Advertisment

ରାଜ୍ୟରେ ବଢ଼ିଲା ଶୀତ, ୧୦ ଡିଗ୍ରୀ ତଳକୁ ଖସିଲାଣି ପାରଦ...

ଆଭ୍ୟନ୍ତରୀଣ ଓଡିଶାରେ ଶୀତର ପ୍ରଭାବ ଅଧିକ ରହିଛି। ଆସନ୍ତା ଦୁଇ ଦିନ ଭିତରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ଖସିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

undefined

Winter

Advertisment

ଓଃ କି ଥଣ୍ଡା...ଉତ୍ତରରୁ ଉପକୂଳ, ଉତ୍ତରରୁ ପଶ୍ଚିମ ସବୁଠି ଲାଗିଲାଣି ଥଣ୍ଡା। କନ୍ଧମାଳ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ୧୦ ଡିଗ୍ରୀ ତଳକୁ ପାରଦ ଖସିଆସିଛି। ଗତକାଲି ଜି.ଉଦୟଗିରିରେ ତାପମାତ୍ରା ୯.୫ ଡିଗ୍ରୀ ସେଲସିଅସ, ଦାରିଂବାଡ଼ିରେ ୧୦. ୫ ଡିଗ୍ରୀ ଓ ଫୁଲବାଣୀରେ ୧୧ ଡିଗ୍ରୀ ଥିଲା। ସକାଳ ୯ ଟା ପ୍ରବଳ ଶୀତ ସହିତ କୁହୁଡ଼ି ଲାଗି ରହିଛି। କୋରାପୁଟରେ ମଧ୍ୟ ତାପମାତ୍ରା ୧୦-୧୨ ଡିଗ୍ରୀ ରହୁଛି। ଅସହ୍ୟ ଜାଡ ଯୋଗୁଁ ସାରା ରାଜ୍ୟରେ ପ୍ରଭାବିତ ହୋଇଛି ଜନଜୀବନ।

Advertisment

ଆଭ୍ୟନ୍ତରୀଣ ଓଡିଶାରେ ଶୀତର ପ୍ରଭାବ ଅଧିକ ରହିଛି। ଆସନ୍ତା ଦୁଇ ଦିନ ଭିତରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ଖସିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ପାହାଡ଼ ଜଙ୍ଗଲ ଘେରା ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଂଚଳରେ ଶୀତର ପ୍ରକୋପ। ୨ଦିନ ହେଲା ପ୍ରବଳ ଶୀତ ଯୋଗୁ ଶ୍ରମିକଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକେ ପ୍ରଭାବିତ ହେଉଛନ୍ତି। ଶୀତରୁ ରକ୍ଷା ଲାଗି କିଏ ନିଆଁରେ ସେକି ହେଉଛନ୍ତି ତ ଆଉ କିଏ ଶୀତୁଆ ସକାଳରେ ଗରମ ଚା ର ମଜା ନେଉଛନ୍ତି।

Advertisment

ଅନ୍ୟପଟେ ବିଳମ୍ବରେ ହେଲେ ବି ସୁବର୍ଣ୍ଣପୁର ଜିଲ୍ଲାକୁ ଶୀତ ଛୁଇଁଛି । ବାତ୍ୟାର ପ୍ରଭାବରେ ବର୍ଷା ଆଉ ବର୍ଷା ଛାଡିବା ପରେ ହଠାତ୍ ପାରଦ ଖସିଛି ଶୀତ ବଢିଛି। ସୁବର୍ଣ୍ଣପୁର ଜିଲ୍ଲାରେ ଶୀତ ସାଙ୍ଗକୁ ପୁଣି କୁହୁଡିର ଆସ୍ତରଣରେ ପୁରା ପରିବେଶ । ତେବେ ବର୍ଷର ଏହି ପହିିଲି ଶୀତର ମଜାନେବାକୁ ସମସ୍ତେ ଘରୁ ବାହାରି ଆସୁଛନ୍ତି। 

Cold Wave Weather Update Weather News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ