• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ୪୦ ପ୍ରତିଶତ କମ୍ ବର୍ଷା ହୋଇଥିବା ୬ ଜିଲ୍ଲାରେ ସ୍ଥିତି ସଂଗୀନ

  • କେଉଁଠି ମାଟି ଫାଟି ଆଁ କରିଛି କ୍ଷେତ ତ ଆଉ କେଉଁଠି ଜଳି ଗଲାଣି ତଳି

ଭୁବନେଶ୍ୱର: ଚଳିତ ବର୍ଷ ରାଜ୍ୟରେ ସ୍ବାଭାବିକ ବର୍ଷାର ପୂର୍ବାନୁମାନ କରିଥିଲା ପାଣିପାଗ ବିଭାଗ । ହେଲେ ବର୍ଷା ଅଭାବରୁ ରାଜ୍ୟର ଅଧାରୁ ଅଧିକ ଜିଲ୍ଲାରେ ଏବେ ବିଗିଡ଼ିବାରେ ଲାଗିଛି ଚାଷର ଅବସ୍ଥା, ଚିନ୍ତାରେ ଚାଷୀ । ପାଣିପାଗ ବିଭାଗର ତଥ୍ୟ କହୁଛି ଏପର୍ଯ୍ୟନ୍ତ ରାଜ୍ୟରେ ସ୍ୱାଭାବିକ ଠାରୁ ୨୭ ପ୍ରତିଶତ କମ୍ ବୃଷ୍ଟିପାତ ହୋଇଥିଲା ବେଳେ ୧୯ ଜିଲ୍ଲା ନିଅଣ୍ଟିଆ ବୃଷ୍ଟିପାତ ସ୍ଥିତିକୁ ସାମ୍ନା କରୁଛି । ସେ ଭିତରୁ ୪୦ ପ୍ରତିଶତରୁ କମ୍ ବୃଷ୍ଟିପାତ ରେକର୍ଡ କରାଯାଇଥିବା ୬ଟି ଜିଲ୍ଲାରେ ସାଂଘାତିକ ସ୍ଥିତି ।

ମୌସୁମୀ ଦୁର୍ବଳ, ବର୍ଷା ଅଭାବରୁ ଚାଷୀ କଲବଲ । କେଉଁଠି ପାଣି ଅଭାବରୁ ଚାଷ ଜମି ଫାଟି ଆଁ କଲାଣି, ତ କେଉଁଠି ଧାନ ତଳି ଜଳିଗଲାଣି । ଭଦ୍ର ଜିଲ୍ଲା ବାସୁଦେବପୁର ଅଞ୍ଚଳର ଆକାଶରେ ମେଘ ମାଳ ମାଳ ,ହେଲେ ବର୍ଷା ଅଭାବରୁ ଜମି ଏକଦମ୍ ଶୁଖିଲା । ଅଧିକାଂଶ ବିଲରେ ଜମି ହଳ ହୋଇପଡ଼ିଛି, କିନ୍ତୁ ପାଗ ହେଉ ନଥିବାରୁ ରୁଆ ବେଉଷଣ କାମ ଏକଦମ୍ ଠପ୍ । କେନ୍ଦୁଝର ଜିଲ୍ଲାରେ ମଧ୍ୟ ସମାନ ଅବସ୍ଥା । ବର୍ଷା ଥିବାରୁ ତଳି ବଞ୍ଚାଇବାକୁ ଯାଇ ଉଠାପାଣିରେ ଜମିକୁ କାଦୁଅ କରି ପ୍ରାଣମୂର୍ଚ୍ଛା ଧାନ ରୋଇବାରେ ବ୍ୟସ୍ତ ଚାଷୀ । ଆଗକୁ ବର୍ଷା ହେଲେ ଗଛ ବଂଚିବ, ନହେଲେ ଆଉ ଉପାୟ ନାହିଁ । ସମ୍ବଲପୁରର କୁଚିଣ୍ଡା ହେଉ କି ବୌଦ୍ଧ ଜିଲ୍ଲା ବର୍ଷା ଅଭାବରୁ ଏସବୁ ଯାଗାରେ ବି ଗଜା ମରୁଡ଼ି ସ୍ଥିତି ।

ସ୍ୱଳ୍ପ ବୃଷ୍ଟି କାରଣରୁ ରାଜ୍ୟର ଅଧାରୁ ଅଧିକ ଜିଲ୍ଲାରେ ଏଇ ସ୍ଥିତି ପାଣିପାଗ ବିଭାଗର ତଥ୍ୟ କହୁଛି ସାରା ରାଜ୍ୟରେ ଏପର୍ଯ୍ୟନ୍ତ ସ୍ୱାଭାବିକ ଠାରୁ ୨୭ ପ୍ରତିଶତ କମ୍ ବର୍ଷା ହୋଇଛି । ଯାହା ସବୁଠୁ ଯାହା ଚିନ୍ତାଜନକ । ଆଜିକା ଦିନରେ ରାଜ୍ୟର ୧୯ଟି ଜିଲ୍ଲାରେ ୨୦ ପ୍ରତିଶତରୁ ୫୯ ପ୍ରତିଶତ ପର୍ଯ୍ୟନ୍ତ ନିଅଣ୍ଟିଆ ବର୍ଷା ହୋଇଛି, ଯାହା ଚାଷୀକୂଳକୁ ଆଶଙ୍କାକୁ ଠେଲି ଦେଇଛି । ବିଶେଷ କରି ଭଦ୍ରକ, ଯାଜପୁର, କେନ୍ଦୁଝର, ବଲାଙ୍ଗୀର, ଗଜପତି ଓ ସମ୍ବଲପୁର ଭଳି ୬ଟି ଜିଲ୍ଲାର ସ୍ଥିତି ସାଂଘାତିକ ରୂପ ଧାରଣ କଲାଣି । ଏସବୁ ଜିଲ୍ଲାରେ ବର୍ଷାର ପରିମାଣ ସ୍ୱାଭାବିକ ଠାରୁ ୪୦ ପ୍ରତିଶତ କମ୍ ରହିଛି । ତେବେ ଏସବୁ ଭିତରେ ୨୧-୨୨ ତାରିଖ ବେଳକୁ ଲଘୁଚାପ ପ୍ରଭାବରେ ଓଡ଼ିଶାର ପ୍ରାୟ ଅଧିକାଂଶ ଜିଲ୍ଲାରେ ବର୍ଷାର ପୂର୍ବାନୁମାନ କରାଯାଇଛି । ଫଳରେ ଚାଷୀ ମନରେ କିଛିଟା ଆଶା ସଂଚାର କରିଛି । ଚାଷୀଙ୍କ ଭଳି ସରକାର ବି ଏଇ ବର୍ଷାକୁ ଚାହିଁଛନ୍ତି ।

ଏବର୍ଷ ସ୍ୱାଭାବିକ ବର୍ଷା ନେଇ ପାଣିପାଗ ବିଭାଗର ପୁର୍ବାନୁମାନରେ ବେଶ୍ ଆଶ୍ୱସ୍ତ ଥିବା ଚାଷୀ ନିଅଣ୍ଟିଆ ବର୍ଷାକୁ ନେଇ ଏବେ ଚିନ୍ତାରେ ବୁଡ଼ିଛି । ଆଗକୁ ଭଲ ବର୍ଷା ନହେଲେ ସ୍ଥିତି ଉତ୍କଟ ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ ।