Advertisment

ଦକ୍ଷିଣରେ କମି କମି ଉତ୍ତରରେ ବଢିବ ବର୍ଷାର ପ୍ରକୋପ

ବର୍ତ୍ତମାନ ସମୁଦ୍ର ଭିତରେ ଗଭୀର ଅବପାତରେ ପରିଣତ ହୋଇ ଦୁର୍ବଳ ହୋଇଛି। ବାତ୍ୟା ଜଓ୍ୱାଦ ମୋଡ଼ ବଦଳାଇ ପଶ୍ଚିମବଙ୍ଗ ଆଡକୁ ଚାଲିଯିବ ବୋଲି କହିଛି ଆଇଏମଡି। ପରବର୍ତ୍ତୀ ୧୨ ଘଣ୍ଟାରେ ଏହା ଦୁର୍ବଳ ହୋଇ ୱେଲ ମାର୍କଡ ଲଘୁଚାପରେ ପରିଣତ ହେବ।

ଅଦ୍ୟତନ ହୋଇଛି
Heavy Rainfall Alert

Heavy Rainfall Alert

Advertisment

ଭୁବନେଶ୍ୱର: ଜଓ୍ୱାଦ ସଂପର୍କରେ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା। ବର୍ତ୍ତମାନ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରୁଛି ଅବପାତରେ ପରିଣତ ହୋଇ ମଧ୍ୟାହ୍ନରେ ପୁରୀ ପାଖାପାଖି ପହଞ୍ଚିବ। ପ୍ରଭାବରେ ଉପକୂଳ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି। ଗଞ୍ଜାମ ଠାରୁ ଆରମ୍ଭ କରି କେନ୍ଦ୍ରାପଡ଼ା ଯାଏଁ ଅତିପ୍ରବଳ ବର୍ଷା ହୋଇଛି। ଉପକୂଳବର୍ତ୍ତୀ ଜିଲ୍ଲାରେ ସର୍ବାଧିକ ୬୫ କିମି ବେଗରେ ପବନ ବହୁଛି। ପରବର୍ତ୍ତୀ ସମୟରେ ବର୍ଷା ଭଦ୍ରକ, ବାଲେଶ୍ୱର ଜିଲ୍ଲାରେ ବଢ଼ିବ ବୋଲି କହିଛନ୍ତି ଆଇଏମଡି ଜିଜି ମୃତ୍ୟୁଞ୍ଜୟ ମହାପାତ୍ର।

Advertisment

ସାମୁଦ୍ରିକ ବାତ୍ୟା ଜଓ୍ୱାଦ ପ୍ରଭାବରେ ଉପକୂଳ ଜିଲ୍ଲା ଗୁଡିକରେ ଗତକାଲି ରାତିରୁ ପ୍ରବଳ ବର୍ଷା ଲାଗି ରହିଛି। ଗଂଜାମ ଖଲ୍ଲିକୋଟରେ ସର୍ବାଧିକ ୧୫୮ ମିଲିମିଟର ବର୍ଷା ରେକର୍ଡ ହୋଇଛି। ନୟାଗଡ଼ରେ ୧୦୭.୫ ମିଲିମିଟର ବର୍ଷା ରେକର୍ଡ ହୋଇଛି।  ଛତ୍ରପୁରରେ ୮୬.୬ ମିମି ବର୍ଷା ରେକର୍ଡ ହୋଇଛି। ଭୁବନେଶ୍ୱରରେ ୪୨.୩ ମିମି ବର୍ଷା ରେକର୍ଡ ହୋଇଛି ହୋଇଛି। ଜଓ୍ୱାଦ ପ୍ରଭାବରେ ଖୋର୍ଦ୍ଧା, ପୁରୀ, ଜଗତସିଂହପୁରର ଜିଲ୍ଲାରେ ପ୍ରବଳ ବର୍ଷା ରେକର୍ଡ ହୋଇଛି। ବର୍ଷା ନେଇ ଟୁଇନ୍ ସିଟି ଲାଗି ପାଣିପାଗ ବିଭାଗର ଅରେଞ୍ଜ ଓ୍ବାର୍ଣ୍ଣିଂ ଭୁବନେଶ୍ୱର ଓ କଟକର କିଛି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।

ବର୍ତ୍ତମାନ ସମୁଦ୍ର ଭିତରେ ଗଭୀର ଅବପାତରେ ପରିଣତ ହୋଇ ଦୁର୍ବଳ ହୋଇଛି। ବାତ୍ୟା ଜଓ୍ୱାଦ ମୋଡ଼ ବଦଳାଇ ପଶ୍ଚିମବଙ୍ଗ ଆଡକୁ ଚାଲିଯିବ ବୋଲି କହିଛି ଆଇଏମଡି। ପରବର୍ତ୍ତୀ ୧୨ ଘଣ୍ଟାରେ ଏହା ଦୁର୍ବଳ ହୋଇ ୱେଲ ମାର୍କଡ ଲଘୁଚାପରେ ପରିଣତ ହେବ। ଏହି ସମୟରେ ପବନର ବେଗ ସର୍ବାଧିକ ୬୦ କିମି ମଧ୍ୟରେ ରହିବ। ବନ୍ଦରଗୁଡ଼ିକରେ ୩ ନମ୍ବର ବିପଦ ସଙ୍କେତ ବଳବତ୍ତର ରହିବ। ୭ ତାରିଖ ପରେ ଜଓ୍ୱାଦ ପ୍ରଭାବ ଓଡ଼ିଶାରେ ପ୍ରାୟ ରହିବ ନାହିଁ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ। ଏବେ ଗୋପାଳପୁରରୁ ୯୦ କିଲୋମିଟର ଦୂରରେ ଜଓ୍ବାଦ୍ ରହିଛି। ସେହିପରି ପୁରୀ ଠାରୁ ୧୨୦ କିଲୋମିଟର ଥିବା ସୂଚନା ମିଳିଛି।

Advertisment
Odisha Weather Weather Update Cyclone Warning
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ