Advertisment

Continental Drying: ଶୁଖି ଯାଉଛି ପୃଥିବୀର ମହାଦେଶ, ହଜି ଯାଉଛି ମଧୁର ଜଳ

ପ୍ରାୟ ଦୁଇ ଦଶନ୍ଧି ଧରି ଚାଲିଥିବା ସାଟେଲାଇଟ୍ ନୀରିକ୍ଷଣରୁ ଜଣାପଡିଛି ଯେ ବିଶ୍ୱରେ ଅଭୂତପୂର୍ବ ହାରରେ ମଧୁର ଜଳର ପରିମାଣ ହ୍ରାସ ପାଉଛି।

ଅଦ୍ୟତନ ହୋଇଛି
water cycle

water cycle

Advertisment

ଜଳବାୟୁ ଯୋଗୁଁ ପ୍ରଭାବିତ ହେଉଛି ପୂରା ପୃଥିବୀ। ପୃଥିବୀର ପ୍ରାୟ ସମସ୍ତ ଅଂଶକୁ ପ୍ରଭାବିତ କରୁଛି ଜଳବାୟୁ ପରିବର୍ତ୍ତନ। ଏହା ଯୋଗୁଁ ପୃଥିବୀର ଜଳ ଚକ୍ର ମଧ୍ୟ ପରିବର୍ତ୍ତନ ହେଉଛି। ପ୍ରାୟ ଦୁଇ ଦଶନ୍ଧି ଧରି ସାଟେଲାଇଟ୍ ନିରୀକ୍ଷଣରୁ ଜଣାପଡ଼ିଛି ଯେ ପୃଥିବୀରୁ ଅଭୂତପୂର୍ବ ହାରରେ ମିଠା ଜଳ କମି କମି ଯାଉଛି।

Advertisment

ବିଶ୍ୱବ୍ୟାପୀ ବର୍ଷା, ବାଷ୍ପୀକରଣ, ଏବଂ ନଦୀପ୍ରବାହର ଢାଞ୍ଚା ପରିବର୍ତ୍ତନ ହେଉଥିବାରୁ, ସ୍ଥଳଭାଗରେ ଜଳ ସଂରକ୍ଷଣ ମଧ୍ୟ କମୁଛି। ଏହି ପରିବର୍ତ୍ତନଗୁଡ଼ିକ ଜଳ ଉପଲବ୍ଧତା ଏବଂ ଜଳ ପରିଚାଳନା ପାଇଁ ଗୁରୁତର ଚ୍ୟାଲେଞ୍ଜ ସୃଷ୍ଟି କରୁଛି। ଯାହା ପରିବେଶ ଏବଂ ମାନବ ଜୀବିକାକୁ ବିପଦରେ ପକାଉଛି। ଏହା ଖାଦ୍ୟ ନିରାପତ୍ତା ପାଇଁ ବର୍ତ୍ତମାନ ବିପଦରେ ଅଛି। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଜଳ ସମ୍ପଦକୁ ନେଇ ରାଜ୍ୟ ମଧ୍ୟରେ ଓ ଦେଶ ମଧ୍ୟରେ ବିବାଦ ଦେଖା ଦେଇପାରେ।

ଉତ୍ତର ଗୋଲାର୍ଦ୍ଧରେ ଖରା ଯୋଗୁଁ ମରୁଡି ଆରମ୍ଭ ହୋଇଛି। ଏଥିରେ ସବୁଠାରୁ ଅଧିକ ପ୍ରଭାବିତ ଅଞ୍ଚଳଗୁଡ଼ିକ ହେଉଛି ଉତ୍ତର ଆମେରିକାର ପଶ୍ଚିମ ଉପକୂଳ, ଦକ୍ଷିଣ-ପଶ୍ଚିମ ଓ ମଧ୍ୟ ଆମେରିକା, ମଧ୍ୟ ପ୍ରାଚ୍ୟ, ଏବଂ ଦକ୍ଷିଣ-ପୂର୍ବ ଏସିଆର କିଛି ଅଞ୍ଚଳ।

Advertisment

ସାଇନ୍ସ ଆଡ଼ଭାନ୍ସେସ ଜର୍ଣ୍ଣାଲରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ମହାଦେଶରେ ଶୁଷ୍କତା ଦେଖା ଦେଉଥିବାରୁ ଗଭୀର ପ୍ରଭାବ ପକାଉଛି। ୨୦୦୨ ମସିହାରୁ, ୭୫% ଜନସଂଖ୍ୟା ୧୦୧ଟି ଦେଶରେ ବାସ କରୁଛନ୍ତି, ଯେଉଁଠାରେ ମିଠା ଜଳ ହ୍ରାସ ପାଉଛି। ମହାଦେଶଗୁଡିକରେ ସମୁଦ୍ର ସ୍ତର ବୃଦ୍ଧି ହେଉଛି ଏବଂ ଶୁଷ୍କ ଅଞ୍ଚଳ ଗୁଡିକ ଅଧିକ ଶୁଷ୍କ ହେଉଥିବାର ଏହି ରିପୋର୍ଟରେ ପ୍ରକାଶ ପାଇଛି। ନଦୀ ଓ ହ୍ରଦରେ ଜଳ ସଂରକ୍ଷଣ ହ୍ରାସ ପାଉଛି। ମଣିଷ ଭୂଗର୍ଭ ଜଳ ଉପରେ ଅଧିକ ନିର୍ଭରଶୀଳ ହେଉଛି।

ଏହା ମଧ୍ୟ ଜଣା ପଡିଛି ଯେ, ଅନେକ ଶୁଷ୍କ ଅଞ୍ଚଳ ଏବଂ ଜଳ ହ୍ରାସ ହେଉଥିବା ଅଞ୍ଚଳଗୁଡ଼ିକୁ ଏବେ ପରସ୍ପର ସହିତ ସଂଯୋଗ କରାଯାଇଛି। ଯାହା ଉତ୍ତର ଗୋଲାର୍ଦ୍ଧରେ ଚାରୋଟି ବୃହତ ମେଗା-ଶୁଷ୍କ କ୍ଷେତ୍ର ଗଠନ କରିଛି। ତାହା ହେଉଛି:

Advertisment
  • ଉତ୍ତର କାନାଡା ଏବଂ ଉତ୍ତର ରୁଷିଆ, ଏହି ଅଞ୍ଚଳ ପୂର୍ବରୁ ଆର୍ଦ୍ର ଥିବା ବେଳେ ଏବେ ଏହି ଅଞ୍ଚଳଗୁଡ଼ିକ ଶୁଷ୍କ ହେବାରେ ଲାଗିଛି।
  • ଦକ୍ଷିଣ-ପଶ୍ଚିମ ଉତ୍ତର ଆମେରିକା ଏବଂ କେନ୍ଦ୍ରୀୟ ଆମେରିକା, ଯେଉଁଠାରେ ଶୁଷ୍କତା ଏବଂ ଭୂଗର୍ଭ ଜଳସ୍ତର ହ୍ରାସ ହେଉଛି।
  • ଉତ୍ତର ଆଫ୍ରିକାରୁ ଇଉରୋପ, ମଧ୍ୟ ପ୍ରାଚ୍ୟ, ମଧ୍ୟ ଏସିଆ, ଉତ୍ତର ଚୀନ ଏବଂ ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଏସିଆର କିଛି ଅଞ୍ଚଳରେ ମଧ୍ୟ ଶୁଷ୍କତା ବୃଦ୍ଧି ହେଉଛି।

ସେହିପରି ପୂର୍ବ ଏବଂ ପଶ୍ଚିମ ସବ-ସାହାରା ଆଫ୍ରିକାର କିଛି ଅଞ୍ଚଳକୁ ଛାଡି ଦେଲେ ଅନ୍ୟ ଅଞ୍ଚଳ ଆର୍ଦ୍ର ହେଉଛି।

ଏହା ବିଶ୍ୱ ଜଳ ଚକ୍ରରେ ଏକ ବଡ ଅସନ୍ତୁଳନ ସୃଷ୍ଟି କରୁଛି। ଆଗାମୀ ଦିନରେ ଏଥିପାଇଁ ପୃଥିବୀ ଉପରେ ଗଭୀର କ୍ଷତିକାରକ ପ୍ରଭାବ ପଡ଼ିପାରେ।

ଅଧିକ ପଢନ୍ତୁ: ପାକିସ୍ତାନରେ ବନ୍ୟାର କରାଳ ରୂପ… ଏଯାଏଁ ମଲେଣି ୨୦୦ରୁ ଅଧିକ ଲୋକ

Drought Situation Climate Changes Earth Water Crisis Earth Observation Satellite
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ