Dense fogg
କୁହୁଡ଼ି...କୁହୁଡ଼ି...କୁହୁଡ଼ି... ସବୁଠି କୁହୁଡ଼ି । ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଛି । ପୁରୀ ଶ୍ରୀମନ୍ଦିର ବି କୁହୁଡ଼ିରେ ଘୋଡ଼େଇ ହେଇଯାଇଛି । କୁହୁଡ଼ି ଏତେ କି ନୀଳଚକ୍ର ବି ଦେଖାଯାଉନି । ଏପରିକି ସିଂହଦ୍ୱାର ବି ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉନି । ସତେ ଯେମିତି କୁହୁଡ଼ି ଚାଦରରେ ଘୋଡ଼ାଇ ହୋଇ ରହିଛି ଶ୍ରୀମନ୍ଦିର ।
ସେହିଭଳି ଘନକୁହୁଡ଼ିରେ ଲୁଚି ରହିଛି ପାରାଦୀପ ସହର । ରାସ୍ତାଘାଟ ଦେଖାଯାଉନି, ଗାଡ଼ି ଚଳାଚଳରେ ବାଧା ଉପୁଜିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖାଦେଇଥିବାରୁ ଯାତାୟାତରେ ବାଧା ଉପୁଜିଛି । ୧୦୦ ମିଟର ଆଗକୁ କିଛି ଦେଖା ଯାଉନଥିବା ଅନେକ ସ୍ଥାନରେ ଦେଖିତବାକୁ ମିଳୁଛି । ଲୋକମାନେ ନାହିଁନଥିବାର ଅସୁବିଧାର ସମସୁଖୀନ ହେଉଛନ୍ତି ।
ସେପଟେ ଆରମ୍ଭ ହୋଇଛି ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି । ପ୍ରଭାବରେ ଏଥର କମିବ ଶୀତ, ବଢିବ ତାତି । ଉଭୟ ରାତି ଓ ଦିନର ତାପମାତ୍ରାରେ ବୃଦ୍ଧି ନେଇ ପାଣିପାଗ ବିଭାଗ ଆକଳନ କରିଛି । ତେବେ ଆଜି ସକାଳୁ କିଛି ଜିଲ୍ଲା ପାଇଁ ଘନକୁହୁଡି ନେଇ ଆଲର୍ଟ ଜାରି କରିଥିଲା ପାଣିପାଗ ବିଭାଗ । ଅନ୍ୟପଟେ ଆସନ୍ତା ୧୪ ଓ ୧୫ ତାରିଖରେ କିଛି ଜିଲ୍ଲାରେ ହାଲକା ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Dense_fogg_1707798430.jpg)