Cyclone Dana
ବାତ୍ୟା ଦାନା ପ୍ରକୋପ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର ଜିଲ୍ଲାରେ ଅଧିକ ଦେଖିବାକୁ ମିଳିଛି । ତେବେ ଏହାର ପ୍ରଭାବ ଟୁଇନ୍ ସିଟି ଭୁବନେଶ୍ବର, କଟକ ଏବଂ ପର୍ଯ୍ୟଟନ ସହର ପୁରୀରେ ସେତିକି ଦେଖିବାକୁ ମିଳିନି । ଏଥିଯୋଗୁଁ ସହରବାସୀ ଆଶ୍ବସ୍ତ ହୋଇଛନ୍ତି । ବାତ୍ୟାକୁ ନେଇ ପାଣିପାଗ ବିଭାଗ ଏହି ତିନି ସହରରେ ପ୍ରବଳ ବର୍ଷା ଓ ପବନ ବହିବା ନେଇ ପୂର୍ବାନୁମାନ କରିଥିଲା । ଏପରିକି ରେଡ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଥିଲା ।
ବାତ୍ୟା ଦାନା ପ୍ରଭାବରେ ରାଜଧାନୀ ଭୁବନେଶ୍ବରର ଆକାଶ ଗତକାଲିଠାରୁ ମେଘୁଆ ରହିଥିଲା । ମଝିରେ ମଝିରେ ଝିପିଝିପି ବର୍ଷା ଲାଗି ରହିଥିଲା । ହେଲେ ବର୍ଷା ଓ ପବନର ପ୍ରକୋପ ନ ଥିଲା । ସେହିପରି କଟକରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା । ପୁରୀରେ ପାଗ ମେଘୁଆ ରହିବା ସହ ଅଳ୍ପ ବର୍ଷା ହୋଇଥିଲା । ବାତ୍ୟାର ପ୍ରକୋପକୁ ଦୃଷ୍ଟିରେ ରଖି ପୁରୀ ଛାଡ଼ି ଚାଲିଯିବାକୁ ପର୍ଯ୍ୟଟକଙ୍କୁ କୁହାଯାଇଥିଲା । ଏପରିକି ଭୁବନେଶ୍ବର, କଟକ, ପୁରୀରେ ତଳୁଆ ଅଞ୍ଚଳର ଲୋକଙ୍କୁ ନେଇ ଆଶ୍ରୟସ୍ଥଳରେ ରଖାଯାଇଥିଲା । ଭୀଷଣ ବର୍ଷା ନେଇ ପାଣିପାଗ ବିଭାଗ ଆକଳନ କରିଥିଲେ ବି ବାତ୍ୟା ଦାନାର ପ୍ରଭାବ ଏହି ତିନି ସହରରେ ସେହିଭଳି ପଡ଼ିନଥିବାରୁ ସ୍ଥାନୀୟ ବାସିନ୍ଦା ଆଶ୍ବସ୍ତ ହୋଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1729850589.jpg)