Advertisment

କମିଲା ତାପମାତ୍ରା; ରାଜ୍ୟରେ ଆଗାମୀ ୭ ଦିନ ଯାଏଁ ଶୁଖିଲା ପାଗ

ମେଘ ହଟିବା ସହ ପାଗ ଶୁଖିଲା ରହୁଥିବାରୁ ଉତ୍ତର ଓଡ଼ିଶାରେ ତାପମାତ୍ରା କମିବ । ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼ ଭଳି ଜିଲ୍ଲାରେ ରାତିର ତାପମାତ୍ରା କମିବ ।

ଅଦ୍ୟତନ ହୋଇଛି
Odisha Weather

Odisha Weather

Advertisment

କିଛି ଦିନର ବର୍ଷା ପରେ ପାଣିପାଗରେ ହୋଇଛି ପରିବର୍ତ୍ତନ । ଆଗାମୀ ୭ ଦିନ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଜିଲ୍ଲାରେ ପାଗ ଶୁଖିଲା ରହିବ । ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଏହି ପୂର୍ବାନୁମାନ କରିଛି । ମେଘ ହଟିବା ସହ ପାଗ ଶୁଖିଲା ରହୁଥିବାରୁ ଉତ୍ତର ଓଡ଼ିଶାରେ ତାପମାତ୍ରା କମିବ ।

Advertisment

ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼ ଭଳି ଜିଲ୍ଲାରେ ରାତିର ତାପମାତ୍ରା କମିବ । ସେପଟେ ନୟାଗଡ଼, ଗଞ୍ଜାମ, ଗଜପତି, କନ୍ଧମାଳ ଭଳି ଜିଲ୍ଲାରେ ଘନ କୁହୁଡ଼ିର ସମ୍ଭାବନା ରହିଛି ।

ଗତ କିଛି ଦିନ ହେବ ରାଜ୍ୟରେ କୋହଲା ପାଗ ଲାଗି ରହିଥିଲା । କେତେକ ସ୍ଥାନରେ ବର୍ଷା ସହ ପବନ ମଧ୍ୟ ହୋଇଥିଲା । ଅଦିନିଆ ବର୍ଷା ସାଙ୍ଗକୁ କୋହଲା ପାଗରେ ଥରିଥିଲା ପୂରା ରାଜ୍ୟ । ଉତ୍ତର-ପଶ୍ଚିମା ପବନ ସାଙ୍ଗକୁ ଗୁରୁଚାପ ଏବଂ ନିମ୍ନରେଖା ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ଲାଗି ରହିଥିଲା ।

Advertisment

ଉତ୍ତର ଓ ଦକ୍ଷିଣ ଓଡ଼ିଶାର ୧୨ଟି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗିବା ସହ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିଲା । ସେପଟେ ଅଦିନିଆ ବର୍ଷାରେ ନଷ୍ଟ ହୋଇଛି ଚାଷୀର ପରିଶ୍ରମ । ନିଜର ପନିପରିବାକୁ ଦେଖି ମୁଣ୍ଡରେ ହାତ ଦେଇ ବସିଲାଣି ଚାଷୀ ।

Weather IMD Winter
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ