Advertisment

ସମୁଦ୍ରରେ ଓଲଟିଲା ଡ଼ଙ୍ଗା: ୩ ଫେରିଲେ, ୨ ଚାଲିଗଲେ

ଆଜିଠାରୁ ୨୭ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଥିଲା। ସ୍ୱତନ୍ତ୍ର ରିଲିଫ କମିଶନର କହିଛନ୍ତି, ଆନ୍ଧ୍ର ଶ୍ରୀକାକୁଲମର ସନ୍ଥଗୁଡ଼ାରେ ଗୁଲାବ ଲ୍ୟାଣ୍ଡଫଲ୍ କରିଛି। ଶ୍ରୀକାକୁଲମରେ ବର୍ତ୍ତମାନ ୭୦ କିମି ବେଗରେ ପବନ ବହୁଛି।

boat capsized

boat capsized

Advertisment

ଶ୍ରୀକାକୁଲମ: ଗୁଲାବ ପ୍ରଭାବରେ ଡଙ୍ଗା ଓଲଟି ୨ ମୃତ। ଆନ୍ଧ୍ରର ଶ୍ରୀକାକୁଲମରେ ଏହି ଅଘଟଣ ଘଟିଛି। ସମୁଦ୍ରରେ ଡଙ୍ଗା ଓଲଟି ୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସମୁଦ୍ରରେ ଭାସି ଯାଇ ଜଣେ ମତ୍ସ୍ୟଜୀବୀ ନିଖୋଜ ଅଛନ୍ତି। ୬ ଜଣ ମତ୍ସ୍ୟଜୀବୀ ଫେରୁଥିବା ବେଳେ ଉଚ୍ଚ ଜୁଆର ମାଡ଼ରେ ଡଙ୍ଗା ଓଲଟି ପଡିଥିଲା। ତେବେ ୩ ଜଣ ମତ୍ସ୍ୟଜୀବୀ ସୁରକ୍ଷିତ କୂଳକୁ ଫେରିଥିବା ସୂଚନା ମିଳିଛି।

Advertisment

ଆଜିଠାରୁ ୨୭ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଥିଲା। ସ୍ୱତନ୍ତ୍ର ରିଲିଫ କମିଶନର କହିଛନ୍ତି, ଆନ୍ଧ୍ର ଶ୍ରୀକାକୁଲମର ସନ୍ଥଗୁଡ଼ାରେ ଗୁଲାବ ଲ୍ୟାଣ୍ଡଫଲ୍ କରିଛି। ଶ୍ରୀକାକୁଲମରେ ବର୍ତ୍ତମାନ ୭୦ କିମି ବେଗରେ ପବନ ବହୁଛି।    

ବାତ୍ୟା ଶ୍ରୀକାକୁଲମରୁ କୋରାପୁଟ ଜିଲ୍ଲାକୁ ପଶିବ। ପ୍ରଭାବରେ ରାତିରେ ଗଜପତି, ରାୟଗଡ଼ା, କୋରାପୁଟରେ ବର୍ଷା ବଢ଼ିବ। ଗଜପତି, ରାୟଗଡ଼ା, କୋରାପୁଟରେ ଅତିପ୍ରବଳ ବର୍ଷା ମଧ୍ୟ ହୋଇପାରେ। 

Advertisment
Cyclone Cyclone Alert Cyclone Gulab
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ