Advertisment

ବାତ୍ୟା ଲ୍ୟାଣ୍ଡଫଲ୍ ପରେ ୩ ଜିଲ୍ଲାକୁ ରେଡ୍ ଆଲର୍ଟ; ପ୍ରବଳ ବର୍ଷିବ

ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆଜି ୩ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ବାତ୍ୟା ଲ୍ୟାଣ୍ଡଫଲ୍ ପରେ ପାଣିପାଗ ବିଭାଗ ୩ ଜିଲ୍ଲାକୁ ରେଡ୍ ୱାର୍ଣିଂ ଜାରି କରାଯାଇଛି ।

ଅଦ୍ୟତନ ହୋଇଛି
Weather Update

Weather Update

Advertisment

ବାତ୍ୟା ଦାନାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହୋଇଛି। ତେବେ ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆଜି ୩ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ବାତ୍ୟା ଲ୍ୟାଣ୍ଡଫଲ୍ ପରେ ପାଣିପାଗ ବିଭାଗ ୩ ଜିଲ୍ଲାକୁ ରେଡ୍ ୱାର୍ଣିଂ ଜାରି କରାଯାଇଛି । ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ ଜିଲ୍ଲାକୁ ରେଡ୍ ଆଲର୍ଟ ଅତି ପ୍ରବଳ ବର୍ଷା ନେଇ ଜାରି ହେଲା ରେଡ୍ ଆଲର୍ଟ । 

Advertisment

ଅନ୍ୟପଟେ ବାତ୍ୟା ଜନିତ ଏବଂ ତା’ପରବର୍ତ୍ତୀ ବର୍ଷାରେ ୧୬ ଜିଲ୍ଲାକୁ ଏବେ ଦେଖାଦେଇଛି ଫ୍ଲାସ୍ ଫ୍ଲଡ ଆଶଙ୍କା। ଏସବୁ ଜିଲ୍ଲା ଗୁଡ଼ିକ ହେଉଛି, ଅନୁଗୁଳ, ବାଲେଶ୍ବର, ବୌଦ୍ଧ, ଭଦ୍ରକ, କଟକ, ଢେଙ୍କାନାଳ, ଗଜପତି, ଗଂଜାମ, ଜଗତସିଂହପୁର, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ନୟାଗଡ଼ ଓ ପୁରୀ। ଆଇଏମଡି ପକ୍ଷରୁ ଏନେଇ ଦିଆଯାଇଛି ସୂଚନା। 

ଅପରପକ୍ଷେ ସରକାରଙ୍କ ଜିରୋ କାଜୁଆଲିଟି ଲକ୍ଷ୍ୟ ସଫଲ ହୋଇଛି। ବାତ୍ୟା ପରର ସ୍ଥିତି ସମୀକ୍ଷା କଲେରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।  ବାତ୍ୟା ମୁକାବିଲାରେ ଆମେ ସଫଳ ହୋଇଛୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ସେହିଭଳି ଦିନ ୧ଟା ସୁଦ୍ଧା ଗଛ ପଡିଥିବା ସମସ୍ତ ରାସ୍ତାରୁ ଅବରୋଧ ହଟିବ ଏବଂ ସଂଧ୍ୟା ସୁଦ୍ଧା ସବୁ ଅଞ୍ଚଳକୁ ବିଜୁଳି ଯୋଗାଣ ସ୍ବାଭାବିକ ହେବ ବୋଲି  କହିଛନ୍ତି ମୁଖ୍ୟମନ୍ତ୍ରୀ।  

Advertisment

ସେହିଭଳି ୬ ହଜାର ଗର୍ଭବତୀଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୬୦୦ ଶିଶୁ ଜନ୍ମ ନେଇଛନ୍ତି ବୋଲି ମୁଖମନ୍ତ୍ରୀ ସୂଚନା ଦେଇଛନ୍ତି। ବତ୍ୟା ପରବର୍ତ୍ତୀ କ୍ଷୟକ୍ଷତି ଆକଳନ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବିଭିନ୍ନ ବିଭାଗର ମନ୍ତ୍ରୀମାନେ ଗ୍ରାଉଣ୍ଡରେ ସ୍ଥିତି ତଦାରଖ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। 

Weather Update Heavy Rainfall Rainfall Alert Rainfall In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ