Advertisment

'କାମ ନଥିଲେ ରାତି ଓ ସକାଳିଆ ପଦାକୁ ବାହାରନି'

ଜାଡ଼ ପାଇଁ ଆଜି ଓ କାଲି କିଛି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ବି ଜାରି ହୋଇଛି।

Cold wave grips Odisha

Cold wave grips Odisha

Advertisment

ହଠାତ୍ ଜାନୁଆରୀରେ ଜାଡ଼ ତାଉ। କାଳୁ ଘନ କୁହୁଡ଼ି ତ ସଞ୍ଜକୁ ହାଡ଼ ଥରା କାଲୁଆ ପବନ। ନିଆଁ ପାଖେ ଟିକେ ନବସିଲେ ଶରୀରରୁ ପ୍ରାଣ ଛାଡ଼ିଗଲା ପରି ଲାଗୁଛି। ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଅପରାହ୍ନ ୪ଟାରୁ ଏଠି ଆରମ୍ଭ ହୋଇଯାଉଛି ଶୀତ ଲହରୀ। ରାତି ସାରା ଲୋକମାନେ ନିଆଁ ପାଖେ ବସି ସେକି ହେଉଛନ୍ତି। ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ାରେ କାଶ୍ମୀର ଭଳି ସ୍ଥିତି। ଚାରିଆଡ଼େ ଆଛାଦିତ କରିଛି ତୁଷାର ଚାଦର। ବାହାରେ ଥୁଆ ହୋଇଥିବା ମୋଟର ସାଇକେଲ୍‌ର ସିଟ୍ ହେଉ କି ଗାଡ଼ିର ବନେଟ୍, ସବୁଠି ବରଫର ସରୁ ଆସ୍ତରଣ ସ୍ପଷ୍ଟ ଧରା ପଡିଯାଉଛି।

Advertisment

ଗତ ରାତିରେ ଏଠିକାର ପାରଦ ୫ଡିଗ୍ରୀ ତଳକୁ ଖସି ଯାଇଥିଲା ଲୋକେ ସନ୍ଧ୍ୟା ପରେ ଘରୁ ବାହାରି ପାରୁ ନାହାନ୍ତି। ସେମିତି ଫୁଲବାଣୀରେ ହଠାତ୍ ଦୁଇ ଦିନ ହେଲା ୪ଡିଗ୍ରୀ ତଳକୁ ଖସି ଯାଇଛି ତାପମାତ୍ରା। ଆଜି ସକାଳେ ୮ଡିଗ୍ରୀ ଥିଲା ହାଡ଼ଭଙ୍ଗା ଶୀତ ଯାହା ତ କଲବଲ କରୁଛି। ତାସାଙ୍ଗକୁ ମୁହଁକୁ ମୁହଁ ଦିଶୁନଥିବା କୁହୁଡ଼ି ଜନଜୀବନକୁ ବେଶୀ ଅସ୍ତବ୍ୟସ୍ତ କରୁଛି। ଗତକାଲି ରାଜ୍ୟର ୨୦ଟି ସହରରେ ରାତି ତାପମାତ୍ରା ୧୦ଡିଗ୍ରୀ ତଳେ ଥିଲା। ଝାରସୁରୁଡ଼ାରେ ସର୍ବନିମ୍ନ ୫.୬ ଡିଗ୍ରୀ ଟେମ୍ପରେଚର ରେକର୍ଡ ହୋଇଥିଲା। ସେହିପରି ଜି.ଉଦୟଗିରିରେ ୭, ଭୁବନେଶ୍ୱରରେ ୧୧.୫ ଓ କଟକରେ ୧୧ ଡିଗ୍ରୀ ରେକର୍ଡ ହୋଇଛି।

କେନ୍ଦ୍ର ଭାରତ ପଟୁ ଓଡ଼ିଶାକୁ ପଶୁଛି ଉତ୍ତରା ପବନ, ଯାହା ପ୍ରଭାବରେ ହଠାତ୍ ବଢ଼ିଛି ଥଣ୍ଡା। ରାଜଧାନୀ ଭୁବନେଶ୍ୱର ହେଉ କି କୋରାପୁଟର ଜୟପୁର। ସବୁଠି ଅତର୍କିତ ଶୀତର ରାଜୁତି ପାଣିପାଗ ବିଭାଗର ଅନୁମାନ। ଏଭଳି ଜାଡ଼ ଆହୁରି ୨ରୁ ୩ ଦିନ ଲାଗି ରହିବ। ଏମିତିକି ରାତି ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୫ ଡିଗ୍ରୀ ଯାଏଁ କମିବ। ଏମିତିକି ଜାଡ଼ ପାଇଁ ଆଜି ଓ କାଲି କିଛି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ବି ଜାରି ହୋଇଛି।

Advertisment

ଆସନ୍ତାକାଲି ସକାଳ ସାଢ଼େ ୮ଟା ଯାଏଁ ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଂଜ, ବାଲେଶ୍ୱର, ଭଦ୍ରକ, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାକୁ ଦିଆଯାଇଛି ୟେଲୋ ଓ୍ବାର୍ଣ୍ଣିଂ। ସେହିପରି ୯ ତାରିଖ ସକାଳ ପାଇଁ ଏସବୁ ସ୍ଥାନ ସହ ସମ୍ବଲପୁର, ସୋନପୁର, ବୌଦ୍ଧ ଓ କନ୍ଧମାଳ ଜିଲ୍ଲାକୁ ବି ଜାରି ହୋଇଛି ସତର୍କ ସୂଚନା। ବିଶେଷକରି ଜରୁରୀ କାମନଥିଲେ ସା ପରେ ଓ ପାହାନ୍ତିଆ ସମୟରେ ବୟସ୍କ ବ୍ୟକ୍ତି ଓ ଛୋଟ ପିଲାଙ୍କୁ ଘରୁ ବାହାରକୁ ନଛାଡ଼ିବାକୁ ଓ ଗୃହପାଳିତ ପଶୁଙ୍କ ପାଇଁ ଶୀତରୁ ରକ୍ଷା ପାଇଁ ସୁବିଧା କରିବାକୁ କୁହାଯାଇଛି।

ସେପଟେ ଅସହ୍ୟ ଥଣ୍ଡାରେ ଥରୁଛି ଉତ୍ତର ଓ କେନ୍ଦ୍ର ଭାରତ ରାଜଧାନୀ ଦିଲ୍ଲୀର ସଫଦରଜଙ୍ଗ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ୧.୫ ଡିଗ୍ରୀ ରେକର୍ଡ ହୋଇଛି। ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ, ରାଜସ୍ଥାନ, ପଂଜାବ ଆଦି ରାଜ୍ୟରେ ବି ଅସହ୍ୟ ଶୀତ ଅନୁଭୁତ ହେଉଛି। ଆଗାମୀ ୧୦ ତାରିଖ ସୁଦ୍ଧା ଏସବୁ ରାଜ୍ୟରେ ଶୀତ ଲହରୀରୁ ନିସ୍ତାର ମିଳିବାର ସମ୍ଭାବନା ନାହିଁ ବୋଲି କହିଛି ଭାରତୀୟ ପାଣିପାଗ ବିଭାଗ।

Advertisment
Cold Wave Grips Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ