ବଜ୍ରପାତରେ ମୃତକଙ୍କ ପରିବାରକୁ ଭେଟିଲେ ବୈଜୟନ୍ତ, ଜଣାଇଲେ ସମବେଦନା

କାଳବୈଶାଖୀ ଜନିତ ଝଡ଼ ବର୍ଷା ଓ ବଜ୍ରପାତରେ କାହା ପୁଅ ଚାଲିଗଲା ତ ଆଉ କାହାର ବାପା । ଗୋଟିଏ ଗାଁର ତିନି ତିନି ଜଣଙ୍କ ମୃତ୍ୟୁ ସ୍ତବ୍ଧ କରିଦେଇଛି ସମସ୍ତଙ୍କୁ । ସେହି ଶୋକ ସନ୍ତପ୍ତ ପରିବାର ପାଖରେ ପହଞ୍ଚି ସମବେଦନା ଜଣାଇବା ସହ ସାନ୍ତ୍ୱନା ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ।

Lightning strike victims

କାଳବୈଶାଖୀ ଜନିତ ଝଡ଼ ବର୍ଷା ଓ ବଜ୍ରପାତରେ କାହା ପୁଅ ଚାଲିଗଲା ତ ଆଉ କାହାର ବାପା । ଗୋଟିଏ ଗାଁର ତିନି ତିନି ଜଣଙ୍କ ମୃତ୍ୟୁ ସ୍ତବ୍ଧ କରିଦେଇଛି ସମସ୍ତଙ୍କୁ । ସେହି ଶୋକ ସନ୍ତପ୍ତ ପରିବାର ପାଖରେ ପହଞ୍ଚି ସମବେଦନା ଜଣାଇବା ସହ ସାନ୍ତ୍ୱନା ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ।

କେନ୍ଦ୍ରାପଡ଼ା ଗରଦପୁର ବ୍ଲକ ତଳକୁସୁମା ପଞ୍ଚାୟତର ସମସ୍ତ ମୃତକଙ୍କ ଘରକୁ ଯାଇ ବୈଜୟନ୍ତ ସମବେଦନା ଜଣାଇଛନ୍ତି । ମୃତକ ମାନେ ହେଲେ ବାଙ୍ଗରି ଗାଁର ୧୭ ବର୍ଷିୟ ଆଶୁତୋଷ ଜେନା, ବାରୁଣା ଗାଁର ୬୫ ବର୍ଷିୟ ଶିବପ୍ରସାଦ ସାହୁ ଓ ପୁଣ୍ଡିଲୋ ଗାଁର ୭୦ ବର୍ଷିୟ ପୂର୍ଣ୍ଣଚନ୍ଦ୍ର ଛାଟୋଇ ।

ଅଧିକ ପଢ଼ନ୍ତୁ: କେନ୍ଦ୍ରାପଡ଼ା ମୈଦାନକୁ ଓହ୍ଲାଇବେ ମୋଦି ଓ ଅମିତ ଶାହ: ବୈଜୟନ୍ତ

ସେହିପରି ତଲକୁସୁମା ଗାଁରେ ଜେଜେ ମା’ଙ୍କ ଦ୍ୱାଦଶାହରେ ଚିତ୍ରୋତ୍ପଳା ନଦୀକୁ ଗାଧୋଇବାକୁ ଯାଇ ପ୍ରାଣ ହରାଇଥିବା ନାତି ସେବକ ରଥଙ୍କ ପରିବାରକୁ ମଧ୍ୟ ଭେଟିଛନ୍ତି ବୈଜୟନ୍ତ । ବୈଜୟନ୍ତଙ୍କ ସହ ପାଟକୁରା ବିଧାୟକ ପ୍ରାର୍ଥୀ ତେଜେଶ୍ୱର ପରିଡ଼ା ମଧ୍ୟ ପହଞ୍ଚି ସମସ୍ତ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।

ସେପଟେ ଆହୁରି ବଢ଼ିବ ଗ୍ରୀଷ୍ମ ପ୍ରବାହ, ଜଳିବ ମେ ମାସ । ସ୍ୱାଭାବିକଠାରୁ ଅଧିକ ତାପମାତ୍ରା ରହିବ ଏହି ମାସରେ । ସୋସିଆଲ୍ ମିଡ଼ିଆ Xରେ ଏହି ତଥ୍ୟ ଦେଇଛି ପାଣିପାଗ ବିଭାଗ । ତେବେ ମେ’ ମାସରେ କେମିତି ରହିବ ଗ୍ରୀଷ୍ମର ପ୍ରକୋପ ଚଳିତ ମାସ ଶେଷ ସୁଦ୍ଧା ବିବରଣୀ ଜାରି କରାଯିବ ବୋଲି କହିଛି ଭାରତୀୟ ପାଣିପାଗ ବିଭାଗ ।

ଅଧିକ ପଢ଼ନ୍ତୁ: ମା’ ମାଟିଆ ମଙ୍ଗଳାଙ୍କୁ ଦର୍ଶନ କରି କେନ୍ଦ୍ରାପଡ଼ାବାସୀଙ୍କ ମଙ୍ଗଳକାମନା କଲେ ବୈଜୟନ୍ତ

ଏସବୁ ଭିତରେ ଗତକାଲି ଏ ବର୍ଷ ପ୍ରଥମ ଥର ପାଇଁ ୪୪ ଡିଗ୍ରୀ ପାର୍ କରିଛି ରାଜ୍ୟର ତାତି । ବୌଦ୍ଧର ତାପମାତ୍ରା ସର୍ବାଧିକ ୪୪.୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା । ସେପଟେ କାଳବୈଶାଖୀ ହେବାର ଥିବାରୁ ୨୧ ଓ ୨୨ ତାରିଖରେ ତାତି ଟିକେ କମିବ । ୨୪ ତାରିଖ ଯାଏଁ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ କମିବ ।

କିନ୍ତୁ ୨୫ ତାରିଖ ପରେ ପୁଣି ତାପମାତ୍ରା ବଢ଼ିବାର ସମ୍ଭାବନା ଅଛି । ଅନ୍ୟପଟେ ରାଜ୍ୟରେ ଅଂଶୁଘାତରେ ଏଯାବତ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବାଲେଶ୍ୱରରୁ ଜଣକ ମୃତ୍ୟୁ ହୋଇଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ଏଯାବତ ସାରା ରାଜ୍ୟରେ ଅଂଶୁଘାତ ଓ ହିଟ୍‌ ରିଲେଟେଡ୍‌ ଇଲନେସରେ ମୋଟ ୭୧ ଜଣ ଆକ୍ରାନ୍ତ ହୋଇଛନ୍ତି ।