Advertisment

ଦିଗ ବଦଳାଇବା ପରେ ଦୁର୍ବଳ ହୋଇଯିବ ବାତ୍ୟା !

ବାତ୍ୟା ପ୍ରଭାବରେ ୧୦ ତାରିଖରେ ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।

ଅଦ୍ୟତନ ହୋଇଛି
Cyclone Alert

Cyclone Alert

Advertisment

ପୁଣି ମେ ରେ ବାତ୍ୟା ଭୟ। ନାଁ ଶୁଣିବା ମାତ୍ରକେ ଉପକୂଳିଆ ଲୋକେ ଛାନିଆ। ବାତ୍ୟା ଆସିବ ବୋଲି ସ୍ପଷ୍ଟ ହୋଇଥିଲେବି ଗତି କିନ୍ତୁ ଅସ୍ପଷ୍ଟ ରହିଛି। ତେବେ ବାତ୍ୟା ସଂପର୍କରେ ବିଶିଷ୍ଟ ପାଣିପାଗ ବିଜ୍ଞାନୀ ଶରତ ସାହୁ କହିଛନ୍ତି ଯେ ୧୦ରେ ବାତ୍ୟା ଉପକୂଳ ନିକଟ ହେଲାପରେ ଦିଗ ବଦଳାଇପାରେ। ଦିଗ ବଦଳାଇବା ପରେ ବାତ୍ୟା ଦୁର୍ବଳ ହୋଇଯିବାର ସମ୍ଭାବନା ରହିଛି। ଲ୍ୟାଣ୍ଡଫଲ୍ କଲା ବେଳକୁ ବାତ୍ୟା ଦୁର୍ବଳ ହୋଇସାରିଥିବବା ସମ୍ଭାବନା ରହିଥିବା ସେ କହିଛନ୍ତି।

Advertisment

ତେବେ ୧୦ ତାରିଖରେ ବାତ୍ୟା ଧିରେ ଧିରେ ଦୁର୍ବଳ ହେବା ଆରମ୍ଭ କରିବ। ସେହି ଦିନ ଅପରାହ୍ନରେ କଟକ, ଭୁବନେଶ୍ୱରରେ ପ୍ରଭାବ ପଡ଼ିପାରେ। ୧୧ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ବର୍ଷା ଲାଗି ରହିବା ସମ୍ଭାବନା ରହିଛି।

ବାତ୍ୟା ପ୍ରଭାବରେ ୧୦ ତାରିଖରେ ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆସନ୍ତା ୧୦ ଓ ୧୧ ତାରିଖରେ ୪ ଜିଲ୍ଲା ଗଂଜାମ, ପୁରୀ, ଖୋର୍ଦ୍ଧା ଓ ଜଗତସିଂହପୁରରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ବାତ୍ୟା ସମୁଦ୍ରରେ ବଳ ଗୋଟାଇ ଉପକୂଳ ଆଡ଼କୁ ଆସୁଥିବାରୁ ୧୦ ତାରିଖ ପୂର୍ବରୁ ମତ୍ସ୍ୟଜୀବୀ ମାନେ ସମୁଦ୍ର ଭିତରୁ ସ୍ଥଳଭାଗକୁ ଫେରି ଆସିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।   

Advertisment
Cyclone Cyclone Impact In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ