, ଝାରସୁଗୁଡା ଓ କେନ୍ଦୁଝର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର କହିଛି। ତେବେ ବଙ୍ଗୋପସାଗରରୁ ଆସୁଥିବା ଉଷ୍ଣ ଜଳୀୟ ବାଷ୍ପ ଯୁକ୍ତ ବାୟୁ ଯୋଗୁଁ ଶୀତ ସାମାନ୍ୟ କମିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1640538252.jpg)