Advertisment

ଟ୍ୱିନ୍‌ ସିଟିକୁ ଅରେଞ୍ଜ ୱାର୍ଣ୍ଣିଂ, ୪୦ କିମି ବେଗରେ ବହିବ ପବନ

ଦୈତ ସହର କଟକ ଓ ଭୁବନେଶ୍ୱର ପାଇଁ କାଲି ସକାଳ ୮.୩୦ ପର୍ଯ୍ୟନ୍ତ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏଠାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।

ଅଦ୍ୟତନ ହୋଇଛି
Twin City

Twin City

Advertisment

ଭୁବନେଶ୍ୱର: ବର୍ଷା ନେଇ ଟୁଇନ୍ ସିଟି ଲାଗି ପାଣିପାଗ ବିଭାଗର ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି। ଭୁବନେଶ୍ୱର ଓ କଟକର କିଛି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଘଣ୍ଟା ପ୍ରତି ୨ରୁ ୩ ସେଣ୍ଟିମିଟରର ବର୍ଷା ନେଇ ପୂର୍ବାନୁମାନଋ କରାଯାଇଛି। ୩୦ରୁ ୪୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି। ଦୁଇ ସହରର ତଳିଆ ଅଞ୍ଚଳରେ ପାଣି ଜମିବାର ଆଶଙ୍କା ରହିଛି। ପ୍ରବଳ ବର୍ଷାର ଆଶଙ୍କା ରହିଥିବାରୁ ଘରୁ ନବାହାରିବାରୁ ପାଣିପାଗ ବିଜ୍ଞାନୀ ପରାମର୍ଶ ଦେଇଛନ୍ତି। 

Advertisment

ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି ଯେ ଗୋପାଳପୁରଠୁ ୨୦୦ କିମି, ପାରାଦୀପ ଠାରୁ ୩୬୦ କିମି ଦୂରରେ ରହିଛି ଜୱାଦ। କିଛି ସମୟରେ ଆହୁରି ଦୁର୍ବଳ ହୋଇ ଅବପାତରେ ପରିଣତ ହେବ। ଅବପାତରେ ପରିଣତ ହୋଇ ମଧ୍ୟାହ୍ନରେ ପୁରୀ ପାଖାପାଖି ପହଞ୍ଚିବ। ୨୪ ଘଣ୍ଟାରେ ଗୋପାଳପୁରରେ ସର୍ବାଧିକ ୬୦ ମିମି, ପାରାଦୀପରେ ୪୬, ଚାନ୍ଦବାଲିରେ ୨୮, ବାଲେଶ୍ୱରରେ ୨୪ ମିମି, ଭୁବନେଶ୍ୱରରେ ୨୪.୩, ପୁରୀରେ ୨୧ ମିମି ବର୍ଷା ରେକର୍ଡ ହୋଇଛି।

Advertisment

ଦୈତ ସହର କଟକ ଓ ଭୁବନେଶ୍ୱର ପାଇଁ କାଲି ସକାଳ ୮.୩୦ ପର୍ଯ୍ୟନ୍ତ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। କିଛି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବାରୁ ଯାତାୟତରେ ସମସ୍ୟା ଦେଖାଦେବ। ସେଥିପାଇଁ ପ୍ରବଳ ବର୍ଷାର ଆଶଙ୍କା ରହିଥିବାରୁ ଘରୁ ନବାହାରିବାରୁ ସେ ପରାମର୍ଶ ଦେଇଛନ୍ତି। 

Odisha Weather Twin City Cyclone Warning
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ