Advertisment

ରାଜ୍ୟରେ ପୁଣି ଖସିଲା ପାରଦ; ୧୩ ଡିଗ୍ରୀ ତଳେ ରାଜ୍ୟର ୧୨ ସହର

ବାୟୁମଣ୍ଡଳରେ ଜଳିୟବାଷ୍ପ ପରିମାଣ ଅଧିକ ରହୁଥିବାରୁ ରାଜ୍ୟର କିଛି ଜିଲ୍ଲାରେ ଘନ କୁହୁଡି ଦୃଶ୍ୟମାନ ହୋଇଛି । ଅନ୍ୟପଟେ ୩୧ ତାରିଖରୁ ପୁଣି ଭିଜିବ ଓଡିଶା ।

Odisha Weather

Odisha Weather

Advertisment

ରାଜ୍ୟକୁ ଫେରିଛି ଶୀତ । ଉପାନ୍ତରୁ ଉପକୂଳ ସବୁଠି ଖସିଛି ପାରଦ । ଆଜି ୧୩ ଡିଗ୍ରୀ ତଳେ ରହିଛି ରାଜ୍ୟର ୧୨ ସହର । ସୁନ୍ଦରଗଡ଼ର ତାପମାତ୍ରା ୮ ଡିଗ୍ରୀକୁ ଖସିଛି । ରାଜ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ପ୍ରବାହିତ ହେଉଥିବା ଥଣ୍ଡା ଶୁଷ୍କ ପବନ ପ୍ରଭାବରେ ଜାଡ ବଢିଥିବା ପାଣିପାଗ ବିଭାଗ କହିଛି ।

Advertisment

ଅନ୍ୟପଟେ ବାୟୁମଣ୍ଡଳରେ ଜଳିୟବାଷ୍ପ ପରିମାଣ ଅଧିକ ରହୁଥିବାରୁ ରାଜ୍ୟର କିଛି ଜିଲ୍ଲାରେ ଘନ କୁହୁଡି ଦୃଶ୍ୟମାନ ହୋଇଛି । ଅନ୍ୟପଟେ ୩୧ ତାରିଖରୁ ପୁଣି ଭିଜିବ ଓଡିଶା । ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟରେ ପୁଣି ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ବିଶେଷ କରି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିଛି । ୪ ତାରିଖ ସକାଳ ଯାଏ ପଶ୍ଚିମା ଝଡ ପ୍ରଭାବରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି ।

Advertisment

Weather Winter Cold
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ