Advertisment

Twin City Rain Alert: ବଦଳିଲା ପାଗ, ତାତିରୁ ମିଳିଲା ଆଶ୍ବସ୍ତି; ଟ୍ବିନ୍ ସିଟିକୁ ବର୍ଷା ଆଲର୍ଟ...

ଭୁବନେଶ୍ବର ଆକାଶରେ କଳାହାଣ୍ଡିଆ ମେଘ । କଳାହାଣ୍ଡିଆ ମେଘ ସହ ରାଜଧାନୀରେ ଝିପିଝିପି ବର୍ଷା ଆରମ୍ଭ ହୋଇଛି। ରାଜଧାନୀର କିଛି ସ୍ଥାନରେ କୁଆପଥର ବର୍ଷା ମଧ୍ୟ ଆରମ୍ଭ ହୋଇଛି।

ଅଦ୍ୟତନ ହୋଇଛି
Dark cloud cover witnessed over Bhubaneswar

Dark cloud cover witnessed over Bhubaneswar

Advertisment

ବଡ଼ ଖବର । ରାଜ୍ୟରେ ବଦଳିଲା ପାଗ, ତାତିରୁ ଆଶ୍ବସ୍ତି ଆଣିଲା ବର୍ଷା। ଭୁବନେଶ୍ବର ଆକାଶରେ କଳାହାଣ୍ଡିଆ ମେଘ । କଳାହାଣ୍ଡିଆ ମେଘ ସହ ରାଜଧାନୀରେ ଝିପିଝିପି ବର୍ଷା ଆରମ୍ଭ ହୋଇଛି। ରାଜଧାନୀର କିଛି ସ୍ଥାନରେ କୁଆପଥର ବର୍ଷା ମଧ୍ୟ ଆରମ୍ଭ ହୋଇଛି। କଟକ ଓ ଭୁବନେଶ୍ବରକୁ ବର୍ଷା ଆଲର୍ଟ । ବିଜୁଳି ଘଡ଼ଘଡ଼ି ସହ ଟ୍ବିନ୍ ସିଟିକୁ ବର୍ଷା ଆଲର୍ଟ । ୪୦ରୁ ୫୦ କିମି ଯାଏଁ ପବନ ବହିବା ସମ୍ଭାବନା ରହିଛି। 

Advertisment

ଦିନକ ତଳେ ରାତିରେ ରାଜଧାନୀ ଭୁବନେଶ୍ୱର ସମେତ କିଛି ଜିଲ୍ଲାରେ ତୁହାକୁ ତୁହା ବର୍ଷା ହୋଇଥିଲା । ୩୦ରୁ ୪୦ କିମି ବେଗରେ ବହିଥିଲା ପବନ । ଏଥି ଯୋଗୁଁ ସହରରେ ବିଦ୍ୟୁତ ସରବରାହ ପ୍ରଭାବିତ ହୋଇଥିଲା । କାଳବୈଶାଖୀ ପ୍ରଭାବରେ ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ତାପମାତ୍ରା ହ୍ରାସ ପାଇବା ନେଇ ଆକଳନ କରାଯାଉଛି ।

ଅଧିକ ପଢ଼ନ୍ତୁ: ବାଲେଶ୍ୱରରେ ଅଭାବନୀୟ ଘଟଣା, ଚୁଟି କଟାକୁ ନେଇ ବାପାକୁ ହାଣିଲା ପୁଅ

ସେହପରି ଚଳିତ ବର୍ଷ ଏପ୍ରିଲରୁ ଜୁନ୍‌ ମଧ୍ୟରେ ଦେଶରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହିଛି । ସ୍ୱାଭାବିକଠାରୁ ଅଧିକ ରହିବ ଦେଶର ଅନେକ ଅଞ୍ଚଳରେ ତାପମାତ୍ରା । ଚଳିତ ଗ୍ରୀଷ୍ମ ଋତୁ ପାଇଁ ଏଭଳି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (IMD) । IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଗ୍ରୀଷ୍ମର ଅତ୍ୟଧିକ ପ୍ରଭାବ କେନ୍ଦ୍ରୀୟ, ପୂର୍ବ ଏବଂ ଉତ୍ତର ପଶ୍ଚିମ ଭାଗରେ ରହିବ । ଦେଶର ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ବହୁ ଅଧିକ ରହିବ।

Advertisment

ଆଇଏମଡି ଡିଜି ଆହୁରି କହିଛନ୍ତି, ଏପ୍ରିଲରୁ ଜୁନ୍ ମଧ୍ୟରେ ସାଧାରଣତଃ ୪ରୁ ୭ ଦିନ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଥାଏ। ତେବେ ଏଥର କିନ୍ତୁ ତାଠୁ ଅଧିକ ୨ କିମ୍ବା ୪ ଦିନ ରହିବ ଗ୍ରୀଷ୍ମ ପ୍ରବାହ । ବିଶେଷକରି ରାଜସ୍ଥାନ, ଗୁଜରାଟ, ହରିୟାଣା, ପଞ୍ଜାବ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଓଡ଼ିଶା, ଛତିଶଗଡ଼, ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶରେ ଗ୍ରୀଷ୍ମ ପ୍ରବାହର ପ୍ରକୋପ ଅଧିକ ରହିବ।

ସେହିଭଳି କର୍ଣ୍ଣାଟକ ଓ ତାମିଲନାଡ଼ୁର ଉତ୍ତର ଭାଗରେ ମଧ୍ୟ ଅଧିକ ଗରମ ଅନୁଭୂତ ହେବ । ଏଥର ମୌସୁମୀରେ ଏଲ୍ ନିନୋ ସମ୍ଭାବନା ନାହିଁ ବୋଲି ଆଇଏମଡି ଡିଜି ସ୍ପଷ୍ଟ କରିଛନ୍ତି ।

Advertisment

ଅଧିକ ପଢ଼ନ୍ତୁ: ୩୧ ଯାଏଁ ଛେଚିବ ବର୍ଷା ! ଆଜି ପାଇଁ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ...

Odisha Weather Rain Alert
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ