Advertisment

Cyclone Dana: ବାତ୍ୟା ‘ଦାନା’ ନେଇ ବିଏମସିର ପ୍ରସ୍ତୁତି; ଜାରି ହେଲା ହେଲପ୍ ଲାଇନ୍ ନମ୍ବର

୬୭ କର୍ପୋରେଟରଙ୍କୁ ନେଇ ମେୟରଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଛି । ବାତ୍ୟା ମୁକାବିଲା ପାଇଁ ରାଜଧାନୀରେ ୮୦ରୁ ଉର୍ଦ୍ଧ୍ବ ଆଶ୍ରୟସ୍ଥଳୀ କରାଯାଇଥିବା ମେୟର କହିଛନ୍ତି ।

ଅଦ୍ୟତନ ହୋଇଛି
BMC helpline numbers

BMC helpline numbers

Advertisment

ବାତ୍ୟା ଦାନା ନେଇ ବିଏମସିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ୬୭ କର୍ପୋରେଟରଙ୍କୁ ନେଇ ମେୟରଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଛି । ବାତ୍ୟା ମୁକାବିଲା ପାଇଁ ରାଜଧାନୀରେ ୮୦ରୁ ଉର୍ଦ୍ଧ୍ବ ଆଶ୍ରୟସ୍ଥଳୀ କରାଯାଇଥିବା ମେୟର କହିଛନ୍ତି । 

Advertisment

ବିଭିନ୍ନ ସ୍କୁଲ, କଲେଜ ଓ ବିଶ୍ବବିଦ୍ୟାଳୟକୁ ଆଶ୍ରୟସ୍ଥଳୀ ଭାବେ ନିଆଯିବ । ବିଦ୍ୟୁତ ସରବରାହ, ଶୌଚାଳୟ, ପାନୀୟଜଳ ବ୍ୟବସ୍ଥା ସଠିକ୍ କରାଯିବ। ପାଣି ଜମୁଥିବା ସ୍ଥାନ ଚିହ୍ନଟ ହୋଇଛି, ପମ୍ପସେଟ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି। ଆଶ୍ରୟସ୍ଥଳୀରେ ରନ୍ଧାଖାଦ୍ୟ ଓ ଶୁଖିଲା ଖାଦ୍ୟ ପହଂଚାଯିବ । ଏହାସହ ବିଏମ୍ ସି ପକ୍ଷରୁ ହେଲପ୍ ଲାଇନ୍ ନମ୍ବର- ୧୯୨୯ ଜାରି ହୋଇଛି । 

ଏପଟେ ବାତ୍ୟା ଦାନାର ମୁକାବିଲା ପାଇଁ କଟକରେ ଜିଲ୍ଲା ପ୍ରଶାସନ ଏବଂ ସିଏମସି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଖାସ କରି ବାତ୍ୟାର ପ୍ରଭାବରେ କଟକରେ ପ୍ରବଳ ବର୍ଷା ଓ ଜଳବନ୍ଦୀ ସ୍ଥିତିକୁ ନଜରରେ ରଖି ଜିଲ୍ଲାପାଳ ସହରର ବିଭିନ୍ନ ସ୍ଥାନ ବୁଲି ସମୀକ୍ଷା କରିଛନ୍ତି । କଟକର ପ୍ରମୁଖ ବକ୍ସ ଡ୍ରେନ ସହ ଅନ୍ୟାନ୍ୟ ଡ୍ରେନ ତଥା ମାତୃ ଭବନ ଠାରେ ଥିବା ଗେଟ୍‌ର ଅବସ୍ଥା ପରଖିଛନ୍ତି ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ ଏବଂ କଟକ ମେୟର ସୁବାସ ସିଂ। 

Advertisment

ଏହାସହ ତଳି ଅଞ୍ଚଳରେ ରହୁଥିବା ଲୋକ ସ୍ଥାନାନ୍ତର ସହ ସେମାନଙ୍କ ରହିବା ପାଇଁ ୮୧ଟି ଶିବିରକୁ ମିଶାଇ ମୋଟ ୨୦୦ରୁ ଅଧିକ ଆଶ୍ରୟସ୍ଥଳୀ ପ୍ରସ୍ତୁତ କରାଯାଇଛି ବୋଲି କହିଛନ୍ତି ଜିଲ୍ଲାପାଳ। ଏହାସହ ସମସ୍ତ ତଳିଆ ଅଂଚଳରେ ପମ୍ପ ସେଟ୍ ବ୍ୟବସ୍ଥା, ଗଛ କାଟିବା ବ୍ୟବସ୍ଥା, ତୋରଣ, ହୋର୍ଡିଂ ଖୋଲିବା କାର୍ଯ୍ୟକୁ ବି ତ୍ବରାନିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ମେୟର।

Helpline Number Cyclone Cyclone Dana
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ