Advertisment

ଅଦିନିଆ ବର୍ଷା ଓ କୋହଲା ପବନରେ ବେହାଲ୍ ଓଡ଼ିଶା

ଅଦିନିଆ ବର୍ଷାରେ ବେହାଲ୍ ସାରା ରାଜ୍ୟ। ଉତ୍ତର-ପଶ୍ଚିମା ପବନ ସାଙ୍ଗକୁ ଗୁରୁଚାପ ଏବଂ ନିମ୍ନରେଖା ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଲାଗି ରହିଛି ବର୍ଷା।

Weather News

Weather News

Advertisment

ଅଦିନିଆ ବର୍ଷା ସାଙ୍ଗକୁ କୋହଲା ପାଗ। ବହୁଛି ଉତ୍ତର-ପଶ୍ଚିମା ପବନ। ଥରୁଛି ପୂରା ରାଜ୍ୟ। ଜନଜୀବନ ଏକଦମ୍ ଅସ୍ତବ୍ୟସ୍ତ। ବରଗଡରୁ ବାଲେଶ୍ୱର, ବାସୁଦେବପୁରରୁ ବିନିକା । ରାଜ୍ୟର ଅନେକ ସ୍ଥାନରୁ ଆସୁଛି ମଣ୍ଡିରେ ଧାନ ଭିଜୁଥିବାର ଚିତ୍ର। ବିଚରା ଚଷାପୁଅ ମେଘୁଆ ଆକାଶ ତଳେ ଜରିପାଲ ଘୋଡାଇ ନିଜର କଷ୍ଟ ଉପାର୍ଜିତ ଶସ୍ୟକୁ ବର୍ଷା ଦାଉରୁ ରକ୍ଷା କରିବାକୁ ସଂଘର୍ଷ କରୁଛି।

Advertisment

ଆଉ କେଉଁଠି ଅଦିନିଆ ବର୍ଷାରେ ନଷ୍ଟ ହୋଇଯାଇଥିବା ନିଜର ପନିପରିବାକୁ ଦେଖି ମୁଣ୍ଡରେ ହାତ ଦେଇ ବସିଲାଣି ଚାଷୀ। ଖାଲି ଏତିକିରେ ଶେଷ ହୋଇନାହିଁ ଅଦିନିଆ ବର୍ଷାର ଦାଉ। ବରଗଡ଼ର ବିଶ୍ବପ୍ରସିଦ୍ଧ ଧନୁଯାତ୍ରାକୁ ଫିକା ପକାଇ ଦେଇଛି ବର୍ଷା ଓ କୋହଲା ପାଗ। ଗତକାଲିଠାରୁ ବରଗଡ଼ରେ ଲାଗି ରହିଥିବା ବର୍ଷା ପାଇଁ ଏଠାକାର ମୀନା ବଜାର ପଡିଆରେ ଜମି ରହିଛି ପାଣି।

ପାଣିପାଗ ବିଭାଗ କହିଛି, ବଙ୍ଗୋପସାଗରରେ ସକ୍ରିୟ ଗୁରୁଚାପ ବଳୟ ଓ ନିମ୍ନ ଚାପରେଖା ପ୍ରଭାବରେ ରାଜ୍ୟରେ କୋହଲା ପାଗ ଓ ବର୍ଷା ହେଉଛି। ଆଜି ଉତ୍ତର ଓ ଦକ୍ଷିଣ ଓଡିଶାର ୧୨ ଜିଲ୍ଲାକୁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ଆସନ୍ତାକାଲି ପାଇଁ ୧୬ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ।

Advertisment

ତେବେ ୨୬ ତାରିଖଠାରୁ ପାଗରେ ପରିବର୍ତ୍ତନ ସହ ଦିନ ତାପମାତ୍ରା ସାମାନ୍ୟ ବଢ଼ିବ। ରାତି ତାପମାତ୍ରା କିନ୍ତୁ ସ୍ବାଭାବିକ ଠାରୁ ୨ରୁ ୩ ଡିଗ୍ରୀ କମ୍ ରହିବା ସହ ଥଣ୍ଡା ଅନୁଭୂତ ହେବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଜ୍ଞାନୀ।

Odisha Weather Weather Update
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ