ଶୀତରୁ ମିଳିବ ଆଶ୍ୱସ୍ତି, କିନ୍ତୁ କୁହୁଡ଼ି ମେଲାଇବ କାୟା

ଆଜିଠୁ କମିବ ଶୀତ, ବଢିବ କୁହୁଡ଼ି । ରାଜ୍ୟ ବାସୀଙ୍କୁ ଜାଡ଼ରୁ ମିଳିବ ସାମାନ୍ୟ ଆଶ୍ବସ୍ତି । ଏହି ସୂଚନା ଦେଇଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ଗତ ସପ୍ତାହେ ଧରି ଲାଗି ରହିଥିବା ଅସହ୍ୟ ଶୀତର ପ୍ରକୋପ ଆଜିଠୁ କିଛିଟା କମିବ । କାଲିଠୁ ପ୍ରବଳ କୁହୁଡ଼ି ଦେଖାଯିବା ନେଇ ଚେତାଇ ଦେଇଛି ପାଣିପାଗ କେନ୍ଦ୍ର ।

Weather Update

ଆଜିଠୁ କମିବ ଶୀତ, ବଢିବ କୁହୁଡ଼ି । ରାଜ୍ୟ ବାସୀଙ୍କୁ ଜାଡ଼ରୁ ମିଳିବ ସାମାନ୍ୟ ଆଶ୍ବସ୍ତି । ଏହି ସୂଚନା ଦେଇଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ଗତ ସପ୍ତାହେ ଧରି ଲାଗି ରହିଥିବା ଅସହ୍ୟ ଶୀତର ପ୍ରକୋପ ଆଜିଠୁ କିଛିଟା କମିବ । କାଲିଠୁ ପ୍ରବଳ କୁହୁଡ଼ି ଦେଖାଯିବା ନେଇ ଚେତାଇଛି ପାଣିପାଗ କେନ୍ଦ୍ର ।

ବାୟୁମଣ୍ଡଳରେ ଏକ ଗୁରୁଚାପ ବଳୟ ସୃଷ୍ଟି ହେବାକୁ ଥିବାରୁ ୨୩ ଏବଂ ୨୪ ତାରିଖରେ ପ୍ରବଳ କୁହୁଡ଼ି ପାଇଁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ଉପକୂଳ ସମେତ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ କୁହୁଡ଼ିର ମାତ୍ରା ଅଧିକ ରହିବ । ୨୩ ତାରିଖରେ ୧୦ ଜିଲ୍ଲା ଏବଂ ୨୪ ତାରିଖରେ ୧୮ ଜିଲ୍ଲାକୁ ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଗତ କିଛି ଦିନ ଧରି ରାଜ୍ୟରେ ହାଡ଼ଭଙ୍ଗା ଜାଡ଼ ଜାରି ରହିଛି । କଲବଲ କରୁଛି କାଲୁଆ ପବନ । କେନ୍ଦୁଝରରୁ କନ୍ଧମାଳ, ସୁନ୍ଦରଗଡ଼ଠୁ ଭୁବନେଶ୍ୱର, ହାଡ଼ଭଙ୍ଗା ଶୀତରେ ଥରୁଛନ୍ତି ରାଜ୍ୟବାସୀ । ସକାଳ ହେଉ କି ରାତି ବିନା ଶୀତବସ୍ତ୍ରରେ ଘରୁ ପଦାକୁ ବାହରିବା ମୁସ୍କିଲ ହୋଇ ଯାଉଛି । ସପ୍ତାହେ ହେଲା ଅଧିକାଂଶ ଅଞ୍ଚଳରେ ରାତି ପାରଦ ୧୫ ଡିଗ୍ରୀ ତଳକୁ ଚାଲିଯାଉଛି ।

ଗତ ୨୪ ଘଣ୍ଟାରେ ରାଜ୍ୟର ଅଧିକାଂଶ ସ୍ଥାନରେ ଚଳିତ ବର୍ଷର ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି। ଜି. ଉଦୟଗିରିରେ ପାରଦ ସର୍ବନିମ୍ନ ୪ ଡିଗ୍ରୀକୁ ଖସିଛି । ସିମିଳିଗୁଡାରେ ୫.୭ , ଫୁଲବାଣୀ ୬.୫, କିରେଇ ୬.୬, କୋରାପୁଟ ୭.୬, ଅନୁଗୁଳ ୮ ଡିଗ୍ରୀ ସମେତ ୧୬ ସ୍ଥାନର ସର୍ବନିମ୍ନ ରାତି ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି ।

ଟ୍ୱିନସିଟିରେ ମଧ୍ୟ ସମାନ ଅବସ୍ଥା । ଗତ ୪ ଦିନ ହେଲା ଦୁଇ ମହାନଗରର ତାପମାତ୍ରା ଚଳିତ ବର୍ଷର ସର୍ବନିମ୍ନ ରେକର୍ଡ ହୋଇଛି । ୨୪ ଘଣ୍ଟାରେ ଭୁବନେଶ୍ୱରର ସର୍ବନିମ୍ନ ରାତି ତାପମାତ୍ରା ୧୨.୪ ଡିଗ୍ରୀ ଓ କଟକରେ ୧୨.୮ ଡିଗ୍ରୀ ରହିଛି । ଗତ ୫ ବର୍ଷର ତଥ୍ୟକୁ ନଜର ପକାଇଲେ ୨୦୧୮ରେ ଭୁବନେଶ୍ୱର ସର୍ବନିମ୍ନ ତାପମାତ୍ରା ୮.୨ ଡିଗ୍ରୀ ରେକର୍ଡ ହୋଇଥିଲା । ସେହିପରି ୨୦୧୯ରେ ୯.୮ ଡିଗ୍ରୀ, ୨୦୨୦ରେ ୧୧.୭, ୨୦୨୧ରେ ୧୦ ଡିଗ୍ରୀ ଓ ୨୦୨୨ରେ ସର୍ବନିମ୍ନ ତାପମାତ୍ରା ୧୨.୨ ଡିଗ୍ରୀ ରହିଥିଲା ।