Cyclonic storm 'Asani' forms over Bay of Bengal
ବଙ୍ଗୋପସାଗରରେ ବାତ୍ୟା ‘ଅସାନି’ ସୃଷ୍ଟି ହୋଇଛି। ଗଭୀର ଅବପାତ ପରେ ‘ଅସାନି’ ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ଘଣ୍ଟା ପ୍ରତି ୧୬ କି.ମି. ବେଗରେ ବାତ୍ୟା ‘ଅସାନି’ ଗତି କରୁଛି। ଏବେ ପୁରୀଠାରୁ ଦକ୍ଷିଣ ଦକ୍ଷିଣ-ପୂର୍ବ ଦିଗରେ ୧୦୨୦ କି.ମି. ଦୂରରେ କେନ୍ଦ୍ରୀଭୂତ ରହିଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ‘ଅସାନି’ ଉତ୍ତରପଶ୍ଚିମକୁ ଦିଗକୁ ଗତି କରି ଭୀଷଣ ବାତ୍ୟାର ରୂପ ନେବ।
ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଆସନ୍ତା ୧୦ ଓ ୧୧ରେ ଉପକୂଳ ଓଡ଼ିଶାରେ ବର୍ଷା ନେଇ ପୂର୍ବାନୁମାନ ପରେ ରବି ଫସଲ କରିଥିବା ଉପକୂଳିଆ ଚାଷୀ ଛାନିଆ ହୋଇପଡ଼ିଛନ୍ତି। ବିଶେଷକରି କଟକ ଜିଲ୍ଲା ନିଆଳି, କଣ୍ଟାପଡ଼ା ଅଞ୍ଚଳରେ ଶହ ଶହ ଏକର ଜମିରେ ମୁଗ ଫସଲ କରିଥିବା ଚାଷୀମାନେ ଅମଳ ପୂର୍ବରୁ ବର୍ଷାକୁ ନେଇ ଭୟଭୀତ ହୋଇପଡ଼ିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1651979480.jpg)