Advertisment

ସ୍ପଷ୍ଟ ହେଲା ଚିତ୍ର; ୮ରେ ବାତ୍ୟା, ୧୦ରେ ଛୁଇଁବ ଉପକୂଳ !

ବାତ୍ୟା ସଂପର୍କରେ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଟୁଇଟ୍ କରି ଏହି ସୂଚନା ଦେଇଛି ।

ଅଦ୍ୟତନ ହୋଇଛି
Cyclone

Cyclone

Advertisment

୧୦ରେ ଉପକୂଳ ଛୁଇଁପାରେ ବାତ୍ୟା ! ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ବାତ୍ୟାରେ ପରିଣତ ସମ୍ଭାବନା । ୮ ତାରିଖ ସଂଧ୍ୟା ସୁଦ୍ଧା ଏହା ବାତ୍ୟାରେ ପରିଣତ ହେବା ସମ୍ଭାବନା । ୮ରେ ବାତ୍ୟାରେ ରୂପାନ୍ତରିତ ହୋଇ ୧୦ ସୁଦ୍ଧା ଉପକୂଳ ଛୁଇଁପାରେ । ବାତ୍ୟା ସଂପର୍କରେ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଟୁଇଟ୍ କରି ସୂଚନା ଦେଇଛି ।

Advertisment

ଗୋଟିଏପଟେ ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ବେଳେ ଅନ୍ୟପଟେ ରାଜ୍ୟରେ ଆଜି ବି କାଳବୈଶାଖୀର ତାଣ୍ଡବ ଜାରି ରହିବ । ଆଜି ୨୨ଟି ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି । ଏପରିକି କିଛି ସ୍ଥାନରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

ଆଜି ସକାଳୁ ସକାଳୁ ଟ୍ୱିନ୍‌ସିଟି କଟକ ଓ ଭୁବନେଶ୍ୱରରେ ପାଗ ମେଘୁଆ ରହିବା ସହ ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ଗତକାଲି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ଡବ ରଚିଥିଲା। ଘୂର୍ଣ୍ଣିଝଡ଼ ଓ ବର୍ଷା ସାଙ୍ଗକୁ କେଉଁଠି ଡଙ୍ଗା ବୁଡ଼ିଛି, ତ ଆଉ କେଉଁଠି ଟାଓ୍ୱାର ଭାଙ୍ଗିଛି, ପୁଣି କେଉଁଠି ବଜ୍ରପାତରେ ଜୀବନ ଯାଇଛି।

Advertisment

ଗତକାଲି ଅପରାହ୍ଣରେ ହଠାତ୍ କଳାହାଣ୍ଡିଆ ମେଘ ଘୋଟି ଆସି ପ୍ରବଳ ଝଡ଼ବର୍ଷା ହେବାରୁ ନୟାଗଡ଼ର ୩ଟି ବ୍ଲକ୍-ନୟାଗଡ଼, ନୂଆଗାଁ ଏବଂ ଓଡ଼ଗାଁରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ପବନର ପ୍ରଭାବ ଏତେ ଥିଲା ଯେ, ଶରଣକୂଳ ବଜାରରେ ଥିବା ଏକ BSNL ଟାଓ୍ୱାର ଭାଙ୍ଗି ପଡ଼ିଥିଲା।ସେହିପରି ଅନେକ ସ୍ଥାନରେ ବହୁ ଚାଳ ଛପର ଘର ଉଡ଼ି ଯାଇଥିବା ବେଳେ ବଡ଼ ବଡ଼ ଗଛ ସବୁ ଭାଙ୍ଗି ପଡ଼ିଥିବା ଦେଖିବାକୁ ମିଳିଥିଲା। ଅନେକ ସ୍ଥାନରେ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗି ପଡ଼ିବା ସହ ତାର ଛିଡ଼ି ଯିବାରୁ ବିଦ୍ୟୁତ୍‌ ସରବରାହ ବନ୍ଦ ରହିଛି। ପ୍ରବଳ ପବନ ଯୋଗୁ ଗଛ ଓ ଆଜବେଷ୍ଟସ୍ ଛପର ପଡ଼ି ନୟାଗଡ଼ରେ ଭିନ୍ନ ଭିନ୍ନ ସ୍ଥାନରେ ୬ ଜଣ ବ୍ୟକ୍ତି ଆହତ ହୋଇଛନ୍ତି।

Weather News Cyclone Alert
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ